ସିଲି ପଏଣ୍ଟ୍‌:ବାପା ହେବେ ପୂଜାରା 

Advertisment
ସିଲି ପଏଣ୍ଟ୍‌:ବାପା ହେବେ ପୂଜାରା 

ମୁମ୍ବାଇ: ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଚେତେଶ୍ୱର ପୂଜାରା ଖୁବ୍‌ ଶୀଘ୍ର ବାପା ହେବାକୁ ଯାଉଛନ୍ତି। ସୋମବାର ନୂଆ ବର୍ଷରେ ସେ ବାପା ହେବା ବିଷୟରେ ନିଜ ଟ୍ଵିଟର୍‌ ପୃଷ୍ଠାରେ ଉଲ୍ଲେଖ କରିଥିଲେ। ଏଥିସହ ଟ୍ଵିଟ୍‌ର୍‌ରେ ପତ୍ନୀ ପୂଜା ପାବରୀଙ୍କ ସହ ନିଜର ଫଟୋ ଛାଡ଼ିବା ସହ ଲେଖିଥିଲେ ଆମେ ଚଳିତ ବର୍ଷ ନୂଆ ଅତିଥିକୁ ସ୍ୱାଗତ କରିବାକୁ ଯାଉଛୁ। ଏହି ବର୍ଷ ସମସ୍ତଙ୍କ ପାଇଁ ଖୁସିର ବର୍ଷ ହେଉ, କାରଣ ଆମ ପାଇଁ ଚଳିତ ବର୍ଷ ଖୁସିର ବର୍ଷ ହେବାକୁ ଯାଉଛି। ପୂଜାରା ଏବଂ ପାବରୀ ୨୦୧୩ରେ ବିବାହ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe