ମାଲେସିଆ ମାଷ୍ଟର୍ସ କ୍ବାର୍ଟରରେ ହାରିଲେ ସିନ୍ଧୁ

ଏସିଆ ବ୍ୟାଡ୍‌ମିଣ୍ଟନ କ୍ବାର୍ଟରରେ ପ୍ରଣୟ, ସିନ୍ଧୁ

latestly.com

କୁଆଲାଲୁମ୍ପୁର : ଦୁଇ ଥର ଅଲମ୍ପିକ୍‌ ବିଜୟିନୀ ପିଭି ସିନ୍ଧୁ ପୁଣି ଥରେ କ୍ବାର୍ଟର ଫାଇନାଲ୍‌ରେ ଝୁଣ୍ଟିଲେ। ଗତ ସପ୍ତାହରେ ମାଲେସିଆ ଓପନ୍‌ କ୍ବାର୍ଟର ଫାଇନାଲ୍‌ରେ ଯେଉଁ ପ୍ରତିଦ୍ବନ୍ଦ୍ବୀ (ଚାଇନିଜ୍‌ ତାଇପେର ତାଇ ଜୁ ୟିଙ୍ଗ୍‌)ଙ୍କ ନିକଟରୁ ହାରିଥିଲେ ଶୁକ୍ରବାର ମାଲେସିଆ ମାଷ୍ଟର୍ସ କ୍ବାର୍ଟର ଫାଇନାଲ୍‌ରେ ମଧ୍ୟ ତାଙ୍କଠୁ ହାର୍‌ ମାନିଛନ୍ତି। ଶୁକ୍ରବାର ମହିଳା ଏକକ କ୍ବାର୍ଟର ଫାଇନାଲ୍‌ ମୁକାବିଲାରେ ବିଶ୍ବ ମାନ୍ୟତାର ଦ୍ବିତୀୟ ତାଇ ଜୁ ୟିଙ୍ଗ୍‌ଙ୍କଠାରୁ ସପ୍ତମ ମାନ୍ୟତାପ୍ରାପ୍ତ ସିଦ୍ଧୁ ୧୩-୨୧, ୨୧-୧୨ ଓ ୧୨-୨୧ରେ ହାରି ବିଦାୟ ନେଇଛନ୍ତି। ଫଳରେ ଟୋକିଓ ଅଲିମ୍ପିକ୍ସ ରୌପ୍ୟ ବିଜୟିନୀ ତାଇ ଜୁ ୟିଙ୍ଗ୍‌ଙ୍କଠାରୁ ସିନ୍ଧୁ ୧୭ ଥର ପାଇଁ ପରାଜୟ ସ୍ମୀକାର କରିଛନ୍ତି। ଏହା ପୂର୍ବରୁ ପରସ୍ପର ୨୧ ଥର ମୁହାଁମୁହିଁ ହୋଇଥିଲା ବେଳେ ସିନ୍ଧୁ ମାତ୍ର ୫ ଥର ଜିତିଥିଲେ ଏବଂ ୧୬ ଥର ହାରିଥିଲେ। ଶେଷ ଥର ପାଇଁ ତାଇ ଜୁ’ଙ୍କୁ ୨୦୧୯ ବିଶ୍ବ ଚାମ୍ପିଅନ୍‌ସିପ୍‌ (ବାସେଲ) ସ୍ବର୍ଣ୍ଣ ପଦକ ମୁକାବିଲାରେ ହିଁ ସିନ୍ଧୁ ପରାସ୍ତ କରିଥିଲେ।

ସେମିରେ ପ୍ରଣୟ
ପୁରୁଷ ଏକକରେ ଏଚ୍‌ଏସ୍‌ ପ୍ରଣୟ ସେମିଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି। କ୍ବାର୍ଟର ଫାଇନାଲ୍‌ରେ ସେ ବିଶ୍ବ ମାନ୍ୟତାର ଚତୁର୍ଦଶ ଜାପାନର କାଣ୍ଟା ସୁନେୟାମାଙ୍କୁ ୨୫-୨୩ ଓ ୨୨-୨୦ରେ ପରାସ୍ତ କରିଥିଲେ। ଏଥି ସହିତ ପରସ୍ପର ମୁହାଁମୁହିଁରେ ପ୍ରଣୟ ୨-୧ରେ ଆଗୁଆ ରହିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe