କଟକ: ଆସନ୍ତା ୨୮ ତାରିଖରେ ଜର୍ମାନିରେ ହେବାକୁ ଥିବା ଆଇରନ୍ମ୍ୟାନ ପ୍ରତିଯୋଗିତାରେ ଅ˚ଶଗ୍ରହଣ କରିବେ ଓଡ଼ିଶାର ସୌଭାଗ୍ୟ କୁମାର ରଥ। ଏଥିପାଇଁ ରବିବାର ସେ ଜର୍ମାନି ଯାତ୍ରା କରିବେ। ଏହି ଆଇରନ୍ ମ୍ୟାନ ପ୍ରତିଯୋଗିତାରେ ଆଲ୍ଷ୍ଟର ନଦୀରେ ୩.୮ କିଲୋମିଟର ସନ୍ତରଣ ସହ ୧୮୦ କିଲୋମିଟର ସାଇକେଲ ଚାଳନା ଏବ˚ ୪୨ କିଲୋମିଟର ଦୌଡ ଅନୁଷ୍ଠିତ ହେବ। ଏସବୁ ଦୂରତାକୁ ମୋଟ ୧୭ ଘଣ୍ଟା ମଧ୍ୟରେ ଅତିକ୍ରମ କରିପାରିଲେ ଫୁଲ୍ ଆଇରନ୍ ମ୍ୟାନ ମାନ୍ୟତା ମିଳିବ। ସୌଭାଗ୍ୟ ବହୁ ପୂର୍ବରୁ ଏହି ମାନ୍ୟତା ପାଇବାକୁ ପ୍ରସ୍ତୁତି ଚଳାଇଥିଲେ। ଏହି ଦୂରତା ଅତିକ୍ରମ କରପାରିଲେ ସିଦ୍ଧାର୍ଥ ରାଉତରାୟଙ୍କ ପରେ ସେ ଓଡ଼ିଶାରୁ ଦ୍ବିତୀୟ ଫୁଲ ଆଇରନ୍ ମ୍ୟାନର ମାନ୍ୟତା ପାଇପାରିବେ। ଏଥିପୂର୍ବରୁ ଗତ ଫେବ୍ରୁଆରି ୨୪ ତାରିଖରେ ଶ୍ରୀଲଙ୍କାରେ ଆୟୋଜିତ ହୋଇଥିବା ୭୦.୩ ମାଇଲ୍ର ଦୂରତାକୁ ନିର୍ଧାରିତ ସମୟ ପୂର୍ବରୁ ଅତିକ୍ରମ କରି ହାଫ୍ ଆଇରନ୍ ମ୍ୟାନ ହୋଇପାରିଥିଲେ। ଆଇରନ୍ ମ୍ୟାନ ହେବା ପାଇଁ ସୌଭାଗ୍ୟ ଦୈନିକ ୫ରୁ ୬ ଘଣ୍ଟା ପର୍ଯ୍ୟନ୍ତ ପରିଶ୍ରମ କରୁଛନ୍ତି। ପ୍ରତ୍ୟେକ ରବିବାର ପ୍ରାୟ ୧୫୦ କିଲୋମିଟର ସାଇକେଲ ଚାଳନା ଅଭ୍ୟାସ କରିଆସୁଛନ୍ତି। ଫୁଲ୍ ଆଇରନ୍ ମ୍ୟାନ ହେବା ପାଇଁ ସମସ୍ତ ଯୋଗ୍ୟତା ମାନଦଣ୍ତ ସେ ପୂରଣ କରିପାରିବେ ବୋଲି ଦୃଢତାର ସହ କହିଛନ୍ତି। ସୂଚନାଯୋଗ୍ୟ, ଏହା ଆଗରୁ ୪ଟି ଫୁଲ୍ ମାରାଥନ୍, ୨ଟି ହାଫ୍ ମାରାଥନ୍ରେ ସେ କୃତକାର୍ଯ୍ୟ ହୋଇଛନ୍ତି।
ଆଇରନ୍ ମ୍ୟାନ ଲକ୍ଷ୍ୟରେ ଜର୍ମାନି ଯିବେ ସୌଭାଗ୍ୟ
Advertisment
Follow Us