ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଦଳର ପ୍ରାରମ୍ଭିକ ବ୍ୟାଟର୍ ସ୍ମୃତି ମାନ୍ଧାନା ‘ବାଟା’ର କ୍ରୀଡ଼ା ସରଞ୍ଜାମ ବ୍ରାଣ୍ଡ୍ ‘ପାଓ୍ଵାର’ର ନୂଆ ଖେଳ ଦୂତ ଭାବେ ମନୋନୀତ ହୋଇଛନ୍ତି। ୨୧ ବର୍ଷିୟା ସ୍ମୃତି ପରବର୍ତୀ ପିଢ଼ିର ଭାରତୀୟଙ୍କ ପାଇଁ ଆଦର୍ଶ ସାଜିବେ ବୋଲି ବାଟା ପକ୍ଷରୁ ଗୁରୁବାର କୁହାଯାଇଛି। ଜଣେ ଦକ୍ଷ ମହିଳା କ୍ରୀଡ଼ାବିତ୍ ଭାବେ ସ୍ମୃତିଙ୍କର ଦେଶସାରା ପ୍ରବଳ ପ୍ରଶଂସକ ରହିଛନ୍ତି। ଯାହାକି ବାଟାର ପ୍ରଚାର ଓ ପ୍ରସାର ଦିଗରେ ସହାୟକ ହେବ ବୋଲି ବାଟା ଇଣ୍ଡିଆର ଭାରତ ପ୍ରବନ୍ଧକ ସନ୍ଦୀପ କାଟାରିଆ କହିଛନ୍ତି। ଆମେ ସ୍ମୃତିଙ୍କୁ ଦୂତ କରିଥିବାରୁ ଧନ୍ୟ ମନେ କରୁଛୁ ବୋଲି ସେ କହିଥିଲେ। ଗତବର୍ଷ ଆଇସିସି ମହିଳା ବିଶ୍ୱକପ୍ରେ ସ୍ମରଣୀୟ ପାଳି ସ୍ମୃତିଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା। ପୁଣି ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ ମହିଳା ଦଳ ପକ୍ଷରୁ ବୁଧବାର ଦ୍ୱିତୀୟ ଦିନିକିଆରେ ଶତକ (୧୩୫ ରନ୍) ଜମାଇବା ପରେ ସ୍ମୃତିଙ୍କ ଖ୍ୟାତି ବଢ଼ିଯାଇଛି।
ସ୍ମୃତି ବାଟାର ନୂଆ ଦୂତ
Advertisment
Follow Us