ଭଦ୍ରକ (ହରିହର ନାୟକ): ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକୁ ପର୍ଯ୍ୟଟକମାନେ କିଭଳି  ଅଧିକ ଆକର୍ଷିତ ହୋଇ ଆସିବେ, ସେଥିପାଇଁ  ଏକ ନୂଆ ଯୋଜନା ଆରମ୍ଭ କରାଯାଇଛି। ପର୍ଯ୍ୟଟକଙ୍କ ପାଇଁ ରିଭର କ୍ରୂଜ ଆସିଛି। ନଦୀ ଭିତରେ ପର୍ଯ୍ୟଟକମାନେ ଏହି କ୍ରୁଜ୍‌ରେ ରାତ୍ରୀଯାପନ କରିବାର ମଜା ନେବେ। ଭିତରକନିକା, ଚାନ୍ଦବାଲି ଓ ଆରଡ଼ି ଶୈବପୀଠ ବୁଲିବାର ମଜା ନେବେ ପର୍ଯ୍ୟଟକ। କେନ୍ଦ୍ରାପଡ଼ାରୁ ଏହି କ୍ରୁଜ୍ ଜଳଯାତ୍ରା ଆରମ୍ଭ କରି ଗତକାଲି ଆରଡି ଠାରେ ପହଞ୍ଚିଥିଲା। ଏହାକୁ ଦେଖିବା ପାଇଁ ହଜାର ହଜାର ଲୋକ ରୁଣ୍ଡ ହୋଇଥିଲେ। ଭଦ୍ରକ ଓ କେନ୍ଦ୍ରାପଡ଼ା  ଜିଲ୍ଲାକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ କ୍ରୁଜ ଏକ ନୂଆ ଆକର୍ଷଣ ଆଣିଛି। ଚାରିଦିନ ଏବଂ ତିନି ରାତି ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ଦେଇ ଜଣେ କପୁଲ୍ ରୁମ୍ ନେଇପାରିବେ। ଏହି କୁଜ୍ ଭିତରେ ଶୀତତାପ ନିୟନ୍ତ୍ରିତ ଦୁଇଟି ରୁମ୍ ରହିଛି। ପର୍ଯ୍ୟଟକମାନେ ଏହି କ୍ରୁଜ୍‌ ଭିତରେ ରହି ବିଳାସମୟ ଜଳଯାତ୍ରାର ମଜା ନେଇପାରିବେ। ଯେଉଁ ପର୍ଯ୍ୟଟକ ଗୋଟିଏ ରାତି ପାଇଁ ଜଣେ ବ୍ୟକ୍ତିଙ୍କ ପାଇଁ ୨୫ ହଜାର ଟଙ୍କା ଦେଇ କ୍ରୁଜ୍‌ରେ ରହି ପାରିବ। 

Advertisment

କୋଲକାତାରେ ଗଙ୍ଗା ନଦୀରେ ରିଭର କ୍ରୁଜ୍‌ ଚାଲିଥିବା ବେଳେ ଓଡ଼ିଶାରେ ପ୍ରଥମ ବୈତରଣୀ ନଦୀରେ ରିଭର କ୍ରୁଜ୍‌ ଦେଖିବାକୁ ମିଳିଛି। ଗତକାଲି ଏହି ରିଭର କ୍ରୁଜ୍‌କୁ  ଚାନ୍ଦବାଲି  ଓ ଆରଡ଼ି  ନିକଟରେ ଲୋକେ ଦେଖି ଆନନ୍ଦିତ ହୋଇଛନ୍ତି। ଭିତରକନିକାକୁ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଏହି କୁଜ୍‌ର ମଜା ନେଇପାରିବେ। କେନ୍ଦ୍ରପାଡ଼ା ଜିଲ୍ଲା ଗୁପ୍ତି ନଦୀଘାଟରୁ ତାଳଚୁଆ, ଧାମରା, ନଳିତାପାଟିଆ, ଶାଗୁଣାଆଡ଼ିଆ, ବଜରାପୁର, ଚାନ୍ଦବାଲି, ଆରଡିର  ଆଖଣ୍ଡଳମଣି ପର୍ଯ୍ୟନ୍ତ ନ‌ଦୀ ଭିତରେ ଟ୍ରାଏଲ୍ ରନ୍ କରିଛି। ପର୍ଯ୍ୟଟକ ଏହି ରିଭର କ୍ରୁଜ୍‌ର ମଜା ନେଇପାରିବେ। ଏହା ଭିତରେ ରହି ଜଳଯାତ୍ରା କରିବାର ସୁଯୋଗ ଦିଆଯିବ। ଏଥିରେ ଖାଇବା ପିଇବା ବ୍ୟବସ୍ଥା ପର୍ଯ୍ୟଟକଙ୍କୁ ଦିଆଯିବ। ବୈତରଣୀ ନଦୀରେ ଆସିଥିବା କ୍ରୁଜର ନାମ ‘ଭିତରକନିକା’ ରହିଛି। ଏହା ଏକ ଘରୋଇ ଉଦ୍ୟମରେ ଆରମ୍ଭ କରାଯାଇଛି।

ଆହୁରି ପଢ଼ନ୍ତୁ: Murder: ମାଆଙ୍କ ପୀଠରେ ରନ୍ଧା ଭୋଗ ପରେ ହତ୍ୟାକାଣ୍ଡ, ତିନି ଜଣ ଅଟକ

ବୁଲିବା ଓ ରହିବାର ମଜା

ଏହି କ୍ରୁଜ୍ ନଦୀ ପଥରେ ୫ ଘଣ୍ଟା ରନ୍‌ୱେରେ ବୁଲିଥିଲା। ଆସନ୍ତା ସପ୍ତାହରେ ‘ବୈତରଣୀ’ ନାମରେ ଆଉ ଏକ କ୍ରୁଜ୍ ଚାନ୍ଦବାଲିରେ ଚାଲିବ। ଏବେ ଶୀତଦିନ ଓ ପର୍ଯ୍ୟଟନର ଋତୁ ହୋଇଥିବାରୁ ଏହି କ୍ରୁଜରେ ଜଳପଥରେ ବୁଲିବା ଓ ରହିବାର ମଜା ଯାତ୍ରୀ ନେଇପାରିବେ। ଏବେ ଭିତରକନିକା ଯିବା ପାଇଁ ପର୍ଯ୍ୟଟକ ଚାନ୍ଦବାଲିରେ ପହଞ୍ଚୁଛନ୍ତି। ସେମାନେ କ୍ରୁଜର ଯାତାୟାତ କାରିବା ସହ ବିଳାସମୟ ରାତ୍ରୀଯାପନ କରିବା ପାଇଁ ଏହା ଭିତରେ ସମସ୍ଥା ପ୍ରକାର ବ୍ୟବସ୍ଥା କରାଯାଇଛି।  ଆରଡ଼ି ଠାରୁ ଏହା ଚାନ୍ଦବାଲି ଦେଇ କାଳିଭଞ୍ଜଡିଆଁ ଜଙ୍ଗଲ ଏବଂ ଭିତରକନିକା ଜଙ୍ଗଲ ପାର୍ଶ୍ଵ ଦେଇ ତାଳଚୁଆ ମୁହାଁଣ ମୁହଁ ସମୁଦ୍ର ଗର୍ଜନ ଭିତରେ ଗୁପ୍ତ ଯାଏ ଯିବ। ତେଣୁ ପର୍ଯ୍ୟଟକ ଏହି ରିଭର କ୍ରୁଜ୍‌ରେ ଭିତରକନିକା ବୁଲିବାର ମଜା ବି ନେଇପାରିବେ।

ଆହୁରି ପଢ଼ନ୍ତୁ: Forcible seizure: ଭିତରକନିକା ଗେଟ ସମ୍ମୁଖରୁ ଜବରଦଖଲ ଉଛେଦ

ଅତ୍ୟାଧୁନିକ ଜଳଯାତ୍ରା ସୁବିଧା

ଏହି ଅତ୍ୟାଧୁନିକ ଜଳଯାତ୍ରା ପାଇଁ ବହୁବାର ସ୍ଥାନୀୟ ଅଞ୍ଚଳର ଲୋକେ ଦାବି କରି ଆସୁଥିଲେ। ଏପରିକି ଗତ ୩ ବର୍ଷ ତଳେ ଏଠାକୁ ଆସି ଥିବା ଭେଲେଲ ମଧ୍ୟ ଅଚଳ ହୋଇ ବୈତରଣୀ ନଦୀରେ ପଡ଼ିଛି। ସୁଗମ ଜଳ ଯାତ୍ରା ପାଇଁ ଏବେ ସୁଦ୍ଧା ସରକାର ଭିତରକନିକା ଓ ଚାନ୍ଦବାଲି ମଧ୍ୟରେ ସୁବ୍ୟବସ୍ଥା କରି ପାରି ନାହାଁନ୍ତି। କିନ୍ତୁ ପର୍ଯ୍ୟଟକଙ୍କ ପାଇଁ ଏଠାରେ ଏହି ଅତ୍ୟାଧୁନିକ ରିଭର କ୍ରୁଜ ଯାତ୍ରାର ବ୍ୟବସ୍ଥା କରିବା ପାଇଁ ଚାନ୍ଦବାଲିରେ କାଉନ୍‌ସିଲର ଚନ୍ଦନ ରାଉତ ବାରମ୍ବାର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ମାଧ୍ୟମରେ ରାଜ୍ୟ ଜଳପଥ ପରିବହନ ବିଭାଗକୁ ନିବେଦନ କରିବା ପରେ ଏହି ରିଭର କ୍ରୁଜ୍  ଆସି ଚାନ୍ଦବାଲିରେ ପହଞ୍ଚିବା ପରେ  ବୈତରଣୀ ନଦୀରେ ଟ୍ରାଏଲ୍ ରନ୍ କରି ସଫଳ ହୋଇଛି। ଭିତରକନିକା, ଚାନ୍ଦବାଲି ଓ ଆରଡ଼ି ପୀଠକୁ ପର୍ଯ୍ୟଟକ ଏବେ ଅଧିକ ଭାବରେ ଆସୁଥିବାରୁ କ୍ରୁଜ ମଜା ନେବାର ସୁଯୋଗ ପାଇବେ। ଏହା ଓଡ଼ିଶା ର ପ୍ରଥମ କ୍ତୁଜ୍ ସେବା ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଉପଲବ୍ଧ ହେବ।