ଘରୋଇ କ୍ରିକେଟ୍ ଆୟୋଜନ ପାଇଁ ରାଜ୍ୟ ସଂଘକୁ ୪ ବିକଳ୍ପ

ବାର୍ଷିକ ଆଇସିସି ମାନ୍ୟତା: ଭାରତ ଟ୍ବେଣ୍ଟି-୨୦ ଶୀର୍ଷରେ

Webdunia

ନୂଆଦିଲ୍ଲୀ: କେବଳ ରଣଜୀ ଟ୍ରଫି, କେବଳ ସୟଦ ମୁସ୍ତାକ ଅଲୀ ଟ୍ରଫି ଟି-୨୦, ଉଭୟ ରଣଜୀ ଟ୍ରଫି ଓ ସୟଦ ମୁସ୍ତାକ ଅଲୀ ଟ୍ରଫି, ଉଭୟ ସୟଦ ମୁସ୍ତାକ ଅଲୀ ଟ୍ରଫି ଟି-୨୦ ଓ ବିଜୟ ହଜାରେ ଟ୍ରଫି ୫୦ ଓଭରିଆ। ଏହି ୪ଟି ବିକଳ୍ପର ଆୟୋଜନ ଲାଗି ରାଜ୍ୟସଂଘଗୁଡିକୁ ପ୍ରସ୍ତାବ ଦେଇଛି ବିସିସିଆଇ। ଡିସେମ୍ବର ୨ ତାରିଖ ମଧ୍ୟରେ ଏ ସମ୍ପର୍କରେ ସୂଚନା ଦେବାକୁ ମଧ୍ୟ ବିସିସିଆଇ ତାରିଖ ଧାର୍ଯ୍ୟ କରିଛି। ଏଥି ସହିତ ୨୦୨୦-୨୧ ଘରୋଇ ଋତୁରେ କେବଳ ଏହି ୪ ପ୍ରତିଯୋଗିତା ଖେଳାଯିବା ନିଶ୍ଚିତ ହୋଇଛି। ସୟଦ ମୁସ୍ତାକ ଅଲୀ ଟି-୨୦ରୁ ଏହି ବିଳମ୍ବିତ ଋତୁ ଆରମ୍ଭ ହେବ ବୋଲି ମଧ୍ୟ ସୂଚନା ମିଳିଛି। ବିସିସିଆଇ ଖସଡ଼ା ଅନୁସାରେ ଡିସେମ୍ବର ୨୦ରୁ ଜାନୁଆରି ୧୦ ତାରିଖ ମଧ୍ୟରେ ଏହି ପ୍ରତିଯୋଗିତା ଖେଳାଯିବ। ୬୭ ଦିନିଆ ରଣଜୀ ଟ୍ରଫି ଜାନୁଆରି ୧୧ରୁ ମାର୍ଚ ୧୮ ଯାଏ ଚାଲିବ। ବିଜୟ ହଜାରେ ଟ୍ରଫି ଜାନୁଆରି ୧୧ରୁ ଫେବ୍ରୁଆରି ୭ ମଧ୍ୟରେ ଖେଳାଯିବାକୁ ପ୍ରସ୍ତାବ ଦିଆଯାଇଛି। ୨୦୨୧ ମସିହାର ଆଇପିଏଲ୍‌ ମାର୍ଚ ଶେଷ ଭାଗ କିମ୍ବା ଏପ୍ରିଲ୍‌ ପ୍ରଥମ ସପ୍ତାହରୁ ଖେଳାଯିବାକୁ ଥିବାରୁ ସୟଦ ମୁସ୍ତାକ ଅଲୀ ଟ୍ରଫିକୁ ପ୍ରଥ‌ମେ କରାଯିବାକୁ ନିଷ୍ପତ୍ତି ହୋଇଛି। ଏଥର ଆଇପିଏଲ୍‌ରେ ଏକ ନୂଆ ଦଳ ସାମିଲ ହେବାର ଥିବାରୁ ଜାନୁଆରିରେ ମେଗା ନିଲାମି ଆୟୋଜିତ ହେବ।

ବିସିସିଆଇ ସମ୍ପାଦକ ଜୟ ଶାହଙ୍କ ସ୍ବାକ୍ଷରିତ ଇମେଲ୍‌ରେ ସବୁ ରାଜ୍ୟ ଓ ଅନୁବଂଧିତ ସଂଘକୁ ଘରୋଇ କ୍ରିକେଟ୍‌ ସୂଚନା ଏବଂ ଆୟୋଜନ ପ୍ରସ୍ତାବ ଦିଆଯାଇଛି। କୋଭିଡ୍‌ ମହାମାରୀ ପରିସ୍ଥିତିରେ ଜୈବ ସୁରକ୍ଷିତ ବଳୟ ଭିତରେ ଏହାକୁ କରିବାକୁ ବିସିସିଆଇ ଭ୍ରମଣ ଓ ଅନ୍ୟାନ୍ୟ ଲଜିଷ୍ଟିକ୍ ପ୍ରସଙ୍ଗକୁ ଏଡ଼ାଇବା ଲାଗି ଯୋଜନା କରିଛି। ୩୮ ଦଳକୁ ୫ ଏଲିଟ୍‌ ଗ୍ରୁପ୍‌ରେ ବିଭକ୍ତ କରାଯିବ ଏବଂ ଗୋଟିଏ ପ୍ଲେଟ୍ ଗ୍ରୁପ୍‌ ରହିବ। ଏଲିଟରେ ୬ ଲେଖାଏଁ ଦଳ ଏବଂ ପ୍ଲେଟରେ ୮ ଦଳ ଖେଳିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe