କୋହଲିଙ୍କୁ ଶ୍ରେଷ୍ଠ ଦିନିକିଆ ବ୍ୟାଟ୍ସମ୍ୟାନ୍‌ କହିଲେ ସ୍ମିଥ୍‌

Advertisment

ରାହୁଲ ଓ ସାମସନଙ୍କୁ ଉଚ୍ଚ ପ୍ରଶଂସା

ରାହୁଲ ଓ ସାମସନଙ୍କୁ ଉଚ୍ଚ ପ୍ରଶଂସା

କୋହଲିଙ୍କୁ ଶ୍ରେଷ୍ଠ ଦିନିକିଆ ବ୍ୟାଟ୍ସମ୍ୟାନ୍‌ କହିଲେ ସ୍ମିଥ୍‌

India TV News

ନୂଆଦିଲ୍ଲୀ: ଅତୀତରେ ଷ୍ଟିଭେନ୍ ସ୍ମିଥ୍‌ ଏବଂ ବିରାଟ କୋହଲିଙ୍କୁ ଆଧୁନିକ କ୍ରିକେଟର୍‌ ଦୁଇ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ଆଖ୍ୟା ଦିଆଯାଇଆସିଛି। ଏହି ଦୁଇ ଜଣଙ୍କ ମଧ୍ୟରେ ଢେର ତୁଳନା ମଧ୍ୟ ହୋଇସାରିଛି। ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ତଥା ବ୍ୟାଟସମ୍ୟାନ୍‌ ଷ୍ଟିଭେନ୍ ସ୍ମିଥ୍ କିନ୍ତୁ ଗୁରୁବାର ବିଶ୍ବର ଶ୍ରେଷ୍ଠ ଦିନିକିଆ ବ୍ୟାଟ୍‌ସମ୍ୟାନ୍‌ ଭାବେ ବିରାଟ କୋହଲିଙ୍କୁ ପସନ୍ଦ କରିଛନ୍ତି। ଏହି ଅବସରରେ ସ୍ମିଥ୍‌ ଦୁଇ ଉଦୀୟମାନ ଯୁବ ଭାରତୀୟ ଖେଳାଳି କେଏଲ୍ ରାହୁଲ ଓ ସଂଜୁ ସାମସନଙ୍କୁ ବି ସେ ଉଚ୍ଚ ପ୍ରଶଂସା କରିଛନ୍ତି।

୩୧ ବର୍ଷୀୟ ସ୍ମିଥ୍‌ଙ୍କୁ ତାଙ୍କର ଜଣେ ପ୍ରଶଂସକ ବର୍ତମାନର ଶ୍ରେଷ୍ଠ ଦିନିକିଆ ବ୍ୟାଟସମ୍ୟାନ୍‌ ବାଛିବାକୁ କହିବା ପରେ ସେ ବିନା ଦ୍ବିଧାରେ କୋହଲିଙ୍କ ନାମ ନେଇଥିଲେ। ସୂଚନାଯୋଗ୍ୟ, ସକ୍ରିୟ କ୍ରିକେଟରଙ୍କ ମଧ୍ୟରେ କୋହଲି ୫୯.୩୪ ହାରରେ ୧୧,୮୬୭ ରନ୍ ସଂଗ୍ରହ କରିଛନ୍ତି। ୪୩ ଶତକ ସହ ସଚିନ ତେନ୍ଦୁଲକରଙ୍କ ବିଶ୍ବ କୀର୍ତ୍ତିମାନ ଭାଙ୍ଗିବାଠାରୁ ୭ ଶତକ ଦୂରରେ ରହିଛନ୍ତି। କେଏଲ୍ ରାହୁଲଙ୍କୁ ଜଣେ ଭଲ ବିନ୍ଧାଣି ଓ ସାମସନଙ୍କୁ ସେ ପ୍ରତିଭାବାନ ଦର୍ଶାଇଥିଲେ। ଆଗାମୀ ଆଇପିଏଲ୍‌ରେ ଖେଳିବାକୁ ଯାଉଥିବା ସ୍ମିଥ୍ ମଧ୍ୟ ତାଙ୍କ ରାଜସ୍ଥାନ ରୟାଲ୍ସ ଦଳୀୟ ସାଥୀ ଜୋସ୍ ବଟ୍ଟଲରଙ୍କୁ ଜଣେ ଭୟଙ୍କର ଖେଳାଳି ବୋଲି ପ୍ରକାଶ କରିଥିଲେ। ସେପ୍ଟେମ୍ବର ୧୬ ତାରିଖରେ ଇଂଲଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳା ଶେଷ ହେବା ପରେ ସ୍ମିଥ୍‌ ୟୁଏଇ ଗସ୍ତ କରି ରାଜସ୍ଥାନ ରୟାଲ୍ସ ଶିବିରରେ ସାମିଲ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe