ସ୍ବିସ୍‌ ଓପନ୍‌ ଜିତିଲେ ସିନ୍ଧୁ, ପ୍ରଣୟ ଉପବିଜେତା

Advertisment
କାଂସ୍ୟ ଜିତିଲେ ଶ୍ରୀକାନ୍ତ:ଫାଇନାଲ୍‌ରେ ସିନ୍ଧୁ, ସେନ୍‌, ସାତ୍ତ୍ବିକ-ଚିରାଗ

The Bridge

ବାସିଲ: ଭାରତୀୟ ତାରକା ମହିଳା ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ପିଭି ସିନ୍ଧୁ ଏଠାରେ ଆୟୋଜିତ ସ୍ବିସ୍‌ ଓପନ୍‌ ସୁପର ୩୦୦ ପ୍ରତିଯୋଗିତା ମୁକୁଟ କରାୟତ୍ତ କରିଛନ୍ତି। ରବିବାର ମହିଳା ଏକକ ଫାଇନାଲ୍‌ରେ ୨ ଅଲିମ୍ପିକ୍ ପଦକ ବିଜୟିନୀ ସିନ୍ଧୁ ୨୧-୧୬, ୨୧-୧୮ ସିଧାସଳଖ ଗେମ୍‌ରେ ଚତୁର୍ଥ ମାନ୍ୟତାପ୍ରାପ୍ତ ଥାଇଲାଣ୍ଡର ବୁସାନାନ ଓଙ୍ଗବାମ୍ରୁଙ୍ଗଫାନଙ୍କୁ ମାତ୍‌ ଦେଇଥିଲେ। ଦ୍ବିତୀୟ ଥର ଲାଗି ଏଠାରେ ଫାଇନାଲ୍‌ରେ ପହଞ୍ଚିଥିବା ସିନ୍ଧୁ ୪୯ ମିନିଟ୍‌ରେ ଏହି ମ୍ୟାଚ୍‌ ଜିତିଥିଲେ। ଏହା ତାଙ୍କର ଚଳିତ ଋତୁର ଦ୍ବିତୀୟ ଏକକ ଟ୍ରଫି। ପୂର୍ବରୁ ଚଳିତ ବର୍ଷ ଜାନୁଆରିରେ ନୂଆଦିଲ୍ଲୀରେ ଆୟୋଜିତ ସୟଦ ମୋଦି ଅନ୍ତର୍ଜାତୀୟ ସୁପର ୩୦୦ ଟ୍ରଫି ଜିତିଥିଲେ। ବୁସାନନ୍‌ଙ୍କ ବିପକ୍ଷରେ ସେ ୧୭ ମ୍ୟାଚ୍‌ ଖେଳିଥିଲା ବେଳେ ୧୬ତମ ବିଜୟ ପାଇଥିଲେ। କେବଳ ୨୦୧୯ ହଂକଂ ଓପନ୍‌‌ରେ ସିନ୍ଧୁ ତାଙ୍କଠାରୁ ହାରିଥିଲେ।

ଅନ୍ୟପ‌କ୍ଷରେ ଭାରତୀୟ ପୁରୁଷ ତାରକା ତଥା ବିଶ୍ବର ପୂର୍ବତନ ୮ ନମ୍ବର ଖେଳାଳି ଏଚ୍‌ଏସ୍‌ ପ୍ରଣୟ ଉପବିଜେତାରେ ସନ୍ତୁଷ୍ଟ ରହିଥ‌ିଲେ। ପୁରୁଷ ଏକକ ଫାଇନାଲ୍‌ରେ ପ୍ରଣୟ ୧୨-୨୧, ୧୮-୨୧ରେ ଚତୁର୍ଥ ମାନ୍ୟତାପ୍ରାପ୍ତ ଇଣ୍ଡୋନେସିଆର ଜୋନାଥନ ଖ୍ରିଷ୍ଟିଙ୍କଠୁ ହାରି ଯାଇଥିଲେ। ୨୯ ବର୍ଷୀୟ ପ୍ରଣୟଙ୍କ ଏହା ପ୍ରାୟ ୫ ବର୍ଷ ପରେ ପ୍ରଥମ ଫାଇନାଲ୍‌ ମ୍ୟାଚ୍‌ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe