ମାଦ୍ରିଦ: ଦୁଇ ଥର ଅଲିମ୍ପିକ୍ ପଦକ ବିଜୟିନୀ ପିଭି ସିନ୍ଧୁ ଏଠାରେ ଚାଲିଥିବା ମାଦ୍ରିଦ୍ ସ୍ପେନ୍ ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ମହିଳା ଏକକ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ତେବେ ଭାରତୀୟ ତାରକା କିଦାମ୍ବି ଶ୍ରୀକାନ୍ତଙ୍କ ଅଭିଯାନ କ୍ବାର୍ଟରଫାଇନାଲ୍ରେ ଶେଷ ହୋଇଛି। ଶୁକ୍ରବାର ମହିଳା ଏକକ କ୍ବାର୍ଟରଫାଇନାଲ୍ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ସିନ୍ଧୁ ୨୧-୧୪, ୨୧-୧୭ରେ ୧୯ ମାନ୍ୟତାପ୍ରାପ୍ତ ଡେନ୍ମାର୍କର ମିଆ ବ୍ଲିଚ୍ଫେଲ୍ଟଙ୍କୁ ପରାସ୍ତ କରିଥିଲେ। ଏହି ବିଜୟ ସହ ସିନ୍ଧୁ ଚଳିତ ବର୍ଷ ପ୍ରଥମ ଥର ଲାଗି ସେମିଫାଇନାଲ୍ରେ ପହଞ୍ଚିଛନ୍ତି। ଫାଇନାଲ୍ ସ୍ଥାନ ଲାଗି ସିନ୍ଧୁ ଅଣମାନ୍ୟତାପ୍ରାପ୍ତ ସିଙ୍ଗାପୁରର ୟିଓ ଜିଆ ମିନ୍ଙ୍କୁ ଭେଟିବେ। ଅନ୍ୟପକ୍ଷରେ ପୁରୁଷ ଏକକ କ୍ବାର୍ଟରଫାଇନାଲ୍ରେ ଶ୍ରୀକାନ୍ତ ୧୮-୨୧, ୧୫-୨୧ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଜାନାନ୍ର କେଣ୍ଟା ନିଶିମୋତୋଙ୍କଠୁ ହାରି ଯାଇଥିଲେ।
ମାଦ୍ରିଦ୍ ଓପନ୍ ମାଷ୍ଟର୍ସ ସେମିରେ ସିନ୍ଧୁ: ଶ୍ରୀକାନ୍ତ ବିଦା
Advertisment
Follow Us