ମୁମ୍ବାଇ: ଘୁଞ୍ଚିଲା ସ୍ମୃତି ମନ୍ଧାନାଙ୍କ ବାହାଘର । ବାପାଙ୍କୁ ହାର୍ଟ ଆଟାକ୍ ହେବା ପରେ ଅନିର୍ଦ୍ଦିଷ୍ଟକାଳ ପାଇଁ ବାହାଘର ଘୁଞ୍ଚିଲା । ଆଜି ମହାରାଷ୍ଟ୍ରରେ ତାଙ୍କ ହୋମ ଟାଉନରେ ହୋଇଥାନ୍ତା ବାହାଘର । ହେଲେ ତାଙ୍କ ବାପା ହାର୍ଟ ଆଟାକର ଶିକାର ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଉ ଝିଅ ବାହାଘରକୁ ଘୁଞ୍ଚାଯାଇଛି ।
ଆଜି ଥିଲା ବାହାଘର
ସବୁକିଛି ସରିଥିଲା...ବିବାହର ମାହୋଲ୍ ଥିଲା .. ହଳଦୀ , ମେହେନ୍ଦି ସବୁ ସରିଥିଲା ବାକି ଥିଲା ଅଗ୍ନିଙ୍କୁ ସାକ୍ଷୀ ରଖି ସାତଜନ୍ମର ସାଥି ହେବାର ସଂକଳ୍ପ । କିନ୍ତୁ ବିବାହର କେଇ ଘଣ୍ଟା ପୂର୍ବରୁ ହିଁ କନ୍ୟାପିତାଙ୍କ ଦେହ ହେଲା ଅସୁସ୍ଥ । ଫୁଲରେ ସଜେଇ ହୋଇଥିବା ଘରୁ ଝିଅ ବିଦା ଗାଡ଼ି ବଦଳରେ ବାହାରିଥିଲା ଆମ୍ବୁଲାନ୍ସ ଗାଡ଼ି ।
ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ସ୍ମୃତି ମନ୍ଧାନା ଏବଂ ପଳାଶ ମୁଛଲଙ୍କ ବିବାହ ଘୁଞ୍ଚିଛି । ମହିଳା କ୍ରିକେଟରଙ୍କ ବାପାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅଚାନକ ଖରାପ ହୋଇପଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବାପାଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥିବାରୁ ସ୍ମୃତି ବିବାହ ତାରିଖ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲେ । ସ୍ମୃତିଙ୍କ ମ୍ୟାନେଜର୍ ତୁହିନ୍ ମିଶ୍ରା ଏହି ସୂଚନା ଦେଇଛନ୍ତି ।
ଅଧିକ ପଢନ୍ତୁ- Bhitarkanika: କ୍ରୁଜ୍ରେ ଭିତରକନିକା ବୁଲିବାର ମଜା ନେବେ ପର୍ଯ୍ୟଟକ, ରାତିକୁ ୨୫ ହଜାର ଟଙ୍କା ଭଡ଼ା
ତେବେ ବର୍ତ୍ତମାନ ସ୍ମୃତି ଏବଂ ପଳାଶଙ୍କ ସଙ୍ଗୀତର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଯେଉଁଥିରେ ଦୁହେଁ ସାଙ୍ଗ ହୋଇ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ଏହି ଭିଡିଓରେ ସ୍ମୃତିଙ୍କ ବାପା,ମା’ ମଧ୍ୟ ନାଚୁଥିବାର ନଜର ଆସୁଛନ୍ତି । ଟିମ୍ ଇଣ୍ଡିଆ ମହିଳା କ୍ରିକେଟ୍ ଟିମର ଅନ୍ୟ ସଦସ୍ୟ ମଧ୍ୟ ଏହି ସ୍ମୃତିଙ୍କ ସଙ୍ଗୀତରେ ସ୍ପେଶାଲ୍ ଡ୍ୟାନ୍ସ କରୁଛନ୍ତି । ତେବେ ବର୍ତ୍ତମାନ ସ୍ମୃତି ଏବଂ ପଳାଶଙ୍କ ବିବାହ ଅନିଶ୍ଚିତକାଳ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ।
କ୍ରିକେଟରଙ୍କ ମ୍ୟାନେଜର୍ କହିଛନ୍ତି ଯେ ସକାଳ ଜଳଖିଆ ସମୟରେ ବାପାଙ୍କ ସ୍ବାସ୍ଥ୍ୟ ଅଚାନକ ବିଗିଡ଼ିଗଲା । ପ୍ରାରମ୍ଭିକ ଚିକିତ୍ସା ପରେ ମଧ୍ୟ କିଛି ବିଶେଷ ପ୍ରଭାବ ନ ଦେଖାଯିବା ପରେ ପରିବାର ତାଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ୍ ନେଇଯାଇଥିଲେ । ଯେପର୍ଯ୍ୟନ୍ତ ବାପାଙ୍କ ସ୍ବାସ୍ଥ୍ୟରେ ସୁଧାର ନ ଆସିଛି ସ୍ମୃତିଙ୍କ ବିବାହ ପୋଷ୍ଟପୋନ୍ କରାଯିବ ବୋଲି ସୂଚନା ମିଳୁଛି । ବାପାଙ୍କ ବିନା ବିବାହ କରିବାକୁ ସଫା ସଫା ମନା କରିଛନ୍ତି ସ୍ମୃତି ।
ଅଧିକ ପଢନ୍ତୁ- Naveen Targets Government: ରାଜ୍ୟର ମା’ମାନେ ସବୁଠୁ ଅସୁରକ୍ଷିତ ହୋଇପଡ଼ିଛନ୍ତି: ନବୀନ
ତେବେ ସ୍ମୃତି ମନ୍ଧାନା ଏବଂ ପଳାଶ ମୁଛଲ ୨୦୧୯ ମସିହାରୁ ଡେଟିଂ କରୁଛନ୍ତି ଏବଂ ୨୦୨୪ ରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । କିଛି ଦିନ ପୂର୍ବରୁ ସ୍ମୃତିଙ୍କୁ ପଳାଶ ଷ୍ଟାଡିୟମରେ ପ୍ରପୋଜ୍ ମଧ୍ୟ କରିଥିଲେ ଯାହାର ଫଟୋ ଏବଂ ଭିଡିଓ ଭାଇରାଲ୍ ହୋଇଥିଲା । ନିଜ ସାଥୀ ଖେଳାଳିଙ୍କ ସହ ବିବାହକୁ ନେଇ କ୍ରିକେଟର୍ ଏକ ମଜାଳିଆ ରିଲ୍ ମଧ୍ୟ କରିଥିଲେ ଯାହା ଭାଇରାଲ୍ ହୋଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/11/23/smriti-mandhana-marriage-2025-11-23-21-08-55.jpg)