ଏବେ ଭାରତୀୟ କ୍ରିକେଟର ନୂଆ କିଙ୍ଗ ହେଉଛନ୍ତି ଏହି କ୍ରିକେଟର

ଗତ କିଛି ମ୍ୟାଚକୁ ଦେଖିଲେ କ୍ରିକେଟର କିଙ୍ଗ ବୋଲି କୁହାଯାଉଥିବା ବିରାଟ କୋହଲିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଏହାକୁ ଦେଖି ଭାରତର ଆଉ ଜଣେ ଖେଳାଳିଙ୍କୁ କିଙ୍ଗ କହିଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର।

rt

rtetr

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବ‌ା ବର୍ଡର ଗାଭାସ୍କର ଟ୍ରଫିରେ ଭାରତୀୟ ଦଳ ସେତେଟା ଭଲ ପ୍ରଦର୍ଶନ କରିପାରିନାହିଁ। ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଭଳି ଖେଳାଳିଙ୍କଠାରୁ କ୍ରିକେଟ ପ୍ରେମୀ ଭଲ ପ୍ରଦର୍ଶନର ଆଶା ରଖିଥିବା ବେଳେ ଦୁହେଁ ନିଜ ନିଜର ପ୍ରଶଂସକଙ୍କୁ ନିରାଶ କରିଛନ୍ତି। ବିରାଟଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଦେଖି ସେ ଆଉ କିଙ୍ଗ ନୁଅନ୍ତି ବୋଲି କହିଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ତଥା କୋଚ୍ ସାଇମନ୍ କଟିଚ୍।

ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଇନିଂସରେ ବିରାଟ କୋହଲି ୱିକେଟ୍ ହରାଇବା ମାତ୍ରେ କମେଣ୍ଟ୍ରି ବକ୍ସରେ ବସିଥିବା ସାଇମନ୍ କଟିଚ୍ କହିଥିଲେ ଯେ, ବିରାଟ ଆଉ ରାଜା ନୁହଁନ୍ତି। ତାଙ୍କ ଶାସନ ଶେଷ ହୋଇଛି। ବର୍ତ୍ତମାନ ଜସପ୍ରୀତ ବୁମରା ହେଉଛନ୍ତି ଟିମ୍ ଇଣ୍ଡିଆର ନୂତନ ରାଜା। 

ସୂଚନା ମୁତାବକ, ଜସପ୍ରୀତ ବୁମରା ଏପର୍ଯ୍ୟନ୍ତ ଚାରିଟି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଛନ୍ତି। ଚମତ୍କାର ବୋଲିଂ କରିବା ସହ ତାଙ୍କ ନାମରେ ଅନେକ ବଡ଼ ରେକର୍ଡ ଯୋଡିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe