ଭାରତ ଟି -୨୦ ବିଶ୍ୱକପ ଜିତିବା ପରେ ଲୋକେ ମୋତେ ଗାଳି ଦେବା ବନ୍ଦ କରି ଦେଇଛନ୍ତି

Advertisment
ଭାରତ ଟି -୨୦ ବିଶ୍ୱକପ ଜିତିବା ପରେ ଲୋକେ ମୋତେ ଗାଳି ଦେବା ବନ୍ଦ କରି ଦେଇଛନ୍ତି

ନୂଆଦିଲ୍ଲୀ: ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ନିକଟରେ ନିଜ ମନର କଥାକୁ ସମସ୍ତଙ୍କ ସହିତ ସେୟାର କରିଛନ୍ତି।

ସୌରଭ ଗାଙ୍ଗୁଲି କହିଛନ୍ତି, ‘ଯେତେବେଳେ ମୁଁ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ ପଦକୁ ରୋହିତ ଶର୍ମାଙ୍କୁ ଦେଇଥିଲେ ସେତେବେଳେ ଲୋକମାନେ ମୋତେ ଅନେକ କଥା କହିଥିଲା। ସେ ସମୟରେ ଲୋକଙ୍କ କଥା ମୋତେ କଷ୍ଟ ଦେଇଥିଲା। ସେ କଷ୍ଟକୁ ମୁଁ ମନରେ ଚାପିଧରି ମୋ କାମରେ ଆଗକୁ ବଢ଼ିଥିଲି।  ଏବେ ଯେତେବେଳେ ରୋହିତ ତାଙ୍କ ଅଧିନାୟକତ୍ୱରେ ଭାରତକୁ ଟି -୨୦ ବିଶ୍ୱ ଚାମ୍ପିୟନ ଜିତାଇ ଦେଇଛନ୍ତି ସମସ୍ତ ସମାଲୋଚକଙ୍କ ପାଟି ଚୁପ୍ ହୋଇଯାଇଛି। ଲୋକେ ମୋତେ ଆଉ ଗାଳି କରୁ ନାହାନ୍ତି। କିନ୍ତୁ ସମସ୍ତେ ଭୁଲି ଯାଇଛନ୍ତି ରୋହିତଙ୍କୁ ମୁଁ ହିଁ ଭାରତୀୟ ଦଳର ଅଧିନାୟକ ଭାବେ ଚୟନ କରିଥିଲି।

୨୦୨୧ ଟି -୨୦ ବିଶ୍ୱକପ ପୂର୍ବରୁ ବିରାଟ କୋହଲି ଟି -୨୦ ଦଳର ଅଧିନାୟକତ୍ୱରୁ ଇସ୍ତଫା ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। କାମ ଭାରର କାରଣ ଦର୍ଶାଇ କୋହଲି ଟି -୨୦ ଅଧିନାୟକତ୍ୱ ଛାଡିଥିଲେ। କେବଳ ଏତିକି ନୁହେଁ ଏହାପରେ ବିରାଟ ଏକ ମାସ ମଧ୍ୟରେ ଓଡିଆଇ ଏବଂ ଟେଷ୍ଟର ଅଧିନାୟକତ୍ୱ ବି ଛାଡି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe