ୱେଷ୍ଟଇଣ୍ଡିଜ୍‌କୁ ୧-୦ରେ ହରାଇଲା ଦକ୍ଷିଣ ଆଫ୍ରିକା

Advertisment
ୱେଷ୍ଟଇଣ୍ଡିଜ୍‌କୁ ୧-୦ରେ ହରାଇଲା ଦକ୍ଷିଣ ଆଫ୍ରିକା

ପ୍ରୋଭିଡେନ୍ସ: ପ୍ରୋଭିଡେନ୍ସ ଟେଷ୍ଟ୍‌କୁ ଦକ୍ଷିଣ ଆଫ୍ରିକା ଉତ୍କଣ୍ଠାପୂର୍ଣ୍ଣ ଭାବେ ୪୦ ରନ୍‌ରେ ଜିତି ନେଇଛି। ଫଳରେ ଦୁଇ ଟିକିଆ ଟେଷ୍ଟ୍‌ ଶୃଙ୍ଖଳାରେ ୧-୦ରେ ବିଜୟୀ ହୋଇଛି। ପ୍ରଥମ ଟେଷ୍ଟ୍ ଅମୀମାଂସିତ ରହିବା ପରେ ଏଠାରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟ୍‌ରେ ଉଭୟ ଦଳ ପାଇଁ ସୁଯୋଗ ରହିଥିଲା। ଶନିବାର ତୃତୀୟ ଦିନ ମଧ୍ୟାହ୍ନ ଭୋଜନ ସୁଦ୍ଧା ଘରୋଇ ଇଣ୍ଡିଜ୍‌ ମଧ୍ୟ ଅପେକ୍ଷାକୃତ ଦୃଢ଼ ସ୍ଥିତିରେ ରହିଥିଲା। ତେବେ ଦ୍ବିତୀୟ ଅଧିବେଶନରେ ୫ଟି ୱିକେଟ୍ ଝାଡ଼ି ଦକ୍ଷିଣ ଆଫ୍ରିକା ମ୍ୟାଚ୍‌କୁ ନିଜ ନିୟନ୍ତ୍ରଣକୁ ନେଇ ଯାଇଥିଲା। ୨୬୩ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ୱେଷ୍ଟଇଣ୍ଡିଜ୍ ମାତ୍ର ୧୦୪ ରନ୍‌ରେ ୬ ୱିକେଟ୍ ହରାଇ ଶୋଚନୀୟ ପରାଜୟ ଆଡ଼କୁ ଅଗ୍ରସର ହୋଇଥିଲା। ତେବେ ସପ୍ତମ ୱିକେଟ୍‌ରେ ଜୋସୁଆ ଡି’ ସିଲ୍‌ଭା ଓ ଗୁଡକେଶ୍ ମୋତି ୭୭ ରନ୍ ଯୋଡ଼ି କିଛିଟା ପ୍ରତିରୋଧ କରିଥିଲେ। ତେବେ ଗୁଡ଼କେଶଙ୍କୁ ଅର୍ଦ୍ଧଶତକର ୫ ରନ୍ ପୂର୍ବରୁ ଆଉଟ୍ କରି ଦକ୍ଷିଣ ଆଫ୍ରିକା ତୃତୀୟ ଦିନ ଖେଳ ଶେଷ ହେବାର ମାତ୍ର କିଛି ମିନିଟ୍ ପୂର୍ବରୁ ମ୍ୟାଚ୍ ଓ ଶୃଙ୍ଖଳା ଜିତି ନେଇଥିଲା। ଅଲରାଉଣ୍ଡ୍ ପ୍ରଦର୍ଶନ ପାଇଁ ଦକ୍ଷିଣ ଆଫ୍ରିକାର ଯୁବ ତାରକା ୱିଅନ୍ ମଲଡର (୪/୩୨ ଏବଂ ୩୪, ୨/୩୫) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଏବଂ ସ୍ପିନର କେଶବ ମହାରାଜ (୧୩ ୱିକେଟ୍) ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସଂକ୍ଷିପ୍ତ ସ୍କୋର୍: ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି ୧୬୦। ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳି ୧୪୪। ଦକ୍ଷିଣ ଆଫ୍ରିକା ଦ୍ବିତୀୟ ପାଳି ୮୦.୪ ଓଭରରେ ୨୪୬। ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ପାଳି ୬୬.୨ ଓଭରରେ ୨୨୨ (ଗୁଡ଼କେଶ ମୋତି ୪୫, କଭେମ୍ ହଜ୍ ୨୯, କେଶବ ମହାରାଜ ୩/୩୭, କାଗିସୋ ରବାଡ଼ା ୩/୫୦।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe