ସ୍ମିଥ୍‌ ଦେଲେ ଇଂଲଣ୍ଡକୁ ସହଜ ବିଜୟ: ଦକ୍ଷିଣ ଆଫ୍ରିକା ୧୦ ୱିକେଟ୍‌ରେ ହାରିଲା

ଚଳିତ ମହିଳା ଦିନିକିଆ ବିଶ୍ବକପ୍‌ରେ ଶୁକ୍ରବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଇଂଲଣ୍ଡ ସହଜ ବିଜୟ ହାସଲ କରିଛି। ୭୦ ରନ୍‌ର ବିଜୟ ଲକ୍ଷ୍ୟକୁ ଇଂଲଣ୍ଡ ୧୦ ୱିକେଟ୍‌ରେ ଜିତି ନେଇଥିଲା। ଦୁଇ ଓପନର୍‌ ଆମି ଜୋନ୍ସ (୪୦*) ଓ ତାମି ବିଉ‌ମଣ୍ଟ (୨୧*) ଅପରାଜିତ....

sfsfsxxccxcx

Photograph: (The Guardian)

ଗୁଆହାଟୀ: ଚଳିତ ମହିଳା ଦିନିକିଆ ବିଶ୍ବକପ୍‌ରେ ଶୁକ୍ରବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଇଂଲଣ୍ଡ ସହଜ ବିଜୟ ହାସଲ କରିଛି। ୭୦ ରନ୍‌ର ବିଜୟ ଲକ୍ଷ୍ୟକୁ ଇଂଲଣ୍ଡ ୧୦ ୱିକେଟ୍‌ରେ ଜିତି ନେଇଥିଲା। ଦୁଇ ଓପନର୍‌ ଆମି ଜୋନ୍ସ (୪୦*) ଓ ତାମି ବିଉ‌ମଣ୍ଟ (୨୧*) ଅପରାଜିତ ରହି ୧୪.୧ ଓଭରରେ ଦଳକୁ ବିଜୟ ଭେଟି ଦେଇଥିଲେ। ଲିନ୍‌ସି ସ୍ମିଥ୍‌ (୪-୨-୭-୩) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। 

ପୂର୍ବରୁ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୨୦.୪ ଓଭରରେ ମାତ୍ର ୬୯ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଦ୍ବିତୀୟ ଓଭରରେ ଦକ୍ଷିଣ ଆଫ୍ରିକାର ଅଧିନାୟିକା ତଥା ବିଶ୍ବର ତାରକା ବ୍ୟାଟର୍‌ ‌ଲୌରା ଓଲ୍‌ଭାର୍ଟ (୫)ଙ୍କୁ ଲିନ୍‌ସି ସ୍ମିଥ୍‌ ପ୍ୟାଭିଲିୟନ ପଠାଇ ବିପର୍ଯ୍ୟୟର ମୂଳଦୁଆ ପକାଇଥିଲେ। ଏପରିକି ସ୍ମିଥ୍‌ ନିଜର ପ୍ରଥମ ୩ ଓଭର ମଧ୍ୟରେ ଓଲ୍‌ଭାର୍ଟଙ୍କ ସହ ତାଜମିନ୍‌ ବ୍ରିଟ୍ସ (୫) ଓ ମାରିଜାନ କାପ୍‌ (୪)ଙ୍କୁ ଆଉଟ୍‌ କରି‌ଥିଲେ। ଫଳରେ ୫.୧ ଓଭରରେ ୧୯ ରନ୍‌ରେ ୪ ୱିକେଟ୍‌ ହରାଇ ଦକ୍ଷିଣ ଆଫ୍ରିକା ବଡ଼ ସଙ୍କଟରେ ପଡ଼ିଥିଲା। ସିନା‌ଲୋ ଜାଫ୍‌ଟା (୨୨) କିଛିଟା ଲଢ଼ିଥିଲା ବେଳେ ଅନ୍ୟପଟେ ଲଗାତାର ୱିକେଟ୍‌ ହରାଇ ଏହି ୭୦ ରନ୍‌ ମଧ୍ୟରେ ଅଟକି ଯାଇଥିଲା। ଜାଫ୍‌ଟା କେବଳ ଦୁଇ ଅଙ୍କ ଛୁଇଁଥିଲେ। ସ୍ମିଥ୍‌ଙ୍କ ବାଦ୍‌ ନାଟ୍‌ ସିଭରବ୍ରଣ୍ଟ (୨/୫), ସୋଫି ଏସେଲଷ୍ଟୋନ୍‌ (୨/୧୯), ଚାର୍ଲି ଡିନ୍‌ (୨/୧୪) ଓ ଲୌରେନ ବେଲ୍‌ (୧/୨୪) ଅନ୍ୟ ୭ ୱିକେଟ୍‌ ବାଣ୍ଟି ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe