ନୂଆଦିଲ୍ଲୀ : ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସୀୟ କ୍ରୀଡ଼ାକୁ ଆଖି ଆଗରେ ରଖି ହକି ଇଣ୍ଡିଆ ମଙ୍ଗଳବାର ଅଷ୍ଟ୍ରେଲିଆ ହକି ଦଳର ପୂର୍ବତନ ଡ୍ରାଗ୍ ଫ୍ଲିକର କ୍ରିସ୍ ସିରିଏଲୋଙ୍କୁ ଭାରତୀୟ ପୁରୁଷ ହକି ଦଳର ଆନାଲିଟିକାଲ କୋଚ୍ ବା ବିଶ୍ଳେଷଣାତ୍ମକ ପ୍ରଶିକ୍ଷକ ନିଯୁକ୍ତ କରିଛି। ଭାରତୀୟ କ୍ରୀଡ଼ା ପ୍ରାଧୀକରଣ ତାଙ୍କ ନିଯୁକ୍ତିି ବିଷୟରେ ଏ ପର୍ଯ୍ୟନ୍ତ ଆନୁଷ୍ଠାନିକ ଘୋଷଣା କରିନାହିଁ। ତଥାପି ୩୨ ବର୍ଷୀୟ ସିରିଏଲୋ ଭାରତୀୟ ଦଳ ସହ କାମ ଆରମ୍ଭ କରି ସାରିଥିବା ଜଣା ପଡ଼ିଛି। ସେ ମଧ୍ୟ ଭାରତୀୟ ହକି ଦଳର ସର୍ବକନିଷ୍ଠ ପ୍ରଶିକ୍ଷକ ହେବାର ଗୌରବ ଲାଭ କରିଛନ୍ତି। ସିରିଏଲୋଙ୍କ ପୂର୍ବରୁ ନେଦରଲାଣ୍ଡର ହାନ୍ସ ଷ୍ଟ୍ରିଡର ଏହି ପଦରେ ଥିଲେ। ତେବେ ଗତ ସେପ୍ଟେମ୍ବର ମାସରେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ। ନିଜ ସମୟର ଜଣେ ନିର୍ଭିକ ରକ୍ଷଣଭାଗ ଖେଳାଳି ଭାବେ ପରିଚିତ ଥିବା ସିରିଏଲୋ ହଗ୍ ବିଶ୍ୱକପ୍ ଏବଂ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଗୋଟିଏ ଲେଖାଏଁ ହ୍ୟାଟ୍ରିକ୍ ଅର୍ଜନ କରି ଅଷ୍ଟ୍ରେଲିଆକୁ ଦୁଇଟି ବଡ଼ ଟ୍ରଫି ଉପହାର ଦେଇଥିଲେ।
ସିରିଏଲୋ ପୁରୁଷ ଦଳର ନୂଆ ପ୍ରଶିକ୍ଷକ
Advertisment
Follow Us