ବ୍ୟାଡମିଣ୍ଟନ : ଜାପାନର ୟାମାଗୁଚିଙ୍କୁ ହରାଇ ସେମିରେ ପିଭି ସିନ୍ଧୁ

ମାଲେସିଆ ଓପନ୍‌ ବ୍ୟାଡ୍‌ମିଣ୍ଟନ: ସିନ୍ଧୁ ଆରମ୍ଭରୁ ବିଦା; ପ୍ରଣୟଙ୍କ ବିଜୟ ଅଭିଯାନ

image credit : ani

ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ନିଜର ପଦକ ଆଶା ଉଜ୍ଜିବିତ ରଖିଛନ୍ତି ପି.ଭି.ସିନ୍ଧୁ । ଆଜି ସେ ବିଶ୍ବର ୫ ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳୀ ଜାପାନର ଆକେନ ୟାମାଗୁଚିଙ୍କୁ ହରାଇ ଅଲମ୍ପିକ୍ସ ମହିଳା ସିଙ୍ଗଲ୍ସ  ବ୍ୟାଡମିଣ୍ଟନର ସେମିଫାଇନାଲରେ ପ୍ରବେଶ କରିଛନ୍ତି ।

ଆଜିର ମ୍ୟାଚରେ ସିନ୍ଧୁ ନିଜର ଜାପାନି ପ୍ରତିପକ୍ଷଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିଖେଳିଥିଲେ । ପ୍ରଥମ ଗେମକୁ ସେ ସହଜରେ ୨୧-୧୩ରେ ଜିତି ନେଇଥିଲେ । ତେବେ ୨ୟ ଗେମରେ ୟାମାଗୁଚି ଲଢୁଆ ଖେଳ ପ୍ରଦର୍ଶନ କରି ପ୍ରତ୍ୟାବର୍ତ୍ତନ କରିଥିଲେ । ଗୋଟିଏ ସମୟରେ ସେ ସିନ୍ଧୁଙ୍କୁ ଟପିଯାଇଥିଲେ । ତେବେ ପୁଣି ଥରେ ସିନ୍ଧୁ ଲଢୁଆ ଖେଳ ପ୍ରଦର୍ଶନ କରି ପ୍ରତ୍ୟାବର୍ତ୍ତନ କରିବା ସହ ୨ୟ ଗେମକୁ ୨୨-୨୦ରେ ଜିତି ନେଇଥିଲେ ଓ ମ୍ୟାଚରେ ବିଜୟୀ ହୋଇଥିଲେ । ମାତ୍ର ୫୬ ମିନିଟ ଖେଳି ସେ ୟାମାଗୁଚିଙ୍କୁ ପରାସ୍ତ କରି ଦେଇଥିଲେ ।

ସେମି ଫାଇନାଲରେ ସିନ୍ଧୁ ବିଶ୍ବର ୧ ନମ୍ବର ମାନ୍ୟତାପ୍ରାପ୍ତ ତାଇଓ୍ବାନର ଖେଳାଳୀ ତାଇ ଜୁ ଇଙ୍ଗ କିମ୍ବା ୬ ନମ୍ବର ମାନ୍ୟତାପ୍ରାପ୍ତ ଥାଇଲାଣ୍ଡର ଖେଳାଳୀ ରାଚାନକ ଇଣ୍ଟାନନଙ୍କୁ ଭେଟିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe