ସିନ୍ନର ପୁଣି ବିଜେତା

Advertisment

ଇଟାଲୀର ୟାନିକ୍‌ ସିନ୍ନର ପୁଣି ଥରେ ଅଷ୍ଟ୍ରେଲିଆନ୍‌ ଓପନ୍‌ ପୁରୁଷ ଏକକ ଟ୍ରଫି ଜିତିଛନ୍ତି। ରବିବାରର ଫାଇନାଲ୍‌ରେ ବିଶ୍ବର ଏହି ଏକ ନମ୍ବର ଖେଳାଳି ୬-୩, ୭-୬, ୬-୩ ସେଟ୍‌ରେ ଜର୍ମାନୀର ଆଲେକ୍‌ଜାଣ୍ଡର ଭେରେଭ୍‌ଙ୍କୁ ହରାଇଛନ୍ତି।

ଇଟାଲୀର ୟାନିକ୍‌ ସିନ୍ନର ପୁଣି ଥରେ ଅଷ୍ଟ୍ରେଲିଆନ୍‌ ଓପନ୍‌ ପୁରୁଷ ଏକକ ଟ୍ରଫି ଜିତିଛନ୍ତି। ରବିବାରର ଫାଇନାଲ୍‌ରେ ବିଶ୍ବର ଏହି ଏକ ନମ୍ବର ଖେଳାଳି ୬-୩, ୭-୬, ୬-୩ ସେଟ୍‌ରେ ଜର୍ମାନୀର ଆଲେକ୍‌ଜାଣ୍ଡର ଭେରେଭ୍‌ଙ୍କୁ ହରାଇଛନ୍ତି।

ssdd

ମେଲ୍‌ବର୍ଣ୍ଣ: ଇଟାଲୀର ୟାନିକ୍‌ ସିନ୍ନର ପୁଣି ଥରେ ଅଷ୍ଟ୍ରେଲିଆନ୍‌ ଓପନ୍‌ ପୁରୁଷ ଏକକ ଟ୍ରଫି ଜିତିଛନ୍ତି। ରବିବାରର ଫାଇନାଲ୍‌ରେ ବିଶ୍ବର ଏହି ଏକ ନମ୍ବର ଖେଳାଳି ୬-୩, ୭-୬, ୬-୩ ସେଟ୍‌ରେ ଜର୍ମାନୀର ଆଲେକ୍‌ଜାଣ୍ଡର ଭେରେଭ୍‌ଙ୍କୁ ହରାଇଛନ୍ତି। ଏହି ବିଜୟ ସହ ଲଗାତାର ଦ୍ବିତୀୟ ଥର ଲାଗି ଅଷ୍ଟ୍ରେଲିଆନ୍‌ ଓପନ୍‌ କରାୟତ୍ତ କରିଛନ୍ତି ସିନ୍ନର। ଏଥିସହ ସେ ମଧ୍ୟ ପ୍ରଥମ ଇଟାଲୀୟ ଖେଳାଳି ଭାବେ ତିନିଟି ଗ୍ରାଣ୍ଡ ସ୍ଲାମ୍‌ ଜିତିବାର କୀର୍ତ୍ତିମାନ କରିଛନ୍ତି। ଏଭଳି କରିବା‌ରେ ସେ ନିଜ ଦେଶର ନିକୋଲା ପିତ୍ରାଙ୍ଗେଲିଙ୍କୁ ଟପିଛନ୍ତି।

ପିତ୍ରାଙ୍ଗେଲି ୧୯୫୯ ଓ ୧୯୬୦ରେ ଲଗାତାର ଦୁଇଟି ଫ୍ରେଞ୍ଚ୍ ଓପନ୍ ଟ୍ରଫି ଜିତିଥିଲେ। ଅନ୍ୟପକ୍ଷରେ ଚଳିତ ଅଷ୍ଟ୍ରେଲିଆନ୍ ଓପନ୍‌ ଫାଇନାଲ୍ ହାରିବା ପରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଭେରେଭ୍‌ଙ୍କ ପ୍ରଥମ ଗ୍ରାଣ୍ଡ ସ୍ଲାମ୍‌ ଟ୍ରଫି ଜିତିବା ଆଶା ପୁଣି ଥରେ ଘୁଞ୍ଚିଛି। ଗତ ବର୍ଷ ଫ୍ରେଞ୍ଚ୍‌ ଓପନ୍‌ ଫାଇନାଲ୍‌ରେ କାର୍ଲୋସ ଅଲ୍‌କାରାଜ ଓ ୨୦୨୦ରେ ୟୁଏସ୍‌ ଓପନ୍‌ ଫାଇନାଲ୍‌ରେ ଡୋମିନିକ୍‌ ଥିମ୍‌ଙ୍କଠୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲେ ସେ। ସେହିଭଳି ଶୀର୍ଷ ମାନ୍ୟତାପ୍ରାପ୍ତ କାଟେରିନା ସିନିଆକୋଭା ଓ ଟେଲର ଟାଉନ୍‌ସେଣ୍ଡ୍‌ ଅଷ୍ଟ୍ରେଲିଆନ୍‌ ଓପନ୍‌ ମହିଳା ଯୁଗଳ ଟ୍ରଫି କରାୟତ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe