ଗାଙ୍ଗୁଲିଙ୍କ ମାରାତ୍ମକ ଥଟ୍ଟା ! ଟେନସନରେ ସାରା ରାତି ‌ଶୋଇ ପାରି ନଥିଲେ ଯୁବରାଜ୍

Advertisment
ଗାଙ୍ଗୁଲିଙ୍କ ମାରାତ୍ମକ ଥଟ୍ଟା ! ଟେନସନରେ ସାରା ରାତି ‌ଶୋଇ ପାରି ନଥିଲେ ଯୁବରାଜ୍

ମୁମ୍ବାଇ: ଭାରତର ପୂର୍ବତନ କ୍ରିକେଟ୍ କ୍ୟାପଟେନ୍ ଆଉ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଥଟ୍ଟାମଜାକୁ ନେଇ ଅନେକ ରୋଚକ ଘଟଣା ରହିଛି।  ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ ତାଙ୍କୁ ନେଇ ନିଜ ଜୀବନର ଏକ ଘଟଣା ବଖାଣିଛନ୍ତି । କିଭଳି ଗାଙ୍ଗୁଲିଙ୍କ ଏକ ଥଟ୍ଟା ଯୋଗୁ ସେ ସାରା ରାତି ଶୋଇ ପାରି ନଥିଲେ ତାହା ବର୍ଣ୍ଣନା କରିଛନ୍ତି ।

୨୨ ବର୍ଷ ତଳର ଘଟଣା।  ଆଇସିସିର ଏକ ନକଆଉଟ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଗାଙ୍ଗୁଲି ଯେଉଁ ଥଟ୍ଟା କରିଥିଲେ ସେଥିପାଇଁ ଟେନସନରେ ରାତି ସାରା ଅନିଦ୍ରା ରହିଥିଲେ ଯୁବରାଜ। ଏହି ମ୍ୟାଚର ପୂର୍ବ ଦିନ ରାତିରେ ଯୁବରାଜଙ୍କୁ ହଠାତ୍ ଗାଙ୍ଗୁଲି କହିଥିଲେ, ଆଗାମୀ ମ୍ୟାଚରେ ତୁମେ ଓପନିଂ କରିବ । ସେତେବେଳେ ଯୁବରାଜ ତାଙ୍କୁ ଉତ୍ତରରେ କହିଥିଲେ ଯଦି ତୁମେ ଚାହୁଁଛ ମୁଁ ଓପନିଂ କରେ ତେବେ ମୁଁ କରିବି । ଏକଥା ସିନା କହିଦେଲେ କିନ୍ତୁ ଉତ୍ତେଜନା ହେତୁ ସାରାରାତି ଶୋଇ ପାରି ନଥିଲେ ଯୁବରାଜ।

ତେବେ ମ୍ୟାଚ୍ ଦିନ ଅଧିନାୟକ ସୌରଭ ଗାଙ୍ଗୁଲି ତାଙ୍କୁ ହାଲକା କରିବା ପାଇଁ କହିଥିଲେ, ମୁଁ ଥଟ୍ଟା କରୁଥିଲି । ଏକଥା କହି  ସବୁଥର ଭଳି ଗାଙ୍ଗୁଲି ମ୍ୟାଚରେ ଓପନିଂ କରିଥିଲେ । ଆଉ ଯୁବରାଜଙ୍କୁ ୫ ନମ୍ବରରେ ବ୍ୟାଟିଂ କରିବାକୁ ପଡିଥିଲା ।  ନିଜର ଡେବ୍ୟୁ ମ୍ୟାଚରେ ଯୁବରାଜ ସିଂ ଦମଦାର ପ୍ରଦର୍ଶନ କରିଥିଲେ । ଗ୍ଲେନ ମ୍ୟାକଗ୍ରାଥ ଓ ବ୍ରେଟ ଲି’ଙ୍କ ଭଳି ଘାତକ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରିବା ସହ ୮୪ ବଲରୁ ୮୦ ରନର ଇନିଂସ ଖେଳିଥିଲେ । ଆଉ ନିର୍ଦ୍ଧାରିତ ଓଭରରେ ଭାରତ ୨୬୫ ରନର ଏକ ବିଶାଳ ସ୍କୋର ଛିଡା କରିଥିଲା ।  ସବୁଠୁ ବଡ କଥା ହେଲା ସେହି ମ୍ୟାଚରେ ହିଁ ମ୍ୟାନ୍ ଅଫ୍ ଦ ମ୍ୟାଚ ପୁରସ୍କାର ହାତେଇ ନେଇଥିଲେ ଯୁବରାଜ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe