Smriti Mandhana: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ବିବାହ ସ୍ଥଗିତ ହେବା ପରେ ପ୍ରଥମଥର ପାଇଁ ସାର୍ବଜନୀନ ଭାବରେ ଦେଖା ଦେଇ ନିଜର ପ୍ରତିକ୍ରିୟା ରଖିଛନ୍ତି।
ବଲ ଉପରେ ସର୍ବଦା ଥାଏ ନଜର
ବୁଧବାର ଭାରତ ମଣ୍ଡପମରେ ଆମାଜନ ସମ୍ଭାବନା ସମ୍ମିଳନୀରେ ଅଧିନାୟକ ହରମନପ୍ରୀତ କୌରଙ୍କ ସହ ଯୋଗ ଦେଇ ମନ୍ଧାନା କହିଛନ୍ତି, ‘କ୍ରିକେଟ୍ ଛଡ଼ା ମୁଁ ମୋ ଜୀବନରେ ଅନ୍ୟ କୌଣସି ଦିଗକୁ ଅଧିକ ଗୁରୁତ୍ୱ ଦିଏ ନାହିଁ। ମୋ ନଜର ସବୁବେଳେ ବଲ ଉପରେ ଥାଏ। ମୁଁ ଏହାକୁ ଦେଖିବାକୁ ଓ ମାରିବାକୁ ଚାହେଁ। ୧୨ବର୍ଷ ମଧ୍ୟରେ ସ୍ପଷ୍ଟ ଭାବରେ ବୁଝିସାରିଛି କ୍ରିକେଟ ବ୍ୟତୀତ ମୁଁ ଆଉ କାହାକୁ ଭଲ ପାଇ ପାରିବି ନାହିଁ।
ଅଧିକପଢ଼ନ୍ତୁ:ଏହି କ୍ରିକେଟରଙ୍କ ନାମରେ ଆସିଲା ଦୁଷ୍କର୍ମ ଅଭିଯୋଗ, ବିବାହର ପ୍ରତିଶୃତି ଦେଇ ଠକିଥିବାର କହିଲେ ଯୁବତୀ
ମାନସିକ ଭାବରେ ରୁହନ୍ତି ଦୃଢ଼
ମୁଁ ଜଣେ ସରଳ ବ୍ୟକ୍ତି, କୌଣସି ଜିନିଷକୁ ଅଧିକ ଚିନ୍ତା କରି ମୋ ଜୀବନକୁ କଷ୍ଟ ଦେବାକୁ ଚାହେଁ ନାହିଁ। ମୁଁ କ୍ରିକେଟ୍ ବ୍ୟତୀତ ଆଉ କିଛି ଭଲ ପାଏ ନାହିଁ। ଭାରତୀୟ ଜର୍ସି ପିନ୍ଧିବା ମୋର ସବୁଠାରୁ ବଡ଼ ପ୍ରେରଣା। 'ବିଶ୍ୱ ଚାମ୍ପିଅନ୍'ର ଡକା ଶୁଣିବାକୁ ପିଲାଦିନରୁ ସ୍ବପ୍ନ ଥିଲା ।"
ନଭେମ୍ବର ୨୩ ତାରିଖରେ ହେବାକୁ ଥିବା ଗାୟକ ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ସହ ମନ୍ଧାନାଙ୍କ ବିବାହକୁ ସ୍ଥଗିତ ରଖାଯାଇଛି। ଉଭୟ ସୋସିଆଲ ମିଡିଆ ମାଧ୍ୟମରେ ସେମାନଙ୍କର ଅଲଗା ହେବା ଏବଂ ବ୍ୟକ୍ତିଗତ ଜୀବନ ସହିତ ଆଗକୁ ବଢ଼ିବାର ଘୋଷଣା କରିଛନ୍ତି।
ଅଧିକପଢ଼ନ୍ତୁ:ଆପଣମାନେ ସେବା ମନୋଭାବ ନେଇ ଲୋକଙ୍କ ପାଇଁ କାମ କରନ୍ତୁ: ମୁଖ୍ୟମନ୍ତ୍ରୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/11/untitled-13-2025-12-11-19-21-14.jpg)