ସପ୍ଟବେସ୍‌ବଲ୍‌ର ଓଡ଼ିଶା ପଦାର୍ପଣ

Advertisment
ସପ୍ଟବେସ୍‌ବଲ୍‌ର ଓଡ଼ିଶା ପଦାର୍ପଣ

ଭୁବନେଶ୍ୱର: ରାଜ୍ୟ କ୍ରୀଡ଼ା ଦୁନିଆରେ ଯୋଡ଼ି ହୋଇଛି ଆଉ ଏକ ନୂଆ ଖେଳ। ସପ୍ଟବଲ୍‌ ଏବଂ ବେସ୍‌ବଲର ସମାହାରରେ ନୂଆ କରି ଆରମ୍ଭ ହୋଇଥିବା ସପ୍ଟବେସ୍‌ବଲ୍‌ ଓଡ଼ିଶାରେ ଆନୁଷ୍ଠାନିକ ପଦାର୍ପଣ କରିଛି। ଏହି ବିଦେଶୀ ଖେଳର ରାଜ୍ୟ ସଂଘ (ସପ୍ଟବଲ୍‌ ଆସୋସିଏସନ୍‌ ଅଫ୍‌ ଓଡ଼ିଶା) ରବିବାର ଗଠିତ ହୋଇଥିଲା ବେଳେ ସେପ୍ଟେମ୍ବରରେ କଟକ, ଭୁବନେଶ୍ୱର କିମ୍ବା ପୁରୀରେ ଜାତୀୟ କନିଷ୍ଠ ପ୍ରତିଯୋଗିତା ଆୟୋଜନ କରିବାକୁ ସଂଘ ଘୋଷଣା କରିଛି। ସେହିଭଳି ତୃଣମୂଳ ସ୍ତରରୁ ଏହି ଖେଳର ବିକାଶ ଲାଗି ସଂଘ ଆସନ୍ତା ସମୟରେ ବିଭିନ୍ନ ଗଠନମୂଳକ କାର୍ଯ୍ୟକ୍ରମ ହାତକୁ ନେବ ବୋଲି ଘୋଷଣା କରିଛି। ସଫ୍ଟବେସ୍‌ବଲ୍‌ ଥାଇଲାଣ୍ଡରେ ସୃଷ୍ଟି ହୋଇଥିଲା ବେଳେ ମହାରାଷ୍ଟ୍ରର ସାଂଘଲିଠାରେ ଭାରତ ପଦାର୍ପଣ କରିଥିଲା। ଗତ ଏକ ବର୍ଷ ଧରି ଓଡ଼ିଶାରେ ଏହି ଖେଳ ଖେଳା ଯାଉଛି। ହେଲେ ରବିବାର ଆନୁଷ୍ଠାନିକ ଭାବେ ଏକ ଖେଳର ମର୍ଯ୍ୟାଦା ମିଳିଛି।
ଏହା ପୂର୍ବରୁ କ୍ରୀଡ଼ା ସଂଗଠକ ଯଶୋବନ୍ତ ପରମଗୁରୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ରାଜ୍ୟ ସଫ୍ଟବେସବଲ୍‌ ସଂଘର ବିଭିନ୍ନ କର୍ମକର୍ତା ବଛା ହୋଇଥିଲେ। ସତ୍ୟବାଦୀ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ପୁରୀ ଜିଲ୍ଲା ପରିଷଦର ପୂର୍ବତନ ସଭ୍ୟ ପ୍ରେମାନନ୍ଦ ବେହେରା ଆସନ୍ତା ୪ ବର୍ଷ ପାଇଁ ସଂଘର ସଭାପତି ନିର୍ବାଚିତ ହୋଇଥିଲେ। ସେହିଭଳି ପାର୍ଥସାରଥୀ ମହାପାତ୍ର, ସିତେନ୍ଦ୍ର ନାଥ ଦାସ ଏବଂ ବିନୋଦିନୀ ମିଶ୍ର ଉପ ସଭାପତି ଏବଂ ଜିତେନ୍ଦ୍ର ନାଥ ଦାସ ସଂପାଦକ ନିଯୁକ୍ତ ହୋଇଥିଲେ। ମଳୟ କୁମାର ନାୟକ, ଆକାଶ ମିଶ୍ର ସହ ସଂପାଦକ, ସତିକାନ୍ତ ପଟ୍ଟନାୟକ କୋଷାଧ୍ୟକ୍ଷ ଏବଂ ଯଶୋବନ୍ତ ପରମଗୁରୁ, ଅନୁରାଗ ଦାଶ, ଅଭିଜିତ ମହାନ୍ତି, ଶତୃଘ୍ନ ନାୟକ, ଅମିତାଭ ରାୟ, ଗୋପାଳ ସିଂହ, ପୂର୍ଣ୍ଣାନନ୍ଦ ବେହେରା, ପୂର୍ଣ୍ଣାନନ୍ଦ ବାରିକ, ଭରତ କୁମାର ସାହୁ, ପୂର୍ଣ୍ଣିମା ମହାପାତ୍ର ପ୍ରମୁଖ କାର୍ଯ୍ୟକାରୀ ସଭ୍ୟ ଭାବେ ମନୋନୀତ ହୋଇଥିଲେ। ଏହି ଖେଳ ପ୍ରତି କ୍ରୀଡ଼ାବିତ୍‌ମାନଙ୍କୁ ଅଧିକରୁ ଅଧିକ ଆକର୍ଷିତ ଏବଂ ଲୋକପ୍ରିୟ କରିବା ପାଇଁ ଓଡ଼ିଶାରେ ଏକାଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ କରାଯିବ ବୋଲି ନବନିର୍ବାଚିତ ସଭାପତି ପ୍ରେମାନନ୍ଦ ବେହେରା ପ୍ରକାଶ କରିଥିଲେ। ଏଥିଲାଗି ଗଣମାଧ୍ୟମର ସଂହଯୋଗ ମଧ୍ୟ ଲୋଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe