ନୂଆଦିଲ୍ଲୀ: କୋରିଆର ଚାଙ୍ଗ୍ୱନ୍ ଠାରେ ଚାଲିଥିବା ଆଇଏସ୍ଏସ୍ଏଫ୍ ସଟ୍ଗନ୍ ବିଶ୍ବକପ୍ର ମହିଳା ଟ୍ରାପ୍ ବନ୍ଧୁକଚାଳନା ଯୋଗ୍ୟତାପର୍ଯ୍ୟାୟର ମଙ୍ଗଳବାର ପ୍ରଥମ ଦିନ ସଗୁନ୍ ଚୌଧୁରୀ ଭାରତୀୟ ଭାବେ ଶ୍ରେଷ୍ଠ ସ୍ଥାନ ପାଇଛନ୍ତି। ମୋଟ ୭୫ରୁ ୬୫ ସଟ୍ ମାରି ସେ ୫୯ ଜଣିଆ ପ୍ରତିଯୋଗୀଙ୍କ ମଧ୍ୟରେ ୩୪ତମ ସ୍ଥାନରେ ରହିଛନ୍ତି। ଅନ୍ୟତମ ଭାରତୀୟ ରାଜେଶ୍ବରୀ କୁମାରୀ ୫୮ ସଟ୍ ମାରି ୫୬ତମ ସ୍ଥାନରେ ରହିଛନ୍ତି। ଫ୍ରାନ୍ସର କାରୋଲେ କର୍ମେନିଅର୍ ଏବଂ ଚୀନ୍ର ୱାଙ୍ଗ୍ ଜିଆଓଜିଙ୍ଗ୍ ପ୍ରତ୍ୟେକ ୭୨ ସଟ୍ ମାରି ଯଥାକ୍ରମେ ପ୍ରଥମ ଦୁଇଟି ସ୍ଥାନରେ ରହିଛନ୍ତି। ବୁଧବାର ଫାଇନାଲ୍ ଖେଳାଯିବ।
ସଟ୍ଗନ୍ ବିଶ୍ବକପ୍: ପ୍ରଥମ ଦିନ ସଗୁନ୍ଙ୍କୁ ୩୪, ରାଜେଶ୍ବରୀଙ୍କୁ ୫୬ତମ ସ୍ଥାନ
Advertisment
Follow Us