ଭାରତରେ କିଛି ଈର୍ଷାପରାୟଣ ମୋ ବିଫଳତା ଚାହୁଁଥିଲେ: ଶାସ୍ତ୍ରୀ

Advertisment
ଭାରତରେ କିଛି ଈର୍ଷାପରାୟଣ ମୋ ବିଫଳତା ଚାହୁଁଥିଲେ: ଶାସ୍ତ୍ରୀ

ମୁମ୍ବାଇ: ପୂର୍ବତନ ଭାରତୀୟ ଅଲ୍‌ରାଉଣ୍ଡର୍‌ ରବି ଶାସ୍ତ୍ରୀ ୨୦୧୪ରୁ ୨୦୨୧ ମସିହା ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଜାତୀୟ ଦଳର ପ୍ରଶିକ୍ଷକ ଦାୟିତ୍ବରେ ରହିଥିଲେ। ମଝିରେ ଗୋଟିଏ ବର୍ଷ ପାଇଁ ଅନିଲ କୁମ୍ବଲେ ଏହି ଗୁରୁ ଦାୟିତ୍ବ ତୁଲାଇଥିଲେ। ନିଜ କାର୍ଯ୍ୟକାଳ ସମୟରେ ଶାସ୍ତ୍ରୀ ଆଇସିସି ଟ୍ରଫି ଜିତି ପାରିନଥିଲେ ମଧ୍ୟ ଅଷ୍ଟ୍ରେଲିଆା ଓ ଇଂଲଣ୍ଡରେ ଟେଷ୍ଟ୍ ସଫଳତା କିଛି କମ୍‌ ବଡ଼ ଉପଲବ୍‌ଧି ନ ଥିଲା। ମଙ୍ଗଳବାର ପ୍ରତିଷ୍ଠିତ ଗଣମାଧ୍ୟମ ଗାର୍ଡିଏନ୍‌କୁ ଦେଇଥିବା ଏକ ସାକ୍ଷାତକାରରେ ଶାସ୍ତ୍ରୀ ନିଜ ତିକ୍ତ ଅନୁଭୂତିରୁ କିଛି ମର୍ମଭେଦୀ କଥା କହିଛନ୍ତି। ‘ମୋ ପାଖରେ କୌଣସି ପ୍ରଶିକ୍ଷଣ ବ୍ୟାଚ୍‌ ନଥିଲା। ଲେବୁଲ୍‌ ୧, ଲେବୁଲ୍‌ ୨...।

ଭାରତ ଭଳି ଦେଶରେ ସବୁବେଳେ କିଛି ଈର୍ଷାପରାୟଣ ବ୍ୟକ୍ତି ଓ ଦଳ ମୋ ବିଫଳତା ଚାହୁଁଥିଲେ। ମୁଁ ପତଳା ଚେହେରାର ବ୍ୟକ୍ତି, ଡ୍ୟୁକ୍‌ ବଲ୍‌ରେ ବ୍ୟବହୃତ ଚମଡ଼ା ଠାରୁ ବି ପତଳା। ଏହାକୁ ଲୁଚାଇବାକୁ ପଡ଼ିଥାଏ’ ବୋଲି ଶାସ୍ତ୍ରୀ ପ୍ରକାଶ କରିଛନ୍ତି। ରବି ଶାସ୍ତ୍ରୀଙ୍କ ଭଳି ଖେଳାଳିରୁ ଭାଷ୍ୟକାର ପାଲଟିଥିବା ରବର୍ଟ କି’ଙ୍କୁ ଏବେ ଇଂଲଣ୍ଡ ପୁରୁଷ କ୍ରିକେଟ୍‌ ଦଳର ପରିଚାଳନା ନିର୍ଦେଶକ ନିଯୁକ୍ତ କରାଯାଇଛି। ଶାସ୍ତ୍ରୀ ତାଙ୍କୁ ପତଳା ଚମଡ଼ାକୁ ମୋଟା କରିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି। କେଣ୍ଟ୍‌ ପାଇଁ ଅଧିନାୟକତ୍ବ ଅଭିଜ୍ଞତା ରଖିଥିବାରୁ ରବର୍ଟ ସଫଳ ହେ‌ବେ ବୋଲି ସେ ଆଶା ରଖିଛନ୍ତି। ବିଶ୍ବବ୍ୟାପୀ ପ୍ରଶିକ୍ଷଣ ଢାଞ୍ଚା ସମାନ, ଇଂଲଣ୍ଡକୁ ଏବେ ମଧ୍ୟ ବିଦେଶରେ ଜିତିବା ଏକ ଆହ୍ବାନ ହୋଇ ରହିଛି। ଦଳ ପାଇଁ ଦର୍ଶନ ଓ ଦଳୀୟ ସଂସ୍କୃତି ଗଢ଼ିତୋଳିବା ସବୁଠୁ ଗୁରୁତ୍ବପୂର୍ଣ୍ଣ ବୋଲି ଶାସ୍ତ୍ରୀ କହିଛନ୍ତି। ଆସଲେ ଜାଇଲ୍ସଙ୍କ ବଦଳରେ ରବର୍ଟଙ୍କୁ ଏହି ଦାୟିତ୍ବ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe