ସ୍ନକର ପ୍ରତି ଉତ୍ସର୍ଗୀକୃତ ଭିଣ୍ଟେଜ୍‌ କ୍ଲବ୍‌

ସ୍ନକର ପ୍ରତି ଉତ୍ସର୍ଗୀକୃତ ଭିଣ୍ଟେଜ୍‌ କ୍ଲବ୍‌

ଭୁବନେଶ୍ୱର: ସ୍ନକର ଏକ ଅତ୍ୟନ୍ତ ବ୍ୟୟବହୁଳ ଖେଳ। ଆଗ୍ରହ ଥିଲେ ମଧ୍ୟ ସମସ୍ତେ ଏହି ଖେଳରେ ସାମିଲ ହେବାରୁ ଦୂରେଇ ରହନ୍ତି। ବିଶେଷକରି ଓଡ଼ିଶାରେ ଆର୍ଥିକ ଦୁର୍ବଳ ପରିବାରର ବାପା ମା’ମାନେ ନିଜ ନିଜ ପିଲାଙ୍କୁ ଏହି ଖେଳରେ ସାମିଲ କରାଇବାରେ ଅସୁବିଧା ଭୋଗିଥାନ୍ତି। ଯାହାଫଳରେ ଅଧିକାଂଶ ଆଗ୍ରହୀ ଖେଳାଳି ନିଜ ନିଜର ଦକ୍ଷତା ପ୍ରମାଣିତ କରିବାରୁ ବଞ୍ଚିତ ମଧ୍ୟ ହେଉଛନ୍ତି। ଏପରିସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ରାଜ୍ୟରେ ସ୍ନକର ଓ ବିଲିୟାର୍ଡସ୍‌ ଖେଳକୁ ଆଗକୁ ବଢ଼ାଇବା ପାଇଁ ଏମ୍‌ଆଇଇଟି ଗ୍ରୁପ୍‌ ବିନା ପ୍ରବେଶିକା ଶୁଳ୍କରେ ଏଥର ପ୍ରତିଯୋଗିତା ଆୟୋଜିତ କରୁଛି। ନୟାପଲ୍ଲୀସ୍ଥିତ ଭିଣ୍ଟେଜ୍‌ କ୍ଲବ୍‌ ପରିସରରେ ଏହି ପ୍ରତିଯୋଗିତାର ସପ୍ତମ ସଂସ୍କରଣ ଚାଲିଛି। ଏଥିରେ ରେକର୍ଡ ସଂଖ୍ୟକ ୧୦୮ ପ୍ରତିଯୋଗୀ ମଧ୍ୟ ଅଂଶଗ୍ରହଣ କରିଛନ୍ତି। ଓଡ଼ିଶା ସ୍ନକର ଇତିହାସରେ ପ୍ରଥମ ଥର ତଥା ଏକ ଓପନ୍‌ ପ୍ରତିଯୋଗିତାରେ ପ୍ରାୟ ୧୭ ବର୍ଷ ପରେ ଏତେସଂଖ୍ୟକ ପ୍ରତିଯୋଗୀ ସାମିଲ ହୋଇଛନ୍ତି। ଏହି ପ୍ରତିଯୋଗିତା ଚାଲିଥିବା ବେଳେ ବୁଧବାର ଆନ୍ତର୍ଜାତୀୟ ମାନର ଏକ ନୂଆ ସ୍ନକର ଟେବୁଲ ତିଆରି ହୋଇଥିବା ଓଡ଼ିଶା କ୍ୟୁ ସ୍ପୋର୍ଟସ୍‌ର ମୁଖ୍ୟ ସଂଯୋଜକ ଗୋବିନ୍ଦ ଶର୍ମା ସୂଚନା ଦେଇଥିଲେ। ଏହି ଟେବୁଲ୍‌ରେ ଖେଳି ପ୍ରତିଯୋଗୀମାନେ ଆଗାମୀ ଜାତୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି କରିପାରିବେ ବୋଲି ବୁଧବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଶର୍ମା କହିଥିଲେ। ଟେବୁଲ୍‌ର ଆକାର, ସେଥିପାଇଁ ଅର୍ଥ ବ୍ୟୟ ଏବଂ ଅନ୍ୟ ଟେବୁଲ୍‌ଗୁଡ଼ିକ ଖେଳ ଉପଯୋଗୀ ଅବସ୍ଥା ସଂପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଭଣ୍ଟେଜ୍‌ କ୍ଲବ୍‌ ମାଲିକ ତଥା ଏମ୍‌ଆଇଇଟି ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍‌ର ପରିଚାଳନା ନିର୍ଦେଶକ ଅମୀୟ ରଞ୍ଜନ ନାୟକ, କ୍ଲବ୍‌ର ସହ-ମାଲିକ ସତ୍ୟଦୀପ ଦାସ, ଏମ୍‌ଆଇଇଟି ଓପନ୍‌ର ସଂପାଦକ ଶ୍ୟାମ ଅଗ୍ରଓ୍ଵାଲ୍‌, ଯୁଗ୍ମ ସଂପାଦକ ମିଶାଲ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକମାନଙ୍କୁ ପ୍ରତ୍ୟେକ ଟେବୁଲ ବୁଲାଇ ଦେଖାଇଥିଲେ। ଆଗକୁ ଅଧିକରୁ ଅଧିକ ପ୍ରତିଯୋଗୀଙ୍କ ମନରେ ଏହି ଖେଳ ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ପଦକ୍ଷେପ ନେବେ ବୋଲି କହିଥିଲେ।

ଏଥର ପ୍ରତିଯୋଗିତାର ବିଜେତାଙ୍କୁ ୨୫,୦୦୦ ଟଙ୍କା ଓ ଟ୍ରଫି, ଉପବିଜେତାଙ୍କୁ ୧୩,୦୦୦ ଓ ଟ୍ରଫି ପ୍ରଦାନ କରାଯିବ। ଏହା ବ୍ୟତୀତ ସେମିଫାଇନାଲ୍‌ ପ୍ରତିଯୋଗୀଙ୍କୁ ୬୦୦୦, କ୍ୱାର୍ଟର ଫାଇନାଲ୍‌ ପ୍ରତିଯୋଗୀଙ୍କୁ ୪୦୦୦, ପ୍ରିକ୍ୱାର୍ଟର ଫାଇନାଲ୍‌ ପ୍ରତିଯୋଗୀଙ୍କୁ ୧୦୦୦, ପରାଜିତ କ୍ୱାର୍ଟର ଫାଇନାଲ୍‌ ଖେଳାଳିଙ୍କୁ ୫୦୦ ଟଙ୍କା ଲେଖାଏଁ ମିଳିବ। ପୁଣି ସର୍ବାଧିକ ବ୍ରେକ୍‌ (୭୦ରୁ ଅଧିକ) ପାଇଁ ୫୦୦୦ ଓ ଶତକ ବ୍ରେକ୍‌ (୧୦୦ରୁ ଅଧିକ) ପାଇଁ ୧୦,୦୦୦ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe