ଦକ୍ଷିଣ ଆଫ୍ରିକାକୁ ତୃତୀୟ ଝଟ୍‌କା:ଡି’କକ୍‌ ଦିନିକିଆ ଶୃଙ୍ଖଳାରୁ ବାଦ୍‌

Advertisment
ଦକ୍ଷିଣ ଆଫ୍ରିକାକୁ ତୃତୀୟ ଝଟ୍‌କା:ଡି’କକ୍‌ ଦିନିକିଆ ଶୃଙ୍ଖଳାରୁ ବାଦ୍‌

Quinton de Kock of South Africa during the fifth Momentum One Day International between South Africa and England at Newlands Cricket Ground, Cape Town on 14 February 2016 ©Ryan Wilkisky/BackpagePix

କେପଟାଉନ୍‌: ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳର ଶନିଦଶା ସମ୍ଭବତଃ ଆରମ୍ଭ ହୋଇ ଯାଇଛି। ଦିନିକିଆ ଶୃଙ୍ଖଳା ଆରମ୍ଭ ହେବା ପରଠାରୁ ଏହି ଦଳକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗି ଚାଲିଛି। ପ୍ରଥମେ ଏହି ଦଳର ବ୍ୟାଟିଂକ୍ରମର ମେରୁଦଣ୍ଡ ଏବି ଡି’ଭିଲିୟର୍ସ ଆହତ ହୋଇ ଶୃଙ୍ଖଳାରୁ ବାଦ୍‌ ପଡ଼ିଲେ। ତା’ ପରେ ଅଧିନାୟକ ଫାଫ୍‌ ଡୁ’ ପ୍ଲେସିସ୍‌ଙ୍କ ଆଙ୍ଗୁଠି ଭାଙ୍ଗିଗଲା। ଫଳରେ ସେ ମଧ୍ୟ ସଂପୂର୍ଣ୍ଣ ଶୃଙ୍ଖଳାରୁ ବାଦାୟ ନେଲେ। ଏବେ ଓ୍ଵିକେଟ୍‌ ରକ୍ଷକ କ୍ୱିଣ୍ଟନ ଡି’ କକ୍‌ଙ୍କ ପାଳି ପଡ଼ିଛି। ବାମହାତ ମଣିବନ୍ଧରେ ଆଘାତ ଲାଗିବା ପରେ ଡି’କକ୍‌ କେବଳ ଦିନିକିଆ ନୁହେଁ ଟେ୍ଵଣ୍ଟି-୨୦ ଶୃଙ୍ଖଳାରେ ମଧ୍ୟ ଖେଳି ପାରିବେ ନାହିଁ ବୋଲି ଜଣା ପଡ଼ିଛି। ଦିନିକିଆ ଶୃଙ୍ଖଳାର ବଳକା ୪ଟି ମ୍ୟାଚ୍‌ରେ ନବାଗତ ହେନରିକ୍‌ କ୍ଲାସେନ୍‌ ତାଙ୍କ ସ୍ଥାନ ନେବେ ବୋଲି ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ବୋର୍ଡ ସୂଚନା ଦେଇଛି। ଡି’ କକ୍‌ ସେଞ୍ଚୁରିଅନର ସୁପରସ୍ପୋର୍ଟ ପାର୍କରେ ଖେଳା ଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ ଅବସରରେ ଆହତ ହୋଇଥିଲେ। ବ୍ୟାଟିଂ କରୁଥିଲା ବେଳେ ତାଙ୍କ ବାମହାତ ମଣିବନ୍ଧରେ ବଲ୍‌ ଖୁବଜୋରରେ ବାଜି ଯାଇଥିଲା। ପରୀକ୍ଷା ପରେ ହାଡ଼ ଫାଟି ଯାଇଥିବା ଜଣା ପଡ଼ିଲା। ଏଥିରୁ ଆରୋଗ୍ୟ ଲାଭ କରିବା ଲାଗି ତାଙ୍କୁ ୨ରୁ୪ ସପ୍ତାହ ସମୟ ଲାଗିବ। ଆସନ୍ତାମାସରେ ଖେଳା ଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଶୃଙ୍ଖଳା ବେଳକୁ ସେ ଠିକ୍‌ ହୋଇ ଯାଇଥିବେ ବୋଲି ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ବୋର୍ଡ ଆଶା ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe