ହିମା-ଆନସ୍‌ଙ୍କ ମୁହଁରେ ହସ

Advertisment
ହିମା-ଆନସ୍‌ଙ୍କ ମୁହଁରେ ହସ

ଆସାମ ଲଳନା ହିମା ଦାସ ଓ କେରଳ ଧାବକ ମହମ୍ମଦ ଆନସ ଆଜି ଭାରତୀୟ ପ୍ରଶଂସକଙ୍କ ମୁହଁରେ ହସ ଖେଳାଇ ଦେଇଥିଲେ। ଢିଙ୍ଗ ଏକ୍ସପ୍ରେସ୍‌ ଭାବେ ପରିଚିତ ୧୮ ବର୍ଷୀୟା ହିମା ମହିଳା ୪୦୦ ମିଟର ଫାଇନାଲର ଦ୍ୱିତୀୟ ସ୍ଥାନରେ ରହି ପ୍ରଥମ ବରିଷ୍ଠ ସ୍ତରୀୟ ଅନ୍ତର୍ଜାତୀୟ ପଦକ ଜିତିଥିଲେ। ଗତ ଜୁଲାଇରେ ଫିନଲାଣ୍ଡର ଟାମ୍ପରେଠାରେ ଆୟୋଜିତ ବିଶ୍ୱ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାରେ ସେ ପ୍ରଥମ ଭାରତୀୟ ଭାବେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ହିମା ମଧ୍ୟ ଦୁଇ ଦିନ ଭିତରେ ଦୁଇ ଥର ନୂଆ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଥିଲେ। ଶନିବାରର ସେମିଫାଇନାଲରେ ୫୧ ସେକେଣ୍ଡ ସମୟ ସହ ଫାଇନାଲକୁ ଯାଇ ସେ ମନଜୀତ କୁଜୁର (୫୧.୦୫ ସେକେଣ୍ଡ) ୧୪ ବର୍ଷ ତଳେ ସ୍ଥାପନ କରିଥିବା ଭାରତୀୟ କୀର୍ତ୍ତିମାନକୁ ଭାଙ୍ଗିଥିଲେ। ରବିବାରର ଫାଇନାଲରେ ଆହୁରି ଭଲ କରି ୫୦.୫୯ ସେକେଣ୍ଡ ସମୟ ସହ ନିଜ କୀର୍ତ୍ତିମାନକୁ ଭାଙ୍ଗିଥିଲେ। ବାହାରିନର ସାଲଓ୍ଵା ନାସେର (୫୦.୦୯ ସେକେଣ୍ଡ) ସ୍ୱର୍ଣ୍ଣ ପଦକ ଜିିତିଥିଲେ। ଅନ୍ୟତମ ଭାରତୀୟ ନର୍ମଳା ସେରନ୍‌ (୫୨.୯୬) ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ। ପୁରୁଷରେ ଆନସ୍‌ ୪୫.୬୯ ସେକେଣ୍ଡ ସମୟ ସହ ରୌପ୍ୟ ପଦକ ପାଇଥିଲେ। ଏହି ବର୍ଗର ସ୍ୱର୍ଣ୍ଣ କାତାରର ହସନ ଅବଦେଲା (୪୪.୮୯)ଙ୍କୁ ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe