Advertisment

Cricket: ଦକ୍ଷିଣ ଆଫ୍ରିକା ଜିତିଲା, ଭାରତ ଖୁସି ହେଲା

Advertisment

ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଏକ ଗୁରୁତ୍ବପୂର୍ଣ୍ଣ ଗ୍ରୁପ୍‌-୧’ ସୁପର-୮ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଦୁଇ ଥର ବିଜେତା ୱେଷ୍ଟଇଣ୍ଡିଜ୍‌କୁ ଏକତରଫା ଭାବେ ୯ ୱିକେଟ୍‌ରେ ପରାସ୍ତ କରିଛି। ତା’ ସହିତ ନିଜ ଅପରାଜେୟ ଧାରା ଜାରି ରଖିଛି।

ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଏକ ଗୁରୁତ୍ବପୂର୍ଣ୍ଣ ଗ୍ରୁପ୍‌-୧’ ସୁପର-୮ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଦୁଇ ଥର ବିଜେତା ୱେଷ୍ଟଇଣ୍ଡିଜ୍‌କୁ ଏକତରଫା ଭାବେ ୯ ୱିକେଟ୍‌ରେ ପରାସ୍ତ କରିଛି। ତା’ ସହିତ ନିଜ ଅପରାଜେୟ ଧାରା ଜାରି ରଖିଛି।

Team India

Team India victory at Barabati Photograph: (Aajtak)

ଅହମଦାବାଦ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଏକ ଗୁରୁତ୍ବପୂର୍ଣ୍ଣ ଗ୍ରୁପ୍‌-୧’ ସୁପର-୮ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଦୁଇ ଥର ବିଜେତା ୱେଷ୍ଟଇଣ୍ଡିଜ୍‌କୁ ଏକତରଫା ଭାବେ ୯ ୱିକେଟ୍‌ରେ ପରାସ୍ତ କରିଛି। ତା’ ସହିତ ନିଜ ଅପରାଜେୟ ଧାରା ଜାରି ରଖିଛି। ସେହିଭଳି ଦୁଇଟି ସୁପର-୮ ମ୍ୟାଚ୍‌ରୁ ଲଗାତାର ଦୁଇଟି ବିଜୟ ହାସଲ କରି ସେମିଫାଇନାଲ୍‌ରେ ଏକପ୍ରକାର ଗୋଟିଏ ପାଦ ଥାପି ଦେଇଛି।

ଅନ୍ୟପକ୍ଷରେ ଉତ୍ସାହୀ ୱେଷ୍ଟଇଣ୍ଡିଜ୍‌ ପ୍ରଥମ ପରାଜୟ ବରଣ କରିଛି। ନିଜ ପ୍ରଥମ ସୁପର-୮ ମୁକାବିଲାରେ ଜିମ୍ବୱେକୁ ୧୦୭ ରନ୍‌ରେ ହରାଇ ଦଳୀୟ ନେଟ୍ ‌ରନ୍‌ ରେଟ୍‌କୁ ୫.୩୫୦ରେ ପହଞ୍ଚାଇ ଦେଇଥିବା ୱେଷ୍ଟଇଣ୍ଡିଜ୍‌ ଗୁରୁବାରର ବଡ଼ ପରାଜୟ ପରେ ତଳକୁ ଖସିଛି। ଏହି ଦଳ ପ୍ରଥମ ଦୁଇଟି ମ୍ୟାଚ୍‌ରୁ ଗୋଟିଏ ଲେଖାଏଁ ଜୟ/ପରାଜୟ ପାଇବା ପରେ ତା’ର ନେଟ୍‌ ରନ୍‌ ରେଟ୍‌ ଏବେ ୧.୭୯୧ରେ ପହଞ୍ଚି ଯାଇଛି। ଯାହା ଆୟୋଜକ ଭାରତୀୟ ପ୍ରଶଂସକଙ୍କ ପାଇଁ ଖୁସି ଖବର ହୋଇଛି। କାରଣ ଭାରତର ସେମିଫାଇନାଲ୍‌ ପ୍ରବେଶ ଏଥିଲାଗି କିଛିଟା ସୁଗମ ହୋଇଛି।

ଆହୁରି ପଢ଼ନ୍ତୁ: FIFA chief: ମେକ୍ସିକୋରେ ବିଶ୍ବକପ୍‌ ଆୟୋଜନକୁ ନେଇ ନିଶ୍ଚିନ୍ତ : ଫିଫା ମୁଖ୍ୟ

ଅନ୍ୟପକ୍ଷରେ ଦ୍ବିତୀୟ ମ୍ୟାଚ୍‌ର ବଡ଼ ବିଜୟ ସତ୍ତ୍ବେ ଦକ୍ଷିଣ ଆଫ୍ରିକାର ନେଟ୍‌ ରନ୍‌ ରେଟ୍‌ ୩.୮ରୁ ୨.୮୯୦କୁ କମିଯାଇଛି। ଦଳ କିନ୍ତୁ ୪ରୁ ୪ ପଏଣ୍ଟ୍‌ ପାଇ ଗ୍ରୁପ୍‌-୧’ ତାଲିକାର ପ୍ରଥମ ସ୍ଥାନରେ ରହିଛି। ସ୍ଥାନୀୟ ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ହାରି ବ୍ୟାଟିଂ କରିବାକୁ ଆମନ୍ତ୍ରଣ ପାଇଥିବା ୱେଷ୍ଟଇଣ୍ଡିଜ୍‌ ୮୩ ରନ୍‌ରେ ୭ ୱିକେଟ୍‌ ହରାଇ ଘୋର ସଙ୍କଟରେ ପଡ଼ିଥିଲା। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଦୁଇ ଅଲ୍‌ରାଉଣ୍ଡର୍‌ ଜାସନ ହୋଲ୍‌ଡର (୪୯) ଓ ରୋମାରିଓ ସେପର୍ଡ (୫୨) ଅଷ୍ଟମ ୱିକେଟ୍‌ରେ ଦ୍ରୁତ ୮୯ ରନ୍‌ ଯୋଡ଼ି ସ୍ଥିତି ସୁଧାରି ନେଇଥିଲେ। ଏହି ଦୁଇ ଜଣଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ୱେଷ୍ଟଇଣ୍ଡିଜ୍‌ ଶେଷରେ ୮ ୱିକେଟ୍‌ ହରାଇ ୧୭୬ ରନ୍‌ର ସମ୍ମାନଜନକ ସ୍କୋର୍‌ କରି ନେଇଥିଲା। ସେପର୍ଡ ସ୍ମରଣୀୟ ଅର୍ଦ୍ଧଶତକ ଅର୍ଜନ କରିଥିଲେ।

ହୋଲ୍‌ଡର କିନ୍ତୁ ମାତ୍ର ଗୋଟିଏ ରନ୍‌ ପୂର୍ବରୁ ରନ୍‌ଆଉଟ୍‌ ହୋଇ ଏଥିରୁ ବଞ୍ଚିତ ହୋଇଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଐଦେନ ମାର୍କରାମ ୮୨* ରନ୍‌ ବଳରେ ମାତ୍ର ୧ ୱିକେଟ୍‌ ହରାଇ ୧୭୭ ରନ୍‌ର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। କ୍ବିଣ୍ଟନ୍‌ ଡି’ କକ୍ (୪୭) ଓ ମାର୍କରାମ ପ୍ରଥମ ୱିକେଟ୍‌ରେ ୯୫ ରନ୍‌ ଯୋଡ଼ିଥିଲେ। ଡି’କକ୍‌ ଅର୍ଦ୍ଧଶତକର ୩ ରନ୍‌ ପୂର୍ବରୁ ଏକମାତ୍ର ବ୍ୟାଟର୍‌ ଭାବେ ଆଉଟ୍‌ ହୋଇଥିଲେ। ଏହା ପରେ ରିୟାନ ରିକେଲଟନ୍‌ (୪୫*)ଙ୍କ ସହ ମିଶି ମାର୍କରାମ ଦ୍ବିତୀୟ ୱିକେଟ୍‌ରେ ୮୨ ରନ୍‌ର ଅବିଭାଜିତ ଭାଗୀଦାର ଗଢ଼ି ଦକ୍ଷିଣ ଆଫ୍ରିକାକୁ ସହଜ ବିଜୟ ଉପହାର ଦେଇଥିଲେ। ମାର୍କରାମ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe