ବିନ୍ଦ୍ୟାରାଣୀଙ୍କୁ ରୌପ୍ୟ

Advertisment
ବିନ୍ଦ୍ୟାରାଣୀଙ୍କୁ ରୌପ୍ୟ

ବର୍ମିଂହାମ୍‌ : ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହିଳା ୫୫ କିଲୋଗ୍ରାମ ଭାରୋତ୍ତୋଳନରେ ବିନ୍ଦ୍ୟାରାଣୀ ଦେବୀ ଚମତ୍କାର ପ୍ରଦର୍ଶନ କରି ରୌପ୍ୟ ପଦକ ଜିତିଥିଲେ। ଶନିବାର ବିଳମ୍ବିତ ରାତିରେ ୨୩ ବର୍ଷୀୟା ବିନ୍ଦ୍ୟାରାଣୀ କ୍ଲିନ୍ ଆଣ୍ଡ ଜର୍କରେ ୧୧୬ କିଲୋଗ୍ରାମ ଉଠାଇ ନୂଆ ରାଜ୍ୟଗୋଷ୍ଠୀ କୀର୍ତ୍ତିମାନ କରିଥିଲେ। ସ୍ନାଚ୍‌ରେ ମଧ୍ୟ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ୮୬ କିଲୋଗ୍ରାମ ଭାର ଉଠାଇଥିଲେ। ତେବେ ମାତ୍ର ଗୋଟିଏ କିଲୋଗ୍ରାମ ପାଇଁ ସ୍ବର୍ଣ୍ଣ ପଦକ ହାସଲରୁ ବଞ୍ଚିତ ହୋଇଥିଲେ। ବିନ୍ଦ୍ୟାରାଣୀ ମୋଟ ଉପରେ ୨୦୨ କିଲୋଗ୍ରାମ ଉଠାଇଥିଲା ବେଳେ ନାଇଜେରିଆର ଆଦିଜାତ ଆଦେନିକ ଓଲାରିନୋଇ ୨୦୩ କିଲୋଗ୍ରାମ ଭାର ଉଠାଇ ତାଙ୍କଠାରୁ ସ୍ବର୍ଣ୍ଣ ପଦକ ଛଡ଼ାଇ ନେଇଥିଲେ। କ୍ଲିନ୍ ଆଣ୍ଡ ଜର୍କରେ ବିନ୍ଦ୍ୟାରାଣୀଙ୍କଠାରୁ ଓଲାରିନୋଇ ୫ କିଲୋଗ୍ରାମ କମ୍ ଭାର ଉଠାଇଥିଲେ। ତେବେ ସ୍ନାଚ୍‌ରେ ୬ କିଲୋଗ୍ରାମ ଅଧିକ ଭାର ଉଠାଇ ସ୍ବର୍ଣ୍ଣିମ ସଫଳତା ପାଇଥିଲେ। ଆୟୋଜକ ଇଂଲଣ୍ଡର ଫ୍ରେସର ମାରୋ (୧୯୮ କିଲୋଗ୍ରାମ, ସ୍ନାଚ୍‌-୮୯, କ୍ଲିନ୍ ଆଣ୍ଡ ଜର୍କ-୧୦୯) କାଂସ୍ୟ ପଦକ ହାସଲ କରିଥିଲେ। ମୀରାବାଇଙ୍କ ଭଳି ବିନ୍ଦ୍ୟାରାଣୀ ମଧ୍ୟ ହେଉଛନ୍ତି ମଣିପୁର ବାସିନ୍ଦା।

ସପ୍ତମ ସ୍ଥାନରେ ରହିଲେ ପପି
ମହିଳା ୫୯ କିଲୋଗ୍ରାମ ବର୍ଗରେ ଭାରତର ପପି ହଜାରିକା ନୈରାଶ୍ୟଜନକ ଭାବେ ସପ୍ତମ ସ୍ଥାନରେ ରହିଥିଲେ। ମୋଟ ଉପରେ ସେ ୧୮୩ କିଲୋଗ୍ରାମ ଭାର ଉଠାଇଥିଲେ। କ୍ଲିନ୍ ଆଣ୍ଡ ଜର୍କର ଦୁଇଟି ପ୍ରୟାସରେ ବିଫଳ ରହିଥିଲେ ସେ। ତେବେ ଦ୍ବିତୀୟ ପ୍ରୟାସରେ ଉଠାଇଥିବା ୧୦୨ କିଲୋଗ୍ରାମ ବଳରେ ୧୮୨ କିଲୋଗ୍ରାମରେ ପହଞ୍ଚିଥିଲେ। ଏହା ପୂର୍ବରୁ ସ୍ନାଚ୍‌ରେ ପପି କେବଳ ୮୧ କିଲୋଗ୍ରାମ ଭାର ଉଠାଇବାକୁ ସକ୍ଷମ ହୋଇଥିଲେ। ଏହି ବର୍ଗରେ ନାଇଜେରିଆର ରାଫିଆତୁ ଲୱଲ ସ୍ବର୍ଣ୍ଣ ପଦକ ଜିତିଥିଲେ। ମହିଳା ଜିମ୍ନାଷ୍ଟିକ୍ସରେ ରତୁଜା ନଟରାଜ ଅଲରାଉଣ୍ଡରେ ସବାଶେଷ ସ୍ଥାନ‌ରେ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe