ପାକିସ୍ତାନୀ କ୍ରିକେଟର୍‌ ଫଖର ଜମାନଙ୍କ ଓ୍ଵିକେଟ୍‌ ନେଇ ସନ୍‌ ପୋଲକ୍‌ଙ୍କ ରେକର୍ଡ ଅତିକ୍ରମ କଲେ ଡେଲ୍‌ ଷ୍ଟେନ୍‌

Advertisment
ପାକିସ୍ତାନୀ କ୍ରିକେଟର୍‌ ଫଖର ଜମାନଙ୍କ ଓ୍ଵିକେଟ୍‌ ନେଇ ସନ୍‌ ପୋଲକ୍‌ଙ୍କ ରେକର୍ଡ ଅତିକ୍ରମ କଲେ ଡେଲ୍‌ ଷ୍ଟେନ୍‌

ସେଂଚୁରିଅନ୍‌: ପାକିସ୍ତାନୀ କ୍ରିକେଟର ଫଖର ଜମାନଙ୍କ ଓ୍ଵିକେଟ୍‌ ନେଇ ଡେଲ ଷ୍ଟେନ୍‌ ଦକ୍ଷିଣ ଆଫ୍ରିକାର ସବୁଠାରୁ ସଫଳ ଟେଷ୍ଟ ବୋଲର ରେକର୍ଡ ପ୍ରତିଷ୍ଠା କରିଛନ୍ତି। ପାକିସ୍ତାନ ବିପକ୍ଷରେ ଦକ୍ଷିଣ ଆଫ୍ରିକାରେ ଜାରି ଥିବା ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ବୁଧବାର ଷ୍ଟେନ ଏହି ଉପଲବ୍ଧି ହାସଲ କରିଛନ୍ତି। ଏଥି ସହିତ ଷ୍ଟେନ ନିଜ ଦେଶର ବୋଲର ସନ୍‌ ପୋଲକଙ୍କ ୪୨୧ ଓ୍ଵିକେଟ ରେକର୍ଡ ଅତିକ୍ରମ କରିଛନ୍ତି।

ଟେଷ୍ଟରେ ସର୍ବାଧିକ ଓ୍ଵିକେଟ ନେଇଥିବା ବୋଲର 

-ମୁଥେୟା ମୁରଲି ଧରନ (ଶ୍ରୀଲଙ୍କା): ୮୦୦
-ସେନ୍‌ ଓ୍ଵାଟସନ୍‌ (ଅଷ୍ଟ୍ରେଲିଆ): ୭୦୮
-ଅନିଲ କୁମ୍ବଲେ (ଭାରତ): ୬୧୯
-ଜେମସ୍‌ ଆଣ୍ଡରସନ୍‌: (ଇଂଲଣ୍ଡ)

publive-image-ଗ୍ଲେନ ମାଇକ୍ରା (ଅଷ୍ଟ୍ରେଲିଆ): ୫୬୩
-କର୍ଟନୀ ଓ୍ଵାଲସ୍‌ (ୱେଷ୍ଟଇଣ୍ଡିଜ): ୫୧୯
-କପିଳ ଦେବ (ଭାରତ): ୪୩୪
-ଷ୍ଟୁଆର୍ଟ ବ୍ରଡ (ଇଂଲଣ୍ଡ): ୪୩୩
-ରିଚାର୍ଡ ହେଡଲି (ନ୍ୟୁଜିଲାଣ୍ଡ): ୪୩୧

ଡେଲ ଷ୍ଟେନ ୮୯ତମ ମ୍ୟାଚ ଖେଳି ୪୨୨ ଓ୍ଵିକେଟ୍‌ ନିଜ ନାମରେ ଯୋଡ଼ିଛନ୍ତି। ଦକ୍ଷିଣ ଆଫ୍ରିକାର ଲୋକପ୍ରିୟ ବୋଲର ସନ୍‌ ପୋଲକ ୧୦୮ ମ୍ୟାଚରେ ୪୨୧ ଓ୍ଵିକେଟ୍‌ ନେଇଥିଲେ। ଷ୍ଟେନ୍‌ ୨୬ ଥର ୫ ଓ୍ଵକେଟ୍‌ ଓ ୫ ଥର ୧୦ ଓ୍ଵିକେଟ ନେଇଛନ୍ତି। ଅନ୍ୟପକ୍ଷରେ ପୋଲକ ୧୬ ଥର ୫ ଓ୍ଵିକେଟ ନେଇଥିବା ବେଳେ ଗୋଟିଏ ଥର ୧୦ ଓ୍ଵିକେଟ ନେଇଛନ୍ତି। ଏହି ଭଳି ଭାବରେ ଦକ୍ଷିଣ ଆଫ୍ରିକାର ସଫଳତମ ଟେଷ୍ଟ ବୋଲର ଭାବରେ ନିଜର ରେକର୍ଡ ପ୍ରତିଷ୍ଠା କରିବା ପରେ ବିଶ୍ୱ କ୍ରିକେଟରେ ସର୍ବାଧିକ ଓ୍ଵିକେଟ ନେବା ତାଲିକାର ୧୧ତମ ସ୍ଥାନରେ ନିଜକୁ ସାମିଲ କରିପାରିଛନ୍ତି।

ଡେଲ ଷ୍ଟେନ୍‌ ଚଳିତ ବର୍ଷ ଜୁଲାଇରେ ଶ୍ରୀଲଙ୍କା ବିପକ୍ଷରେ ଗାଲେ କ୍ରିକେଟ ପଡ଼ିଆରେ ପୋଲକଙ୍କ ରେକର୍ଡର ସମକକ୍ଷ ହୋଇଥିଲେ। ପୋଲକଙ୍କ ରେକର୍ଡ ଅତିକ୍ରମ କରିବାକୁ ଷ୍ଟେନ୍‌ଙ୍କୁ ପ୍ରାୟ ୬ ମାସ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe