ଭୁବନେଶ୍ବର: ଓଡ଼ିଶାର ଉଦୀୟମାନ ଟେନିସ୍ ପ୍ରତିଭା ସୋହିନୀ ମହାନ୍ତି ନିଜ ଖାତାରେ ଆଉ ଏକ ଆଇଟା ମୁକୁଟ ଯୋଡ଼ି ଦେଇଛନ୍ତି। ଆସାମର ଗୌହାଟୀରେ ଅନୁଷ୍ଠିତ ଆଇଟା ସୁପର୍ ସିରିଜ୍ (ସିଏସ୍) ଟେନିସ୍ ପ୍ରତିଯୋଗିତାର ୧୨ ବର୍ଷରୁ କମ୍ ବାଳିକା ବର୍ଗରେ ସୋହିନୀ ବିଜୟିନୀ ହୋଇଛନ୍ତି। ପ୍ରତିଯୋଗିତାର ଶୀର୍ଷ ମାନ୍ୟତା ଭାବେ ଖେଳିଥିବା ସୋହିନୀ ଏବେ ସର୍ବଭାରତୀୟ ମାନ୍ୟତାରେ ନିଜ ବୟସ ବର୍ଗରେ ୩ ନମ୍ବର ସ୍ଥାନରେ ରହିଛନ୍ତି। ଶୁକ୍ରବାରର ଫାଇନାଲରେ ସୋହିନୀ ୭-୬ (୭-୩), ୩-୬, ୬-୩ରେ ତେଲେଙ୍ଗାନାର ଟି ସରାଇ ଗୋକୁଳମଣ୍ଡାଙ୍କୁ ହରାଇଥିଲେ। ଟ୍ରଫି ସହିତ ଏହି ଭୁବନେଶ୍ବର ସ୍କୁଲ ଛାତ୍ରୀ ମଧ୍ୟ ୫୦ ଆଇଟା ପଏଣ୍ଟ୍ ପକେଟସ୍ଥ କରିଛନ୍ତି।
ସୋହିନୀଙ୍କୁ ଆଇଟା ସିଏସ୍ ଟ୍ରଫି
Advertisment
Follow Us