team India Photograph: (BCCI)
ବିଶାଖାପାଟଣା : ବିଶାଖାପାଟଣାରେ ଶନିବାର ଖେଳାଯାଉଥିବା ୩ୟ ଦିନିକିଆ (India Vs SA )ରେ ଭାରତ ଆଗରେ ୨୭୧ ରନର ଲକ୍ଷ୍ୟ ରଖିଛି ଦକ୍ଷିଣ ଆଫ୍ରିକା । ଦକ୍ଷିଣ ଆଫ୍ରିକା ଇନିଂସର ମୁଖ୍ୟ ଆକର୍ଷଣ ଥିଲା କ୍ବିଣ୍ଟନ ଡି’କକଙ୍କ ଶତକ ।
ଆହୁରି ପଢନ୍ତୁ : ind vs sa: ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦: ଦିନକରେ ସରିଗଲା ୧୦ ହଜାର ଟିକଟ, ପହଞ୍ଚିଲେ ଦକ୍ଷିଣ ଆଫ୍ରିକାର ୫ ଖେଳାଳି
ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦକ୍ଷିଣ ଆଫ୍ରିକା ଆରମ୍ଭରୁ ରିୟାନ ରିକଲଟନଙ୍କ ଓ୍ବିକେଟ ହରାଇଥିଲେ ବି କ୍ବିଣ୍ଟନ ଡି’କକ ଓ ଟେମ୍ବା ବାଭୁମା ଲଢୁଆ ବ୍ୟାଟିଂ କରି ସ୍ଥିତିକୁ ସମ୍ଭାଳିଥିଲେ । ବାଭୁମା ୪୮ ରନ କରି ଆଉଟ ହୋଇଥିବାବେଳେ ଡିକକ୍ ନିଜର ବ୍ୟାଟିଂ ଜାରି ରଖି ଶତକ ପୂରଣ କରିଥିଲେ । ସେ ୧୦୬ ରନର ଏକ ଆକର୍ଷଣୀୟ ପାଳି ଖେଳିଥିଲେ । ସେହିପରି ମାଥ୍ୟୁ ବ୍ରିଜକେ ୨୪ ରନ କରିଥିବାବେଳେ ଡେଓ୍ବାଲ୍ଡ ବ୍ରେଭିସ ୨୯ ରନ କରିଥିଲେ । ତେବେ ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ଦଳ ୨୭୦ ରନ କରି ଅଲଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ କୂଳଦୀପ ଯାଦବ ଓ ପ୍ରସିଦ୍ଧ କ୍ରିଷ୍ଣା ୪ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
ଆହୁରି ପଢନ୍ତୁ : Paddy: ସାଟେଲାଇଟ୍ ସର୍ଭେରେ ସନ୍ଦେହଜନକ ୩୮ହଜାର ପ୍ଲଟ୍
ଏହି ସିରିଜର ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହୋଇଥିବାବେଳେ ୨ୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଥିଲା । ଫଳରେ ସିରିଜ ଏବେ ୧-୧ରେ ବରାବର ରହିଛି ।
Follow Us