ଜୋହାନେସବର୍ଗ ଟେଷ୍ଟ: ଦକ୍ଷିଣ ଆଫ୍ରିକା ୧୯୪ ରନରେ ଅଲ୍‌ ଆଉଟ୍‌, ବୁମରାଙ୍କୁ ୫ଟି ଓ୍ଵିକେଟ

Advertisment

ପ୍ରଥମ ପାଳିରେ ଭାରତ ୭ ରନ୍‌ ପଛରେ, ଭୁବନେଶ୍ୱର କୁମାର ନେଲେ ୩ଟି ଓ୍ଵିକେଟ

ପ୍ରଥମ ପାଳିରେ ଭାରତ ୭ ରନ୍‌ ପଛରେ, ଭୁବନେଶ୍ୱର କୁମାର ନେଲେ ୩ଟି ଓ୍ଵିକେଟ

ଜୋହାନେସବର୍ଗ ଟେଷ୍ଟ: ଦକ୍ଷିଣ ଆଫ୍ରିକା ୧୯୪ ରନରେ ଅଲ୍‌ ଆଉଟ୍‌, ବୁମରାଙ୍କୁ ୫ଟି ଓ୍ଵିକେଟ

ଜୋହାନେସବର୍ଗ: ଭାରତୀୟ ଦ୍ରୁତ ବୋଲର ଯଶପ୍ରିତ ବୁମରା ଓ ଭୁବନେଶ୍ୱର କୁମାରଙ୍କ ପ୍ରଭାବଶାଳୀ ବୋଲିଂ ବଳରେ ଦକ୍ଷିଣ ଆଫ୍ରିକା ଏକ ବିଶାଳ ସ୍କୋର କରିବାକୁ ବଞ୍ଚିତ ହୋଇଛି। ଭୁବନେଶ୍ୱର କୁମାର ବିପକ୍ଷି ଦଳର ୩ଟି ଓ୍ଵିକେଟ ନେଇ ଥିବା ବେଳେ ବୁମରା ୫ଟି ଓ୍ଵିକେଟ ନେଇଛନ୍ତି। ଫଳରେ ଦକ୍ଷିଣ ଆଫ୍ରିକା ପ୍ରଥମ ପାଳିରେ ଗୁରୁବାର ମ୍ୟାଚ୍‌ର ୨ୟ ଦିନରେ ସମସ୍ତ ଓ୍ଵିକେଟ ହରାଇ ୧୯୪ ରନ୍‌ ସଂଗ୍ରହ କରିଛି। ଈଶାନ୍ତ ଶର୍ମା ଓ ମହମ୍ମଦ ସାମି ଗୋଟଏ ଲେଖାଏଁ ଓ୍ଵିକେଟ ନେଇଥିଲେ।

ଭାରତୀୟ ଖେଳାଳିମାନେ ନୈରାଶ୍ୟଜନକ ପ୍ରଦର୍ଶନ କରି ୧୮୭ ରନ୍‌ ଅଲ ଆଉଟ୍‌ ହେବା ପରେ ଦକ୍ଷିଣ ଆଫ୍ରିକା ପାଳି ଆରମ୍ଭ କରିଥିଲା। ଦକ୍ଷିଣ ଆଫ୍ରିକାର ପ୍ରଥମ ଓ୍ଵିକେଟ ମାତ୍ର ୩ ରନ୍‌ରେ ଏଡେନ ମାର୍କମ(୨) ଓ ୨ୟ ଓ୍ଵିକେଟ ୧୬ ରନ୍‌ରେ ଡିନ୍‌ ଏଲଗର(୪) ୧୬ଙ୍କୁ ହରାଇ ଥିଲା। ଉଭୟ ବ୍ୟାଟ୍‌ସମ୍ୟାନ ଭୁବନେଶ୍ୱର କୁମାରଙ୍କ ବଲ ପାର୍ଥିବ ପଟେଲଙ୍କୁ କ୍ୟାଚ ଦେଇ ପାଭଲିଅନ୍‌ ଫେରିଥିଲେ।

publive-image

ଦକ୍ଷିଣ ଆଫ୍ରିକା ୮୦ ରନ୍‌ରେ ୩ୟ ଓ୍ଵିକେଟରେ କାଗିସୋ ରାବଡା(୩୦), ୪ର୍ଥ ଓ୍ଵିକେଟ ୯୨ ରନ୍‌ରେ ଏବି ଡିଭିଲିୟର୍ସ(୫), ୫ମ ଓ୍ଵିକେଟ ୧୦୭ ରନ୍‌ରେ ଫଫ୍‌ ଡୁପ୍ଲେସିସ୍‌(୮), ୬ଷ୍ଠ ଓ୍ଵିକେଟରେ ୧୨୫ ରନ୍‌ରେ କ୍ୱିଣ୍ଟନ୍‌ ଡି କକ୍‌(୮) ପାଭଲିଅନ୍‌ ଫେରିଥିଲେ। ଈଶାନ୍ତ ଶର୍ମାଙ୍କ ବଲରେ ଆଜିଙ୍କ ରାହାଣେଙ୍କ ଦ୍ୱାରା କ୍ୟାଚ୍‌ ହୋଇ ପାଭଲିଅନ ଫେରିଥିଲେ ରାବଡ଼ା। ଭୁବନେଶ୍ୱର କୁମାରଙ୍କ ବଲ ଖେଳି ନ ପାରି ଡିଭିଲିୟର୍ସ ଓ ଯଶପ୍ରିତ ବୁମରାଙ୍କ ଦ୍ୱାରା ଡୁ ପ୍ଲେସିସ ବୋଲ୍ଡ ହୋଇଥିଲେ। ବୁମରାଙ୍କ ବଲ ଓ୍ଵିକେଟକିପର ପାର୍ଥିବ ପଟେଲଙ୍କୁ କ୍ୟାଚ୍‌ ଦେଇ ଆଉଟ୍‌ ହୋଇଥିଲେ ଡି କକ୍‌।

୧୬୯ ରନରେ ଭାରତର ୭ମ ଶିକାର ହୋଇଥିଲେ ହାସିମ ଆମଲା(୬୧)। ସେ । ସେହିଭଳି ୮ମ ଓ୍ଵିକେଟରେ ୧୭୫ ରନ୍‌ରେ ଭେରନନ ଫିଲେଣ୍ଡର(୩୫), ୧୯୪ ରନ୍‌ରେ ନବମ ଓ ଦଶମ ଓ୍ଵିକେଟ ଆଣ୍ଡିଲ ଫେଜ୍‌ଲୁକ୍‌ଓ୍ଵାଓ(୯) ଓ ଲୁଙ୍ଗି ଏନ୍‌ଗିଡ(୦) ପାଭଲିଅନ୍‌ ଫେରିଥିଲେ।

publive-image

୩ୟ ତଥା ଶେଷ ଟେଷ୍ଟ ମ୍ୟାଚ୍‌ରେ ଭାରତ ବୁଧବାର ମାତ୍ର ୧୨ଟି ବଲରେ କୌଣସି ରନ୍‌ ସଂଗ୍ରହ ନକରି ୩ଜଣ ଖେଳାଳିଙ୍କୁ ହରାଇ ଥିଲା। ଚେତେଶ୍ୱର ପୂଜାରା, ପାର୍ଥିବ ପଟେଲ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୪୪ ରନ୍‌ ଭିତରେ କ୍ରମାଗତ ଆଉଟ୍‌ ହୋଇ ପାଭଲିଅନ୍‌ ଫେରଥିଲେ। ପରବର୍ତ୍ତୀ ସମୟରେ ଅନ୍ୟ ଖେଳାଳିମାନେ ମଧ୍ୟ ଅଧିକ ସମୟ ଧରି ତିଷ୍ଠି ପାରି ନଥିଲେ। ଦକ୍ଷିଣ ଆଫ୍ରିକାର ଦମ୍‌ଦାର ବୋଲରଙ୍କୁ ସମ୍ମୁଖୀନ ହୋଇ ନପାରି ବିଟାଟଙ୍କ ସେନା ଗୋଟିଏ ପରେ ଗୋଟିଏ ପାଭଲିଅନ୍‌ ଫେରିଥିଲେ।

ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳାର ୩ୟ ଟେଷ୍ଟ ମ୍ୟାଚ୍‌ ଜୋହାନେସବର୍ଗସ୍ଥିତ ଓ୍ଵାଣ୍ଡରର୍ସ ଷ୍ଟାଡିୟମରେ ବୁଧବାର ଭାରତ ୯୭ ରନ୍‌ରେ ୩ୟ ଓ୍ଵିକେଟରେ ବିରାଟ କୋହଲି(୫୪), ୪ର୍ଥ ଓ୍ଵକେଟ ୧୧୩ ରନ୍‌ରେ ଆଜିଙ୍କ୍ୟ ରାହାଣେ(୯), ୫ମ ଓ୍ଵିକେଟ ୧୪୪ ରନ୍‌ରେ ଚେତେଶ୍ୱର ପୂଜାରା(୫୦), ୬ଷ୍ଠ ଓ୍ଵିକେଟ ୧୪୪ ରନ୍‌ରେ ପାର୍ଥିବ ପଟେଲ(୨), ୭ମ ଓ୍ଵିକେଟ ୧୪୪ ରନ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା(୦) ପାଭଲିଅନ ଫେରିଥିଲେ। ସେହିପରି ଦକ୍ଷିଣ ଆଫ୍ରିକାର ୮ମ ଶିକାର ମହମ୍ମଦ ସାମି(୮) ହୋଇଥିବା ବେଳେ ଈଶାନ୍ତ ଶର୍ମା(୦) ୯ମ ଓ୍ଵିକେଟରେ ଆଉଟ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe