ସିଙ୍ଗାପୁର ଓପନ୍‌ ସେମିରେ ସିନ୍ଧୁ: ସାଇନା, ପ୍ରଣୟ ବିଦା

ସିଙ୍ଗାପୁର ଓପନ୍‌ ସେମିରେ ସିନ୍ଧୁ: ସାଇନା, ପ୍ରଣୟ ବିଦା

The Bridge

ସିଙ୍ଗାପୁର: ଦୁଇ ଥର ଅଲିମ୍ପିକ୍‌ ପଦକ ବିଜୟିନୀ ଭାରତୀୟ ତାରକା ପିଭି ସିନ୍ଧୁ ଏଠାରେ ଚାଲିଥିବା ସିଙ୍ଗାପୁର ଓପନ୍‌ ସୁପର ୫୦୦ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ତେବେ ଲଣ୍ଡନ ଅଲିମ୍ପିକ୍ସ କାଂସ୍ୟ ବିଜୟିନୀ ସାଇନା ନେହୱାଲ ଓ ଏଚ୍‌ଏସ୍‌ ପ୍ରଣୟଙ୍କ ଅଭିଯାନ କ୍ବାର୍ଟର ଫାଇନାଲ୍‌ରେ ଶେଷ ହୋଇଛି। ଶୁକ୍ରବାର ମହିଳା ଏକକ କ୍ବାର୍ଟର ଫାଇନାଲ୍‌ରେ ତୃତୀୟ ମାନ୍ୟତାପ୍ରାପ୍ତ ସିନ୍ଧୁ ୧୭-୨୧, ୨୧-୧୧, ୨୧-୧୯ରେ ଚୀନ୍‌ ପ୍ରତିଦ୍ବନ୍ଦ୍ବୀ ହାଁ ୟୁଇଙ୍କୁ ମାତ୍‌ ଦେଇଥିଲେ। ବିଶ୍ବର ସପ୍ତମ ମାନ୍ୟତାପ୍ରାପ୍ତ ସିନ୍ଧୁ ସେମିଫାଇନାଲ୍‌ରେ ଅଣମାନ୍ୟତାପ୍ରାପ୍ତ ଜାପାନର ସାଇନା କାୱାକାମିଙ୍କୁ ଭେଟିବେ। ମେ’ ମାସ ପରଠୁ ‌ସିନ୍ଧୁଙ୍କ ଏହା ପ୍ରଥମ ସେମିଫାଇନାଲ୍‌। ଅନ୍ୟପକ୍ଷରେ ପୂର୍ବତନ ଏକ ନମ୍ବର ମହିଳା ଖେଳାଳି ୩୨ ବର୍ଷୀୟା ସାଇନା କଡ଼ା ସଂଘର୍ଷ କରି କ୍ବାର୍ଟର ଫାଇନାଲ୍‌ରେ ଜାପାନ୍‌ର ଆୟା ଓହୋରିଙ୍କଠୁ ୧୩-୨୧, ୨୧-୧୫, ୨୦-୨୧ରେ ହାରିଯାଇଥିଲେ। ସେହିପରି ପୁରୁଷ ଏକକ କ୍ବାର୍ଟର ଫାଇନାଲ୍‌ରେ ଭାରତୀୟ ତାରକା ପ୍ରଣୟ ୨୧-୧୨, ୧୪-୨୧, ୧୮-୨୧ରେ କୋଦାଇ ନାରାଓକାଙ୍କଠୁ ପରାସ୍ତ ହୋଇଥିଲେ। ପୁରୁଷ ଯୁଗଳରେ ଏମ୍‌ଆର୍‌ ଅର୍ଜୁନ ଓ ଧ୍ରୁବ କପିଳା ଯୋଡ଼ିଙ୍କ ଅଭିଯାନ ମଧ୍ୟ କ୍ବାର୍ଟର ଫାଇନାଲ୍‌ରେ ଶେଷ ହୋଇଛି। ଏହି ଯୋଡ଼ି ୨୧-୧୦, ୧୮-୨୧, ୧୭-୨୧ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଇଣ୍ଡୋନେସିଆର ମହମ୍ମଦ ଅହସାନ ଓ ହେନ୍ଦ୍ରା ସେତିଆୱାନଙ୍କଠୁ ହାରି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe