ମୁମ୍ବାଇ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମାନ୍ ସ୍ମୃତି ମନ୍ଧାନାଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼। ବାପାଙ୍କ ପରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ଭାବିସ୍ବାମୀ। ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲ ନଭେମ୍ବର ୨୩ ତାରିଖରେ ବିବାହ କରିବାର ଥିଲା। କିନ୍ତୁ, ତାହା ହୋଇପାରିଲା ନାହିଁ। ବାପାଙ୍କର ହୃଦଘାତ ଲକ୍ଷଣ ଦେଖାଯିବାରୁ ଦୁହିଁଙ୍କ ବିବାହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚିଥିଲା। ଏବେ ଡାକ୍ତରଖାନାରେ ସ୍ମୃତିଙ୍କ ବାପା ଶ୍ରୀନିବାସ ମନ୍ଧାନାଙ୍କ ଚିକିତ୍ସା ଚାଲିଛି। ‌ତେବେ ବାପାଙ୍କ ଦେହ ଖରାପ ହେବା ପରେ ପଲାଶ ମଧ୍ୟ ଅସୁସ୍ଥ ହୋଇପଡ଼ିଥିଲେ ବୋଲି ଜଣାଯାଇଛି।  

Advertisment

କ’ଣ ସମସ୍ୟା ହୋଇଥିଲା?

ସୂଚନା ମୁତାବକ, ପଲାଶଙ୍କୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ତାଙ୍କର ପେଟରେ ସଂକ୍ରମଣ ହେବା ସହ ଏସିଡିଟି ହୋଇଯାଇଥିଲା। ଏହି କାରଣରୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଥିବା ବେ‌ଳେ ସେ ଏବେ ସୁସ୍ଥ ଥିବା ଜଣାଯାଇଛି। ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିବାରୁ ତାଙ୍କୁ ହସ୍ପିଟାଲରୁ ହୋଟେଲକୁ ଅଣାଯାଇଛି।

ସ୍ମୃତି ମନ୍ଧାନାଙ୍କ Family Doctor ନମନ ଶାହ କହିଛନ୍ତି ଯେ, ଡାକ୍ତରୀ ଦଳ ସ୍ମୃତିଙ୍କ ପିତାଙ୍କ ଉପରେ ନଜର ରଖିଛନ୍ତି। ରବିବାର ଅପରାହ୍ନ ୧:୩୦ ସମୟରେ ଶ୍ରୀନିବାସ ମନ୍ଧାନାଙ୍କ ବାମ ପାର୍ଶ୍ୱ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା। ତାଙ୍କ ପୁଅ ମୋତେ ଫୋନ୍ କରିଥିଲେ। ଖବର ପାଇ ଆମେ ଏକ ଆମ୍ବୁଲାନ୍ସ ପଠାଇଥିଲୁ, ଏବଂ ତାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏହା ପରେ, ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା। ସେ ନିରୀକ୍ଷଣରେ ଅଛନ୍ତି।"

ଆହୁରି ପଢ଼ନ୍ତୁ: cyclone in Bay of Bengal: ବଙ୍ଗୋପସାଗରରେ ଆସୁଛି ବାତ୍ୟା: ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ, ଆଜି ଅବପାତ, ୨୬ରେ ବାତ୍ୟା

ତେବେ ସ୍ମୃତି ଓ ପଲାଶଙ୍କ ବିବାହ କେବେ ହେବ, ତାହା ଜଣାପଡ଼ିନାହିଁ। କୁହାଯାଉଛି ଯେ, ବାପା ସୁସ୍ଥ ହେବା ପରେ ଯାଇ ସ୍ମୃତି ବିବାହ କରିବା ବିଷୟରେ ଚିନ୍ତା କରୁଛନ୍ତି।

ଆହୁରି ପଢ଼ନ୍ତୁ: Justice Suryakant: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସୂର୍ଯ୍ୟକାନ୍ତ