ସେରେନାଙ୍କ ସହ ଜଳଖିଆ ଖାଇବାକୁ ଚାହାନ୍ତି ସିନ୍ଧୁ

Advertisment
ସେରେନାଙ୍କ ସହ ଜଳଖିଆ ଖାଇବାକୁ ଚାହାନ୍ତି ସିନ୍ଧୁ

Mid-Day

ହାଇଦ୍ରାବାଦ: ଟୋକିଓ ଅଲିମ୍ପିକ୍ସ ପାଇଁ କଠିନ ପ୍ରସ୍ତୁତ କରୁଥିବା ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ସକାଳୁ ସକାଳୁ ଦୋସା ଖାଇବାକୁ ବହୁତ ଭଲ ପାଆନ୍ତି। ବିଦେଶରେ ଥିଲା ବେଳେ ପୀଠାରେ ମନ ଭରନ୍ତି। ସାଥୀ ଖେଳାଳିଙ୍କ ସହ ଜଳଖିଆ ଖାଉଥିଲେ ମଧ୍ୟ ତାଙ୍କର ଏକ ଦୀର୍ଘ ଦିନର ସ୍ବପ୍ନ ରହିଛି। ଅନ୍ତର୍ଜାତୀୟ କ୍ରୀଡ଼ା ତାରକାଙ୍କ ମଧ୍ୟରେ ‌ଆମେରିକାର ମହିଳା ଟେନିସ୍ ଖେଳାଳି ସେରେନା ୱିଲିୟମ୍ସଙ୍କ ସହ ଜଳଖିଆ ଖାଇବାକୁ ସେ ଚାହାନ୍ତି। ଗୁରୁବାର ଦେଇଥିବା ଏକ ସାକ୍ଷାତକାର ଅବସରରେ ଏକଥା କହିଛନ୍ତି ସିନ୍ଧୁ। ତେଲେଙ୍ଗାନାର ଗାଚିବୋଲି ଷ୍ଟାଡିୟମରେ ଅଭ୍ୟାସ କରୁଥିବା ସିନ୍ଧୁ ସକାଳ ୬ଟାରେ ଉଠି ଯାଉଛନ୍ତି। ଏହା ପରେ ୬ଟା ୪୦ରେ ଷ୍ଟାଡିୟମ ଯାଇଥ ଅଭ୍ୟାସ କରନ୍ତି। ୟୁରୋପ ମହାଦେଶର ପାଗକୁ ଭଲ ପାଉଥିବା ଏହି ହାଇଦ୍ରାବାଦୀ ତରୁଣୀ ଲଣ୍ଡନ, ପ୍ୟାରିସ୍ ଓ ସ୍ବିଜରଲାଣ୍ଡର ଥଣ୍ଡା ଜୟବାୟୁକୁ ବହୁତ ପସନ୍ଦ କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe