ସୋଫିଆ : ଇଟାଲିର ଯୁବ ଟେନିସ ଖେଳାଳି ଜାନିକ ସିନର ଏଠାରେ ଆୟୋଜିତ ସୋଫିଆ ଓପନ୍ ଟ୍ରଫି କରାୟତ୍ତ କରିଛନ୍ତି। ଶନିବାର ଫାଇନାଲ୍ରେ ୪୪ ମାନ୍ୟତାପ୍ରାପ୍ତ ୧୯ ବର୍ଷୀୟ ଖେଳାଳି ୬-୪, ୩-୬, ୭-୬ ସେଟ୍ରେ କାନାଡ଼ାର ଭାସେକ ପୋସ୍ପିସିଲ୍ଙ୍କୁ ପରାସ୍ତ କରିଥିଲେ। ଚଳିତ ବର୍ଷ ସିନରଙ୍କ ଏହା ୧୯ତମ ବିଜୟ। ତେବେ ଏଠାରେ ଟ୍ରଫି ଜିତି ସିନର ଇତିହାସ ରଚିଛନ୍ତି। ସେ ଏଟିପି ମୁକୁଟ ଜିତିବାରେ ଗତ ୧୨ ବର୍ଷ ମଧ୍ୟରେ ସର୍ବକନିଷ୍ଠ ଖେଳାଳି ହେବାର ଗୌରବ ପାଇଛନ୍ତି। ୨୦୦୮ରେ ଜାପାନର କେଇ ନିସିକୋରି ୧୮ ବର୍ଷ ବୟସରେ ଡେଲ୍ରେ ବିଚ୍ ଓପନ୍ ଜିତି ସର୍ବକନିଷ୍ଠ ଖେଳାଳି ଭାବେ ଏଟିପି ଟ୍ରଫି କରାୟତ୍ତ କରିଥିଲେ। ଚଳିତ ବର୍ଷ ଗସ୍ତରେ ସିନର ମଧ୍ୟ ପ୍ରଥମ ଥର ବିଜେତା ଭାବେ ଷଷ୍ଠ ଖେଳାଳି ହୋଇଛନ୍ତି। ଏକ୍ଷେତ୍ରରେ ସେ ଉଗୋ ହମ୍ବର୍ଟ, କାସ୍ପର ରୁଡ୍, ଥିଆଗୋ ସିବୁଥ୍ ୱାଇଲ୍ଡ, ମିଓମୀର କେକ୍ମାନୋଭୋକ୍ ଏବଂ ଜନ୍ ମିଲ୍ମାନ୍ଙ୍କ କ୍ଲବ୍ରେ ସାମିଲ ହୋଇଛନ୍ତି।
ସୋଫିଆ ଓପନ୍ ଜିତି ଇତିହାସ ରଚିଲେ ସିନର, ୧୨ ବର୍ଷ ମଧ୍ୟରେ ସର୍ବକନିଷ୍ଠ ଏଟିପି ମୁକୁଟଧାରୀ
Advertisment
Follow Us