ଦକ୍ଷିଣ ଆଫ୍ରିକା ଗସ୍ତ: ଭାରତୀୟ ବାଳିକା ହକି ଦଳରେ ଓଡ଼ିଶାରୁ ୫

Advertisment
ଦକ୍ଷିଣ ଆଫ୍ରିକା ଗସ୍ତ: ଭାରତୀୟ ବାଳିକା ହକି ଦଳରେ ଓଡ଼ିଶାରୁ ୫

ଭୁବନେଶ୍ବର: ଦକ୍ଷିଣ ଆଫ୍ରିକା ଗସ୍ତ ଲାଗି ହକି ଇଣ୍ଡିଆ ମଙ୍ଗଳବାର ଭାରତୀୟ ବାଳିକା ହକି ଦଳ ଘୋଷଣା କରିଛି। ଏହି ଗସ୍ତରେ ଭାରତ ଫେବ୍ରୁଆରି ୧୭ରୁ ୨୫ ମଧ୍ୟରେ ଦକ୍ଷିଣ ଆଫ୍ରିକା ବାଳିକା ଏବଂ ‘ଏ’ ଦଳ ସହ ମ୍ୟାଚ୍‌ ଖେଳିବ। ଦଳର ନେତୃତ୍ବ ଭାର ପ୍ରୀତିଙ୍କୁ ମିଳିଥିଲା ବେଳେ ଋତଜା ଦାଦାସୋ ପିସାଲ ଉପଅଧିନାୟିକା ରହିଛନ୍ତି। ଏହି ୨୦ ଜଣିଆ ଦ‌ଳରେ ଓଡ଼ିଶାରୁ ୫ ଜଣ ମାଧୁରୀ କିଣ୍ଡୋ, ମମିତା ଓରାମ, ଜ୍ୟୋତି ଛତ୍ରୀ, ନିକିତା ଟପ୍ପୋ ଓ ସୁନେଲିତା ଟପ୍ପୋ ରହିଛନ୍ତି।

ଭାରତୀୟ ଦଳ: କୁର୍ମାପୁ ରମ୍ୟା, ମାଧୁରୀ କିଣ୍ଡୋ (ଗୋଲ୍‌କିପର), ପ୍ରୀତି (ଅଧିନାୟକ), ଜ୍ୟୋତି ସିଂହ, ନୀଲମ, ମହିମା ଟେଟେ, ମମିତା ଓରାମ (ଡିଫେଣ୍ଡର), ଜ୍ୟୋତି ଛତ୍ରୀ, ମଞ୍ଜୁ ଚୌରସିଆ, ହୀନା ବାନୁ, ନିକିତା ଟପ୍ପୋ, ହ୍ରିତିକା ସିଂହ, ସାକ୍ଷୀ ରାଣା, ଋତଜା ଦାଦାସୋ ପିସାଲ (ମିଡ୍‌ଫିଲ୍‌ଡର), ଦୀପିକା ସୋରେଙ୍ଗ, ଦୀପିକା, ସୁନେଲିତା ଟପ୍ପୋ, ମଦୁଗୁଲା ଭବାନୀ, ଅନୁ, ତରଣପ୍ରୀତ କୌର (ଫରୱାର୍ଡ)। ଅଦିତି ମାହେଶ୍ବରୀ, ଅଞ୍ଜଳି ବରୱା, ଏଦୁଲା ଜ୍ୟୋତି, ଭୂମିକ୍ଷା ସାହୁ (ରିଜର୍ଭ ଖେଳାଳି)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe