ସିଙ୍ଗାପୁର ଓପନ୍‌ ଫାଇନାଲ୍‌ରେ ସିନ୍ଧୁ

Advertisment
ଏସିଆ ବ୍ୟାଡ୍‌ମିଣ୍ଟନ କ୍ବାର୍ଟରରେ ପ୍ରଣୟ, ସିନ୍ଧୁ

latestly.com

ସିଙ୍ଗାପୁର: ଭାରତୀୟ ବ୍ୟାଡ୍‌ମିଣ୍ଟନ ତାରକା ପିଭି ସିନ୍ଧୁ ଏଠାରେ ଚାଲିଥିବା ସିଙ୍ଗାପୁର ଓପନ୍‌ ସୁପର ୫୦୦ ପ୍ରତିଯୋଗିତାର ଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି। ଶନିବାର ମହିଳା ଏକକ ସେମିଫାଇନାଲ୍‌ରେ ଦୁଇ ଥର ଅଲିମ୍ପିକ୍‌ ପଦକ ବିଜୟିନୀ ତଥା ବିଶ୍ବର ସପ୍ତମ ମାନ୍ୟତାପ୍ରାପ୍ତ ସିନ୍ଧୁ ନିଜଠୁ ନିମ୍ନ ମାନ୍ୟତାପ୍ରାପ୍ତ (ବିଶ୍ବ ମାନ୍ୟତାର ୩୮) ଜାପାନ୍‌ର ସାଏନା କାୱାକାମିଙ୍କୁ ୨୧-୧୫ ଓ ୨୧-୭ ସିଧାସଳଖ ଗେମ୍‌ରେ ପରାସ୍ତ କରି ଟ୍ରଫି ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି। ଏଥି ସହିତ କାୱାକାମିଙ୍କ ବିପକ୍ଷ ବିଜୟ ବ୍ୟବଧାନକୁ ସିନ୍ଧୁ ମଧ୍ୟ ୩-୦ରେ ପହଞ୍ଚାଇଛନ୍ତି।

ଚଳିତ ବର୍ଷ ଏସୀୟ ଚାମ୍ପିଅନ୍‌ସିପ୍‌ କାଂସ୍ୟ ବ୍ୟତୀତ ଦୁଇଟି ସୁପର ୩୦୦ (ସୟଦ୍‌ ମୋଦି ଇଣ୍ଟରନ୍ୟାସ୍‌ନାଲ ଏବଂ ୱିସ୍‌ ଓପନ୍‌) ଟ୍ରଫି ଜିତି ସାରିଥିବା ସିନ୍ଧୁ ଚଳିତ ଋତୁରେ ପ୍ରଥମ ସୁପର ୫୦୦ ଟ୍ରଫି ଜିତିବାରୁ ଆଉ ଗୋଟିଏ ବିଜୟ ଦୂରରେ ରହିଛନ୍ତି। ଫାଇନାଲ୍‌ରେ ତୃତୀୟ ମାନ୍ୟତାପ୍ରାପ୍ତ ସିନ୍ଧୁଙ୍କ ମୁକାବିଲା ଚୀନ୍‌ର ୨୨ ବର୍ଷ ବୟସ୍କା ୱାଙ୍ଗ୍‌ ଝି ୟି’ଙ୍କ ସହ ହେବ। ଏସୀୟ ଚାମ୍ପିଅନ୍‌ସିପ୍‌ ସ୍ବର୍ଣ୍ଣ ବିଜୟିନୀ ଏବଂ ଚଳିତ ବର୍ଷ ବ୍ୟାଙ୍କକ୍‌ରେ ରୌପ୍ୟ ଜିତିଥିବା ୱାଙ୍ଗ୍‌ ଅନ୍ୟ ଏକ ସେମିଫାଇନାଲ୍‌ରେ ଜାପାନର ଓହରି ଆୟାଙ୍କୁ ୨୧-୧୪ ଓ ୨୧-୧୪ରେ ପରାସ୍ତ କରିଥିଲେ। ଦୁଇ ଫାଇନାଲ୍‌ ପ୍ରତିଦ୍ବନ୍ଦ୍ବୀ ସିନ୍ଧୁ ଓ ୱାଙ୍ଗ୍‌ ପୂର୍ବରୁ ମାତ୍ର ଥରେ ମୁହାଁମୁହିଁ ହୋଇଥିଲେ। ଚଳିତ ବର୍ଷର ଅଲ୍‌ ଇଂଲଣ୍ଡ ଚାମ୍ପିଅନ୍‌ସିପ୍‌ରେ ଉଭୟଙ୍କ ମୁକାବିଲାରେ ସିନ୍ଧୁ ବିଜୟୀ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe