ଫୁଝୌ (ଚୀନ୍): ଦୁଇ ଭାରତୀୟ ପ୍ରମୁ୍ଖ ତାରକା ପିଭି ସିନ୍ଧୁ ଏବଂ କିଦାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା ଚାଇନା ଓପନ୍ ଓ୍ବାଲ୍ଡ ଟୁର୍ ସୁପର ୭୫୦ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ଦୁହେଁ ଶୁକ୍ରବାର ନିଜ ନିଜର କ୍ବାର୍ଟର ଫାଇନାଲ୍ ମୁକାବିଲା ହାରି ଯାଇଛନ୍ତି। ଅଲିମ୍ପିକ ଓ ଦୁଇ ଥର ବିଶ୍ବ ପ୍ରତିଯୋଗିତାରେ ରୌପ୍ୟ ବିଜୟିନୀ ସିନ୍ଧୁ ଶୁକ୍ରବାର ମହିଳା ଏକକ କ୍ବାର୍ଟର ମୁକାବିଲାରେ ଅଷ୍ଟମ ମାନ୍ୟତା ଚୀନ୍ର ହି ବିଙ୍ଗ୍ଜିଆଓଙ୍କ ନିକଟରୁ ୧୭-୨୧, ୨୧-୧୭ ଓ ୧୫-୨୧ରେ ହାରିଯାଇଥିଲେ। ଏଥି ସହିତ ତୃତୀୟ ମାନ୍ୟତା ତଥା ଚଳିତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ବିଶ୍ବ ପ୍ରତିଯୋଗିତା ଓ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ହାସଲ କରିଥିବା ସିନ୍ଧୁ ତୃତୀୟ ଥର ପାଇଁ ବିଙ୍ଗ୍ଜିଆଓଙ୍କ ନିକଟରୁ ପରାସ୍ତ ହେଲେ। ଏହା ପୂର୍ବରୁ ବିଙ୍ଗ୍ଜିଆଓ ମଧ୍ୟ ଜୁଲାଇରେ ଇଣ୍ଡୋନେସିଆ ଓପନ୍ ଓ ଅକ୍ଟୋବରରେ ଫ୍ରେଞ୍ଚ୍ ଓପନ୍ରେ ସିନ୍ଧୁଙ୍କୁ ପରାସ୍ତ କରିଥିଲେ। ପୁରୁଷ ଏକକ ରେ ଶ୍ରୀକାନ୍ତ ୩୫ ମିନିଟ୍ ଲଢ଼ିବା ପରେ ଚାଇନିଜ୍ ତାଇପେର ଚୌ ତିଏନ୍ ଚେନ୍ଙ୍କ ନିକଟରୁ ସିଧାସଳଖ ୧୪-୨୧ ଓ ୧୪-୨୧ରେ ହାରିଗଲେ।
ଚାଇନା ଓପନ୍ରୁ ସିନ୍ଧୁ ଓ ଶ୍ରୀକାନ୍ତ ବିଦା
Advertisment
Follow Us