ସୋହିନୀଙ୍କୁ ଦ୍ୱିମୁକୁଟ

Advertisment
ସୋହିନୀଙ୍କୁ ଦ୍ୱିମୁକୁଟ

ଭୁବନେଶ୍ୱର: ମଣିପୁରର ଇମ୍ଫାଲରେ ଅନୁଷ୍ଠିତ ଆଇଟା ଚାମ୍ପିଅନସିପ୍‌ ସିରିଜ୍‌ (ସିଏସ୍‌)ରେ ଓଡ଼ିଆ ଝିଅ ସୋହିନୀ ଏସ୍‌ ମହାନ୍ତି ଦ୍ୱିମୁକୁଟ ଅର୍ଜନ କରିଛନ୍ତି। ୧୨ ବର୍ଷରୁ କମ୍‌ ବାଳିକା ଏକକ ଏବଂ ଯୁଗଳ ବର୍ଗରେ ବିଜେତା ହୋଇ ସେ ଏହି ଗୌରବ ଆଣିଛନ୍ତି। ଏକକ ଫାଇନାଲରେ ସେ ମଣିପୁରୀ ଝିଅ ୟୁମନମ୍‌ ଥୋଇବିଙ୍କୁ ୬-୨, ୬-୨ରେ ହରାଇଥିଲେ । ଏହା ପରେ ସେ ଏଲ୍‌ ନନ୍ଦିନୀ ଚାନୁଙ୍କୁ ସାଥୀ କରି ମଣିପୁର ଯୋଡ଼ି ୟୁମନମ ଥୋଇବି ଓ ଏମ୍‌ଏନ୍‌ସି ସାନାରେଇମାଙ୍କୁ ମଧ୍ୟ ସମାନ ୬-୨, ୬-୨ ସିଧାସଳଖ ସେଟ୍‌ରେ ପରାସ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe