ସିଙ୍ଗାପୁର ଓପନ୍‌: ଶ୍ରୀକାନ୍ତଙ୍କୁ ମାତ୍‌ ଦେଲେ ମଞ୍ଜୁନାଥ 

Advertisment

ସିନ୍ଧୁ, ସାଇନା, ପ୍ରଣୟଙ୍କ ବିଜୟ ଅଭିଯାନ

ସିନ୍ଧୁ, ସାଇନା, ପ୍ରଣୟଙ୍କ ବିଜୟ ଅଭିଯାନ

ଜାପାନ ଓପନ କ୍ବାର୍ଟରରେ ପ୍ରଣୟ, ଶ୍ରୀକାନ୍ତ ବିଦା

ସିଙ୍ଗାପୁର: ଭାରତୀୟ ବ୍ୟାଡ୍‌ମିଣ୍ଟନ ତାରକା ମିଥୁନ ମଞ୍ଜୁନାଥ ଏବଂ ଅସ୍ମିତା ଚଲିହା ଏଠାରେ ଚାଲିଥିବା ସିଙ୍ଗାପୁର ଓପନ୍‌ ସୁପର ୫୦୦ ପ୍ରତିଯୋଗିତାରେ ଦମ୍‌ଦାର ବିଜୟ ହାସଲ କରିଛନ୍ତି। ବୁଧବାର ଦ୍ବିତୀୟ ଦିବସରେ ଏହି ଦୁଇ ଜଣ ନିଜ ନିଜର ଶକ୍ତିଶାଳୀ ପ୍ରତିଦ୍ବନ୍ଦ୍ବୀଙ୍କୁ ପରାସ୍ତ କରି ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ଗତ ଏପ୍ରିଲରେ ଓର୍ଲେନ୍‌ସ ମାଷ୍ଟର୍ସ ସୁପର ୧୦୦ ପ୍ରତିଯୋଗିତାର ଫାଇନାଲ୍‌ ଖେଳିଥିବା ବିଶ୍ବ ମାନ୍ୟତାର ୭୭ ମିଥୁନ ପୁରୁଷ ଏକକ ପ୍ରଥମ ରାଉଣ୍ଡରେ ନିଜ ଦେଶର ତଥା ବିଶ୍ବ ଚାମ୍ପିଅନ୍‌ସିପ୍‌ ରୌପ୍ୟ ପଦକ ବିଜେତା କିଦାମ୍ବି ଶ୍ରୀକାନ୍ତଙ୍କୁ ୨୧-୧୭, ୧୫-୨୧ ଓ ୨୧-୧୮ରେ ପରାସ୍ତ କରି ଚକିତ କରିଦେଇଥିଲା ବେଳେ ମହିଳା ଏକକ ବର୍ଗରେ ଅସ୍ମିତା ବିଶ୍ବ ମାନ୍ୟତାର ଦ୍ବାଦଶ ଥାଇଲାଣ୍ଡର ବୁସାନାନ୍‌ ଓଙ୍ଗ୍‌ବାମ୍ରୁଙ୍ଗଫାନ୍‌ଙ୍କୁ ୨୧-୧୬ ଓ ୨୧-୧୧ ସିଧାସଳଖ ଗେମ୍‌ରେ ପରାସ୍ତ କରି ଲଜ୍ଜିତ କରିଛନ୍ତି। ପରବର୍ତୀ ରାଉଣ୍ଡରେ ମଞ୍ଜୁନାଥ ଆୟର୍ଲାଣ୍ଡ୍‌ର ଏନ୍‌ହାତ୍‌ ଏନ୍‌ଗୁୟେନ୍‌ଙ୍କୁ ଏବଂ ଅସ୍ମିତା ଚୀନ୍‌ର ହାନ୍‌ ୟୁଇଙ୍କୁ ଭେଟିବେ।

ଅନ୍ୟପକ୍ଷରେ ଦୁଇ ଥର ଅଲିମ୍ପିକ୍‌ ବିଜୟିନୀ ପିଭି ସିନ୍ଧୁ ଏବଂ ଫର୍ମରେ ଥିବା ଏଚ୍‌ ଏସ୍‌ ପ୍ରଣୟ ମଧ୍ୟ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ମହିଳା ଏକକ ପ୍ରଥମ ରାଉଣ୍ଡରେ ସିନ୍ଧୁ ୨୧-୧୫ ଓ ୨୧-୧୧ରେ ବିଶ୍ବ ମାନ୍ୟତାର ୩୬ ବେଲ୍‌ଜିୟମ ତାରକା ଲିଆନେ ଟାନ୍‌ଙ୍କୁ ପରାସ୍ତ କରିଛନ୍ତି। ଦ୍ବିତୀୟ ରାଉଣ୍ଡରେ ତାଙ୍କର ମୁକାବିଲା ଭିଏତ୍‌ନାମର ଥୁୟ ଲିନ୍‌ ଏନ୍‌ଗୁୟେନ୍‌ଙ୍କ ସହ ହେବ। ସେହିପରି ଗତ ସପ୍ତାହରେ ମାଲେସିଆ ମାଷ୍ଟର୍ସ ସେମିଫାଇନାଲ୍‌ରେ ପହଞ୍ଚିଥିବା ପ୍ରଣୟ ପୁରୁଷ ଏକକ ପ୍ରଥମ ରାଉଣ୍ଡରେ ଥାଇଲାଣ୍ଡର ସିଥିକୋମ ଥାମାସିନ୍‌ଙ୍କୁ ୨୧-୧୩ ଓ ୨୧-୧୬ରେ ପରାସ୍ତ କରିଥିଲେ। ଦ୍ବିତୀୟ ରାଉଣ୍ଡରେ ତାଙ୍କର ମୁକାବିଲା ତୃତୀୟ ମାନ୍ୟତାପ୍ରାପ୍ତ ଚୋଉ ତିନ୍‌ ଚେନ୍‌ଙ୍କ ସହ ହେବ। ଚୋଉଙ୍କୁ ଗତ ମାଲେସିଆ ଓପନ୍‌ରେ ପ୍ରଣୟ ପରାସ୍ତ କରିଥିଲେ। ଏହି ଦୁଇ ଜଣଙ୍କ ବ୍ୟତୀତ ଲଣ୍ଡନ ଅଲିମ୍ପିକ୍ସ କାଂସ୍ୟ ବିଜୟିନୀ ସାଇନା ନେହ୍ବାଲ ମଧ୍ୟ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ସେ ପ୍ରଥମ ରାଉଣ୍ଡରେ ନିଜ ଦେଶର ମାଲବିକା ବନ୍‌ସୁଦ୍‌ଙ୍କୁ ୨୧-୧୮ ଓ ୨୧-୧୪ ସିଧାସଳଖ ଗେମ୍‌ରେ ପରାସ୍ତ କରିଛନ୍ତି। ଏଥି ସହିତ ଇଣ୍ଡିଆ ଓପନ୍‌ ପରାଜୟର ମଧୁର ପ୍ରତିଶୋଧ ନେଇଛନ୍ତି। ଅନ୍ୟ ପକ୍ଷରେ ପୂଜା ଦନ୍ଦୁ ଓ ଆରତୀ ସାରା ସୁନିଲ ଯୋଡ଼ି ବିନା ଲଢ଼େଇରେ ମହିଳା ଯୁଗଳ ପ୍ରଥମ ରାଉଣ୍ଡ ବାଧା ଅତିକ୍ରମ କରିଛନ୍ତି। ଚାଇନିଜ ତାଇପେ ଯୋଡ଼ି ହୁ ଲିଙ୍ଗ୍‌ ଫାଙ୍ଗ୍‌ ଓ ଲିନ୍‌ ଜିଆଓ ମିନ୍‌ ପ୍ରତିଯୋଗିତାରୁ ଓହରି ଯିବାରୁ ଏହି ଭାରତୀୟ ଯୋଡ଼ି ବାଇ ପାଇ ଦ୍ବିତୀୟ ରାଉଣ୍ଡରେ ପହଞ୍ଚି ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe