ସିଲି ପଏଣ୍ଟ୍‌: ବଲିଉଡ୍‌ରେ ପାଦ ଦେବେ ସାରା

Advertisment
ଏହି ଯୁବକଙ୍କ ସହ ‘ବ୍ରେକ୍‌ଫାଷ୍ଟ୍‌ ଡେଟ୍‌’ରେ ଗଲେ ସାରା ତେନ୍ଦୁଲକର୍‌

ମାଷ୍ଟର୍‌ ବ୍ଲାଷ୍ଟର୍ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଖୁବ୍‌ଶୀଘ୍ର ବଲିଉଡ୍‌ରେ ପାଦ ଦେବେ। ତାଙ୍କୁ ନେଇ ଆସିଥିବା ଏକ ଖବରରୁ ଏହି କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଗୁରୁବାର ସାରା ମୁମ୍ବାଇର ପାଲି ହିଲ୍ ଅଞ୍ଚଳରେ ଦେଖିବାକୁ ମିଳିଥିଲେ। ନୀଳ ରଙ୍ଗର ‌ପୋଷାକ ପିନ୍ଧି ବେଶ୍ ଗ୍ଲାମରସ୍‌ ଲାଗୁଥିବା ବେଳେ ନିକଟରେ ରଖା ଯାଉଥିବା ଏକ ଭ୍ୟାନିଟି ଭ୍ୟାନ୍‌କୁ ଯାଉଥିଲା ବେଳେ କ୍ୟାମେରା ଲେନ୍ସରେ ଧରାପଡ଼ି ଯାଇଥିଲେ। ଫଟୋଟି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ପ୍ରଶଂସକମାନେ ସାରା ବଲିଉଡ୍‌ରେ ପଦାର୍ପଣ କଲେ ବହୁତ ଭଲ କରିବେ ବୋଲି ମତ ଦେଇଛନ୍ତି। ସେ ବି ବହୁ ବଲିଉଡ୍ ଅଭିନେତ୍ରୀଙ୍କଠାରୁ ଅଧିକ ସୁନ୍ଦର ବୋଲି କେତେକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe