ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍)ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)ର ଅଧିନାୟକ ଥିବା ସ୍ମୃତି ମନ୍ଧନା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ଦକ୍ଷ ଅଧିନାୟକତ୍ୱରେ, ଆରସିବିର ମହିଳା ଟିମ୍ ଚମତ୍କାର ପ୍ରଦର୍ଶନ କରି ନିଜର ପ୍ରଥମ ଡବ୍ଲୁପିଏଲ୍ ଟାଇଟଲ୍ ଜିତିଥିଲେ। ତେବେ ଆଜି ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଥିବା ସ୍ମୃତି ମନ୍ଧନା କେତେ କୋଟି ଟଙ୍କାର ମାଲିକାଣୀ ଆପଣ ଜାଣନ୍ତି କି?
ଭାରତୀୟ କ୍ରିକେଟରେ ସର୍ବାଧିକ ରୋଜଗାର କରୁଥିବା ତଥା ବିଶ୍ୱର ସବୁଠାରୁ ଧନୀ ମହିଳା କ୍ରିକେଟରଙ୍କ ମଧ୍ୟରୁ ସ୍ମୃତି ମନ୍ଧନା ଅନ୍ୟତମ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସ୍ମୃତି ବିଶ୍ୱର ଚତୁର୍ଥ ଏବଂ ଦେଶର ସକ୍ରିୟ ମହିଳା କ୍ରିକେଟରଙ୍କ ମଧ୍ୟରେ ସବୁଠାରୁ ଧନୀ ମହିଳା କ୍ରିକେଟର। ଏପ୍ରିଲ୍ ୨୦୧୩ରେ ବାଂଲାଦେଶ ବିପକ୍ଷ ଦିନିକିଆରେ ଭାରତ ତରଫରୁ ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ସ୍ମୃତି ମନ୍ଧନାଙ୍କ ବାର୍ଷିକ ବେତନ ପ୍ରାୟ ୫୦ଲକ୍ଷ ହୋଇଥିବା ବେଳେ ଆଇପିଏଲ୍ ଖେଳି ସେ ବର୍ଷକୁ ୩.୪ କୋଟି ରୋଜଗାର କରନ୍ତି। ୨୦୨୪ର ଡବ୍ଲୁପିଏଲ୍ ପାଇଁ ଆରସିବି ତାଙ୍କୁ ୩.୪କୋଟି ଟଙ୍କାରେ କିଣିଥିଲା। ଯଦି ଆମେ ତାଙ୍କ ମୋଟ ସମ୍ପତ୍ତିକୁ ଦେଖିବା ତେବେ ସେ ୪ମିଲିୟନ ଡଲାରର ମାଲିକାଣୀ ଅଟନ୍ତି।
ଉଲ୍ଲେଖଯୋଗ୍ୟ, ତେବେ ରବିବାର ବହୁ ପ୍ରତୀକ୍ଷିତ ଫାଇନାଲ୍ ଲଢ଼େଇରେ ଆର୍ସିବି ପ୍ରଥମେ ପ୍ରତିପକ୍ଷ ଦିଲ୍ଲୀ କ୍ୟାପିଟାଲ୍ସକୁ ମାତ୍ର ୧୧୩ ରନ୍ରେ ଅଟକାଇ ଦେଇଥିଲା। ପରେ ମାତ୍ର ୨ ୱିକେଟ୍ ହରାଇ ୧୧୪ ରନ୍ର ଲକ୍ଷ୍ୟକୁ ସହଜରେ ହାସଲ କରିବା ସହ ଟ୍ରଫି ତୋଳି ଧରିବାର ଗୌରବ ଅର୍ଜନ କରିଥିଲା। ଅନ୍ୟପକ୍ଷରେ ଦିଲ୍ଲୀ ଲଗାତାର ଦ୍ବିତୀୟ ଥର ଫାଇନାଲ୍ରେ ଝୁଣ୍ଟି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ଶେଷ ପର୍ଯ୍ୟନ୍ତ ଅପରାଜିତ ରହି କ୍ରିକେଟ୍ର ଅନ୍ୟତମ ଗ୍ଲାମର୍ ଗର୍ଲ ଏଲିସ୍ ପେରି ଆର୍ସିବିକୁ ଜିତାଇଥିଲେ।
Follow Us