୩ୟ ଦିନିକିଆ: ଟସ୍‌ ଜିଣି ଦକ୍ଷିଣ ଆଫ୍ରିକାର ବୋଲିଂ ନିଷ୍ପତ୍ତି, ଇତିହାସ ରଚିବା ଲକ୍ଷ୍ୟରେ ଭାରତ

୩ୟ ଦିନିକିଆ: ଟସ୍‌ ଜିଣି ଦକ୍ଷିଣ ଆଫ୍ରିକାର ବୋଲିଂ ନିଷ୍ପତ୍ତି, ଇତିହାସ ରଚିବା ଲକ୍ଷ୍ୟରେ ଭାରତ

କେପ୍‌ଟାଉନ୍‌: ଡରବାନ୍‌ ଓ ସେଞ୍ଜୁରିଅନ୍‌ ଦିନିକିଆରେ ବିଜୟୀ ହେବା ପରେ ଭାରତ କେପ୍‌ଟାଉନ୍‌ରେ ବୁଧବାର ୩ୟ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଇତିହାସ ରଚିବା ଲକ୍ଷ୍ୟ ରଖିଛି। ନ୍ୟୁଲାଣ୍ଡସ୍‌ ଷ୍ଟାଡିୟମରେ ୬ଟି ଦିନିକିଆ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ୩ୟ ମୁକାବିଲା ପାଇଁ ଟସ୍‌ ପଡ଼ି ସାରିଛି। ଏଥିରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଭାରତ ବ୍ୟାଟିଂ କରିବ।

publive-image

ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତ କେପ୍‌ଟାଉନ୍‌ରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳି ପରାସ୍ତ ହୋଇ ଥିଲା। ମାତ୍ର ବର୍ତମାନ ବିରାଟଙ୍କ ଦଳ ମଜବୁତ୍‌ ଥିବାରୁ ୩ୟ ଦିନିକିଆକୁ ଜିତି ଶୃଙ୍ଖଳାକୁ ୩-୦ ଆଗରେ ରହିବାକୁ ଭାରତ ସମସ୍ତ ପ୍ରକାର ଉଦ୍ୟମ କରିବ। ପ୍ରଥମ ୨ଟି ଦିନିକିଆରେ ଭାରତ ଦମଦାର ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିବାରୁ ୩ୟ ଦିନିକିଆରେ ମଧ୍ୟ ବିଜୟୀ ହେବାକୁ ଦୃଢ଼ ଆଶା କରିଛି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାର କିଛି ଶକ୍ତିଶାଳୀ ଖେଳାଳି ଆହତ ଯୋଗୁଁ ଖେଳୁ ନ ଥିବାରୁ ଭାରତକୁ ଫାଇଦା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe