ସିଡ୍ନି: କେପ୍ଟାଉନ ଟେଷ୍ଟ୍ରେ ବଲ୍ ବିକୃତ କରି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ଏବଂ ଯୁବ ବ୍ୟାଟ୍ସମ୍ୟାନ୍ କାମେରନ୍ ବନ୍କ୍ରଫ୍ଟ ବର୍ଷକ ପାଇଁ ଅନ୍ତର୍ଜାତୀୟ ଏବଂ ଘରୋଇ କ୍ରିକେଟ୍ରୁ ବାସନ୍ଦ ହୋଇଛନ୍ତି। ଦୋଷ ତୁଳନାରେ ଦଣ୍ଡ ଅଧିକ ହୋଇ ଯାଇଛି ବୋଲି ଅନେକ ପୂର୍ବତନ କ୍ରିକେଟର ମତ ଦେଇଛନ୍ତି। ହେଲେ ଉଭୟ ସ୍ମିଥ୍ ଏବଂ ବନକ୍ରଫ୍ଟ କ୍ରିକେଟ୍ ଅଷ୍ଟ୍ରେଲିଆ ଦେଇଥିବା ଏହି ଦଣ୍ଡାଦେଶ ବିରୋଧରେ ଆବେଦନ କରିବେ ନାହିଁ ବୋଲି ବୁଧବାର ସ୍ପଷ୍ଟ କରି ଦେଇଛନ୍ତି। ସ୍ମିଥ୍ ଏହି ବିଷୟରେ ଟ୍ଵିଟ୍ କରି କହିଛନ୍ତି ଯେ କେପ୍ଟାଉନରେ ଯାହା ଘଟିଥିଲା ଅଧିନାୟକ ଭାବେ ତାର ପୂରା ଦାୟିତ୍ୱ ମୁଁ ନେଉଛି। ବାସନ୍ଦାଦେଶ ବିରୋଧରେ ଆବେଦନ କରିବି ନାହିଁ। ମୁଁ ଏହାକୁ ଗ୍ରହଣ କରିବି। ବନକ୍ରଫ୍ଟ ମଧ୍ୟ ଦଣ୍ଡାଦେଶକୁ ଗ୍ରହଣ କରି ନେଇଥିବା ସୂଚନା ଦେଇଛନ୍ତି। ହେଲେ ମାମଲାରେ ସଂପୃକ୍ତ ଥିବା ତୃତୀୟ ଖେଳାଳି ଡେଭିଡ୍ ଓ୍ଵାର୍ନର ତାଙ୍କ ବାସନ୍ଦାଦେଶ ବିରୋଧରେ ଆବେଦନ କରିବେ କି ନାହିଁ, ସେକଥା ଏ ପର୍ଯ୍ୟନ୍ତ ସ୍ପଷ୍ଟ କରି ନାହାନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us