ଏସ୍‌ଏନ୍‌ ଟାଏକୋଣ୍ଡୋ ଏକାଡେମିକୁ ୨୩ ପଦକ

Advertisment
ଏସ୍‌ଏନ୍‌ ଟାଏକୋଣ୍ଡୋ ଏକାଡେମିକୁ ୨୩ ପଦକ

ଭୁବନେଶ୍ୱର: ପଶ୍ଚିମବଙ୍ଗର ମାଲ୍‌ଦାଠାରେ ଅନୁଷ୍ଠିତ ଦୁଇ ଦିନିଆ ପ୍ରତିଯୋଗିତାରେ କଟକର ଏସ୍‌ଏନ୍‌ ଟାଏକୋଣ୍ଡୋ ଏକାଡେମି ଚମତ୍କାର ସଫଳତା ପାଇଛି। ଚଳିତ ମାସ ୧୪ ଓ ୧୫ ତାରିଖରେ ଆୟୋଜିତ ପ୍ରତିଯୋଗିତାରେ ଏହି ଏକାଡେମିର ପ୍ରତିଯୋଗୀମାନେ ପୁମ୍‌ସେ ଓ କ୍ୟୁରୋଗୀରେ ୪ ସ୍ୱର୍ଣ୍ଣ, ୧୦ ରୌପ୍ୟ ଓ ୯ କାଂସ୍ୟ ସହିତ ମୋଟ ୨୩ ପଦକ ହାସଲ କରିଛନ୍ତି। ଅୟୁଧ ବେନାର୍ଗ ଉଭୟ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲା ବେଳେ ହିତାଂଶୁ ଦାଶ, ସ୍ଥିତପ୍ରଜ୍ଞ ଓ ଶ୍ରୀୟାଶିଷ ଜେନା ଉଭୟ ବର୍ଗରେ ରୌପ୍ୟ ଏବଂ ଅଚିନ୍ତ ବେରା ଓ ଜ୍ୟୋତି ସାଇ କର ଉଭୟ ବର୍ଗରେ କାଂସ୍ୟ ଜିତିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଆଶୁତୋଷ ଅଗ୍ରଓ୍ଵାଲ ସ୍ୱର୍ଣ୍ଣ ଓ କାଂସ୍ୟ, ଅୟେଶକାନ୍ତ ନାୟକ ରୌପ୍ୟ ଓ ସ୍ୱର୍ଣ୍ଣ, ଶାଳିନୀ ବେହେରା କାଂସ୍ୟ ଓ ରୌପ୍ୟ, ସୋୟମ ମହାନ୍ତି ରୌପ୍ୟ, ସୋଭମ୍‌ ରୌପ୍ୟ, ଅର୍ମନ୍‌ ରଥ କାଂସ୍ୟ, ସତ୍ୟନାରାୟଣ କାଂସ୍ୟ ଏବଂ ସୌର୍ଯ୍ୟ ବର୍ମା କାଂସ୍ୟ ପଦକ ହାସଲ କରିଥିଲେ। ତାପସ ଦାସ ଏହି ଏକାଡେମି ଦଳର ପ୍ରଶିକ୍ଷକ ଥିଲା ବେଳେ ସୁଦୀପ୍ତା ନନ୍ଦ ବୈଷୟିକ ମୁଖ୍ୟ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe