କଲମ୍ବୋ,: ଶ୍ରୀଲଙ୍କା ଗସ୍ତରେ ଥିବା ଇଂଲଣ୍ଡ କ୍ରିକେଟ୍ ଦଳ ସୋମବାର ଏକ ଅପ୍ରତ୍ୟାଶିତ ଆଗନ୍ତୁକକୁ ଦେଖି ଛାନିଆ ହୋଇ ଯାଇଥିଲା। ଦଳର ସବୁ ସଦସ୍ୟ ଭୟରେ ଥରି ଉଠିଥିଲେ। କେନ୍ଦ୍ରୀୟ ଶ୍ରୀଲଙ୍କାର କାଣ୍ଡି ସହରରେ ଥିବା ପାଲେକେଲ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅଭ୍ୟାସ ପାଇଁ ଯାଇଥିବା ବେଳେ ଇଂଲଣ୍ଡ ଖେଳାଳିଙ୍କୁ ଏକ ଚାରି ଫୁଟିଆ ଅହିରାଜ ସ୍ବାଗତ କରିଥିଲା। ଖେଳାଳିମାନେ ଅଭ୍ୟାସ ଆରମ୍ଭ କରିବାର କିଛି କ୍ଷଣ ପରେ ପଡ଼ିଆରେ ଏହି ଅହିରାଜ ଥିବା ଦେଖିବାକୁ ପାଇଥିଲେ। ପରେ ସାପ ଧରାଳି ଅହିରାଜଟିକୁ ବହୁକଷ୍ଟରେ ଧରି ବାହାରକୁ ନେଇ ଯାଇଥିଲେ। ତେବେ ଇଂଲଣ୍ଡ ଖେଳାଳିମାନେ ନିଜ ଦଳର ଟ୍ବିଟର ପୃଷ୍ଠାରେ ଏହାର ଏକ ଭିଡିଓ ପ୍ରକାଶ କରିଥିଲେ। ଯାହାର ଶିରୋନାମା ସେମାନେ ‘ଅଭ୍ୟାସ ବେଳେ ଅଲୋଡ଼ା ଆଗନ୍ତୁକ’ ବୋଲି ଲେଖିଥିଲେ। ସୂଚନାଯୋଗ୍ୟ ଯେ ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ଶ୍ରୀଲଙ୍କା-ଇଂଲଣ୍ଡ ଟେଷ୍ଟ ଶୃଙ୍ଖଳାର ପ୍ରଥମ ଦିନିକିଆ ବର୍ଷା ପାଇଁ ବାତିଲ ହୋଇ ଯାଇଥିଲା। ଦ୍ବିତୀୟକୁ ଇଂଲଣ୍ଡ ଡି/ଏଲେର ଜିତି ନେଇଥିଲା। ତୃତୀୟ ଦିନିକିଆ ବୁଧବାର ଖେଳାଯିବାର ଅଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us