ରାଜନଗର,: ଭିତରକନିକା ଜାତୀୟ ଉଦ୍ୟାନ ପ୍ରବେଶ ପଥ ନିକଟରେ ଥିବା ବେଆଇନ ଜବରଦଖଲ ଉଛେଦ କରାଯାଇଛି। ପ୍ରବେଶ ପଥ ନିକଟରେ ଥିବା ୩ ହୋଟେଲକୁ ସୋମବାର ଉଛେଦ କରାଯାଇଛି। 

Advertisment

ରାଜନଗର ତହସିଲଦାର ଯୀଶୁକୃଷ୍ଣ ଦାସଙ୍କ ନେତୃତ୍ବରେ ପୁଲିସ ଟିମ୍ ପହଞ୍ଚି ଜେସିବି ସାହାଯ୍ୟରେ ହୋଟେଲ ଗୁଡିକୁ ଉଛେଦ କରିଛନ୍ତି। ଉଛେଦ ପାଇଁ ୮ ପରିବାରକୁ ନୋଟିସ ଦିଆଯାଇଥିଲା।  

ଆହୁରି ପଢ଼ନ୍ତୁ: Shadow Assembly: ନାଗା ନାରାୟଣ ହାଇସ୍କୁଲରେ ଛାୟା ବିଧାନସଭା

୨୦୦ ବର୍ଷରୁ ବସବାସ କରୁଛନ୍ତି ବାଙ୍କୁଆଳ ଗାଁ ଲୋକେ

ରାଜନଗର  ବ୍ଲକ ଡାଙ୍ଗମାଳ ପଞ୍ଚାୟତ ଭିତରକନିକା ପ୍ରବେଶ ପଥରେ ଥିବା  ବାଙ୍କୁଆଳ ଗାଁରେ ଲୋକେ ଦୁଇ ଶହ  ବର୍ଷରୁ ଅଧିକ ହେଲା ବସବାସ କରୁଛନ୍ତି । ଗାଁରେ ବସବାସ କରୁଥିବା ପରିବାର ମଧ୍ୟରୁ ୧୦ ପ୍ରତିଶତ ଲୋକଙ୍କର ସ୍ଥାୟୀ ପଟ୍ଟା ଥିବା ବେଳେ ଅନ୍ୟ ପରିବାର ଗୁଡିକୁ ସ୍ଥାୟୀ ପଟ୍ଟା ଯୋଗାଇ ଦେବା କ୍ଷେତ୍ରରେ ସରକାର ଦୀର୍ଘ ବର୍ଷ ହେଲା ସମୟ ଗଡ଼ାଇ ଚାଲିଛନ୍ତି।

ବାଙ୍କୁଆଳ ଗ୍ରାମର ଅଧିବାସୀମାନେ ବାରମ୍ବାର ଜିଲ୍ଲାପାଳ ଓ ତହସିଲଦାରଙ୍କୁ ଭେଟି ସ୍ଥାୟୀ ପଟ୍ଟା ପାଇଁ ଦାବି କରିଆସୁଥିଲେ  ମଧ୍ୟ ପ୍ରଶାସନ ପକ୍ଷରୁ ଆଜି ଯାଏଁ ପଟ୍ଟା ଯୋଗାଇ ଦେଇ  ନାହିଁ। ପର୍ଯ୍ୟଟନ ବିଭାଗ ପକ୍ଷରୁ ଭିତରକନିକାକୁ ପର୍ଯ୍ୟଟକଙ୍କ ପ୍ରବେଶ ପାଇଁ ନୂତନ ଗେଟ ନିର୍ମାଣ କରାଯିବ। ସେଥିପାଇଁ ପ୍ରବେଶ ପଥ ନିକଟରେ ଥିବା  ଆଠଟି ପରିବାରକୁ ପ୍ରଶାସନ ପକ୍ଷରୁ ଉଛେଦ ନୋଟିସ ଦିଆଯାଇଥିଲା ।

ଗତକାଲି ବାଙ୍କୁଆଳ ଗାଁର ଶତାଧିକ ମହିଳା ଓ ପୁରୁଷ ଭିତରକନିକା ପ୍ରବେଶ ପଥ ନିକଟରେ ଅନଶନରେ ବସିଥିଲେ । ସୋମବାର ସକାଳୁ ପୁଣି ଗ୍ରାମବାସୀ ଅନଶନରେ ବସିଥିଲେ। ତହସିଲଦାର ଓ ଆଇଆଇସି ବିମଲ କୁମାର ମଲ୍ଲିକ ଅନସ୍ଥଳରେ ପହଞ୍ଚି ଅନଶନକାରୀଙ୍କ ସହିତ ଆଲୋଚନା କରିଥିଲେ।

ଆହୁରି ପଢ଼ନ୍ତୁ: Russian Oil : ଧରାପଡ଼ିଲା ଟ୍ରମ୍ପଙ୍କ ମିଛ, ରୁଷରୁ ତେଲ କିଣା ବଢାଇଛି ଭାରତ

ସ୍ଥାୟୀଭାବେ ବସବାସ କରୁଥିବା ପରିବାର ସମ୍ପର୍କରେ ତଦନ୍ତ କରି ବିଚାର କରାଯିବ, ଆଜି କେବଳ ହୋଟେଲ ଗୁଡିକୁ ଭାଙ୍ଗିବୁ ବୋଲି କହିବା ପରେ ଗ୍ରାମବାସୀ ଅନଶନରୁ ଉଠିଥିଲେ। ଏହା ପରେ ପ୍ରଶାସନ ପକ୍ଷରୁ ସରକାରୀ ଜମିରେ ଥିବା ହୋଟେଲ ଗୁଡିକୁ ଉଛେଦ କରଯାଇଥିଲା।