ସିଲି ପଏଣ୍ଟ୍‌: କନ୍ୟା ସନ୍ତାନଙ୍କୁ ଫୁଟ୍‌ବଲ୍‌ ଖେଳାଇବାକୁ ସଚିନଙ୍କ ଆହ୍ବାନ

ସିଲି ପଏଣ୍ଟ୍‌: କନ୍ୟା ସନ୍ତାନଙ୍କୁ ଫୁଟ୍‌ବଲ୍‌ ଖେଳାଇବାକୁ ସଚିନଙ୍କ ଆହ୍ବାନ

ଅଧିକରୁ ଅଧିକ କନ୍ୟା ସନ୍ତାନଙ୍କୁ ଫୁଟ୍‌ବଲ୍ ଖେଳିବାକୁ ଛାଡ଼ିବାକୁ ଦେଶର ଅବିଭାବକମାନଙ୍କୁ ମାଷ୍ଟର୍ ବ୍ଲାଷ୍ଟର୍ ସଚିନ ତେନ୍ଦୁଲକର ଆହ୍ବାନ କରିଛନ୍ତି। ସେହିଭଳି ଝିଅମାନଙ୍କ ଫୁଟବଲର୍ ହେବାର ସ୍ବପ୍ନକୁ ସାକାର କରିବାକୁ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ତାଙ୍କ ସ୍ବେଚ୍ଛାସେବୀ ଅନୁଷ୍ଠାନର ବାଳିକା ଫୁଟ୍‌ବଲ୍‌ ଦଳର ଖେଳାଳିଙ୍କ ସହ ଆଲୋଚନା କଲା ବେଳେ ସଚିନ ଓ ତାଙ୍କ ପତ୍ନୀ ଅଞ୍ଜଳି ସେମାନଙ୍କୁ ବ୍ୟକ୍ତିଗତ ଭାବେ ସହଯୋଗ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ବି ଦେଇଛନ୍ତି। ‘‘ଫୁଟ୍‌ବଲ୍ ମାଧ୍ୟମରେ ଝିଅମାନଙ୍କୁ ସଶକ୍ତ କରିହେବ। ଏହି ଖେଳ ସେମାନଙ୍କ ଜୀବନର ଗତିପଥ ବଦଳାଇଦେବ। ପିଲାମାନେ ଫୁଟ୍‌ବଲ୍ ଖେଳିବାକୁ ଚାହୁଥିଲେ ମଧ୍ୟ ଅନେକ ସମୟରେ ଅବିଭାବକମାନେ ଏହାକୁ ପସନ୍ଦ କରିନ୍ତିନି। ଅବିଭାବକମାନଙ୍କୁ ଏହି ଚିନ୍ତାଧାରା ବଦଳାଇବାକୁ ହେବ’’ ବୋଲି ଏହି ଅବସରରେ ସଚିନ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe