ପିଠିରେ ଆଘାତ ହେତୁ ଦ୍ବିତୀୟ ଟେଷ୍ଟ୍‌ରୁ ବାଦ ପଡ଼ିଲେ ବିରାଟ କୋହଲି, ଜୋହନ୍‌ସ୍‌ବର୍ଗ ମ୍ୟାଚ୍‌ରେ ଅଧିନାୟକ ହେଲେ କେ.ଏଲ୍‌. ରାହୁଲ୍‌

Advertisment
ପିଠିରେ ଆଘାତ ହେତୁ ଦ୍ବିତୀୟ ଟେଷ୍ଟ୍‌ରୁ ବାଦ ପଡ଼ିଲେ ବିରାଟ କୋହଲି, ଜୋହନ୍‌ସ୍‌ବର୍ଗ ମ୍ୟାଚ୍‌ରେ ଅଧିନାୟକ ହେଲେ କେ.ଏଲ୍‌. ରାହୁଲ୍‌

Image Courtesy of India Today

ନୂଆଦିଲ୍ଲୀ: ଜୋହନସ୍‌ବର୍ଗ ୱାଣ୍ଡର୍ସ ଷ୍ଟାଡିୟମ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେଉଥିବା ଦ୍ବିତୀୟ ଟେଷ୍ଟ୍‌ରେ ଭାରତୀୟ ଦଳର ନେତୃତ୍ବ ନେବେ କେ.ଏଲ୍‌. ରାହୁଲ୍‌। ପିଠିର ଉପର ଅଂଶରେ ବ୍ୟଥା ହେବାରୁ ବିରାଟ କୋହଲି ଏହି ମ୍ୟାଚ୍‌ରେ ଅଧିନାୟକତ୍ବ କରୁ ନାହାନ୍ତି। କିନ୍ତୁ, କେପ୍‌ ଟାଉନ୍‌ରେ ହେବାକୁ ଥିବା ‘ସିରିଜ୍‌ ଫିନାଲେ’ ବେଳକୁ ସେ ଅଧିନାୟକ ହେବେ ବୋଲି ଆଶା କରାଯାଉଛି।

ଦ୍ବିତୀୟ ଟେଷ୍ଟ୍‌ରେ ଟସ୍‌ ଜିଣିଥିବା ଭାରତ ବ୍ୟାଟିଙ୍ଗ୍‌ କରିବ ବୋଲି କେ. ଏଲ୍‌. ରାହୁଲ୍‌ ସଠିକ୍‌ ନିଷ୍ପତ୍ତି ନେଇଛନ୍ତି। ଜୋହନସ୍‌ବର୍ଗରେ ଫିଜିଓଥେରାପିଷ୍ଟମାନେ କୋହଲିଙ୍କ ଚିକିତ୍ସା କରୁଥିବା କଥା ସେ ସୁନିଶ୍ଚିତ କରି କହିଛନ୍ତି।

publive-image Image Courtesy of News18

ସେ କହିଛନ୍ତି, ଦୁର୍ଯୋଗକୁ ବିରାଟଙ୍କ ପିଠିର ଉପର ଭାଗରେ ବ୍ୟଥା ହେଉଛି। ଫିଜିଓଥେରାପିଷ୍ଟ୍‌ମାନେ ଚିକିତ୍ସା ଚଳାଇଛନ୍ତି। ଆଶା ପରବର୍ତ୍ତୀ ଟେଷ୍ଟ୍‌ ବେଳକୁ ସେ ସୁସ୍ଥ ହୋଇ ଯାଇଥିବେ।

ରୋହିତ ଶର୍ମା ଆଘାତରୁ ସୁସ୍ଥ ହେଉଥିବା ବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ‘ଦିନିକିଆ ସିରିଜ୍‌’ ପାଇଁ ପ୍ରଥମ ଟେଷ୍ଟ୍‌ରେ ‘ମ୍ୟାନ୍‌-ଅଫ୍‌-ଦି-ମ୍ୟାଚ୍‌’ ହୋଇଥିବା କେ.ଏଲ୍‌. ରାହୁଲ୍‌ଙ୍କୁ ମଧ୍ୟ ଭାରତର ଅଧିନାୟକ ଭାବେ ଚୟନ କରାଯାଇଛି।

ସମ୍ପ୍ରତି ବିରାଟ କୋହଲିଙ୍କ ସ୍ଥାନରେ ହନୁମା ବିହାରୀ ଖେଳିବେ ବୋଲି କେ.ଏଲ୍‌ ରାହୁଲ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe