ବେଙ୍ଗାଲୁରୁ ଟି-୨୦: ଭାରତକୁ ୧୩୪ ରନ୍‌ରେ ଅଟକାଇଲା ଦକ୍ଷିଣ ଆଫ୍ରିକା, ରବାଦା ନେଲେ ୩ ଓ୍ଵିକେଟ୍‌

ବେଙ୍ଗାଲୁରୁ ଟି-୨୦: ଭାରତକୁ ୧୩୪ ରନ୍‌ରେ ଅଟକାଇଲା ଦକ୍ଷିଣ ଆଫ୍ରିକା, ରବାଦା ନେଲେ ୩ ଓ୍ଵିକେଟ୍‌

Hindustan Times

ବେଙ୍ଗାଲୁରୁ: ଟି-୨୦ ଶୃଙ୍ଖଳାର ତୃତୀୟ ତଥା ଶେଷ ମୁକାବିଲାରେ ଦକ୍ଷିଣ ଆଫ୍ରିକା ରବିବାର ଭାରତକୁ ୧୩୪ ରନ୍‌ରେ ଅଟକାଇଛି। ସ୍ଥାନୀୟ ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ଭାରତୀୟ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୯ଟି ଓ୍ଵିକେଟ ହରାଇ ଏହି ରନ୍‌ ସଂଗ୍ରହ କରିଛି। ଦକ୍ଷିଣ ଆଫ୍ରିକାର ବୋଲିଂରେ ଆଜି ଚମକପ୍ରଦ ଦେଖିବାକୁ ମିଳିଛି। କାଗିସୋ ରବାଦା ୪ ଓଭର ବୋଲିଂ କରି ସେ ୩୯ ରନ୍‌ ଦେଇ ୩ଟି ଓ୍ଵିକେଟ ନେଇଥିଲେ। ସେହିପରି ବିଜରୋନ ଫଟ୍ୟୁଇନ ଓ ବେଉରାନ ହ୍ୟାଣ୍ଡରିକ୍ସଙ୍କୁ ୨-୨ ଓ୍ଵିକେଟ ମିଳିଥିବା ବେଳେ ତବ୍ରାଇଜ୍‌ ଶାମସିଙ୍କୁ ଗୋଟିଏ ଓ୍ଵିକେଟ ମିଳିଥିଲା।

publive-image

ଓପନର ଶିଖର ଧାଓ୍ଵାନ (୩୬ ରନ୍‌, ୨୫ ବଲ, ୪ ଚୌକା ଓ ୨ ଛକା)ଙ୍କ ବ୍ୟତୀତ ଅନ୍ୟ ବ୍ୟାଟସ୍‌ମ୍ୟାନମାନେ ସେତେ ଭଲ ପ୍ରଦର୍ଶନ କରିପାରି ନାହାନ୍ତି। ମାତ୍ର ଓ୍ଵିକେଟ୍‌କିପର ତଥା ବ୍ୟାଟସ୍‌ମ୍ୟାନ ଋଷଭ ପନ୍ତ ଓ ଅଲରାଉଣ୍ଡର ଜାଦେଜା ୧୯-୧୯ ରନ୍‌ ଯୋଡ଼ିଛନ୍ତି। ହାର୍ଦିକ ପାଣ୍ଡ୍ୟା ୧୪ ରନ, ଶ୍ରେୟସ ଆୟର ୫ ରନ୍‌ କରିଥିବା ବେଳେ କ୍ରୁଣାଲ ପାଣ୍ଡ୍ୟା ଓ ଓ୍ଵାସିଂଟନ୍‌ ସୁନ୍ଦର ୪-୪ ରନ୍‌ ଯୋଡ଼ିଥିଲେ।

ଭାରତୀୟ ଓପନର ରୋହିତ ଶର୍ମା (୯ ରନ୍‌) ଓ ଶିଖର ଧାଓ୍ଵନ ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲେ। ମାତ୍ର ସ୍କୋର ୨୨ ରନ୍‌ରେ ରୋହିତ ଆଉଟ ହୋଇଯାଇଥିଲେ। ଏହା ପରେ ଭାରତ ଦ୍ୱିତୀୟ ଓ୍ଵିକେଟରେ ୪୧ ରନ୍‌ ଯୋଡ଼ିଥିଲା। ଶିଖର ଧାଓ୍ଵନ ଆଟଉ ହେବା ବେଳକୁ ଦଳୀୟ ସ୍କୋର ୬୩ ରନ୍‌ ଥିଲା। ସେହିପରି ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହାଲି (୯ ରନ୍‌) ଅଧିକ ସମୟ କ୍ରିଜ୍‌ରେ ରହିପାରି ନଥିଲେ। ଭାରତ ତୃତୀୟ ଓ୍ଵିକେଟ ଭାବେ କୋହଲି ଆଉଟ୍‌ ହେବା ବେଳକୁ ଟିମ୍‌ ଇଣ୍ଡିଆର ସ୍କୋର ୧୨.୪ ଓଭରରେ ୯୦ ରନ୍‌ରେ ପହଞ୍ଚିଥିଲା। ମାତ୍ର ମଧ୍ୟ ଓ ଶେଷ କ୍ରମରେ ଭଲ ରନ୍‌ ହୋଇ ପାରି ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe